ଭାରତ ବିରୁଦ୍ଧରେ ଚୀନର ଅନ୍ତର୍ଜାତୀୟ ସ୍ତରର ଷଡ଼ଯନ୍ତ୍ର : ଭାରତ ମହାସାଗରରେ ଭାରତକୁ ଘେରୁଛି

The Sakala Picture
Published On

ନୂଆଦିଲ୍ଲୀ : ଚୀନ୍‌ ଏବଂ ଭାରତ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି। ଏହି କମ୍ୟୁନିଷ୍ଟ ରାଷ୍ଟ୍ର ସବୁ କ୍ଷେତ୍ରରେ ଭାରତକୁ ଘେରିବା ପାଇଁ ପ୍ରୟାସ କରୁଛି। ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ଷଡ଼ଯନ୍ତ୍ର ଚଳାଇଛି। ଭାରତର ଅଗଣା କୁହାଯାଉଥିବା ଭାରତ ମହାସାଗରକୁ ବି ଭାରତ ବିରୋଧରେ ବ୍ୟବହାର ପାଇଁ ଚୀନ୍‌ ଜୋରଦାର ପ୍ରୟାସ ଚଳାଇଛି। ଏହି ମହାସାଗରର ଅତିକମ୍‌ରେ ୯ଟି ପଏଣ୍ଟରେ ନିଜ ସ୍ଥିତ ମଜବୁତ କରିବାରେ ଲାଗିଛି। ବନ୍ଦର, ନୌସେନା ଘାଟୀ, ବିମାନ ବନ୍ଦର ଏବଂ […]

ନୂଆଦିଲ୍ଲୀ : ଚୀନ୍‌ ଏବଂ ଭାରତ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି। ଏହି କମ୍ୟୁନିଷ୍ଟ ରାଷ୍ଟ୍ର ସବୁ କ୍ଷେତ୍ରରେ ଭାରତକୁ ଘେରିବା ପାଇଁ ପ୍ରୟାସ କରୁଛି। ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ଷଡ଼ଯନ୍ତ୍ର ଚଳାଇଛି। ଭାରତର ଅଗଣା କୁହାଯାଉଥିବା ଭାରତ ମହାସାଗରକୁ ବି ଭାରତ ବିରୋଧରେ ବ୍ୟବହାର ପାଇଁ ଚୀନ୍‌ ଜୋରଦାର ପ୍ରୟାସ ଚଳାଇଛି। ଏହି ମହାସାଗରର ଅତିକମ୍‌ରେ ୯ଟି ପଏଣ୍ଟରେ ନିଜ ସ୍ଥିତ ମଜବୁତ କରିବାରେ ଲାଗିଛି। ବନ୍ଦର, ନୌସେନା ଘାଟୀ, ବିମାନ ବନ୍ଦର ଏବଂ ନିଜ ଜାହାଜ ଗୁଡିକ ପାଇଁ ଠିକଣା ନିର୍ମାଣ କରୁଛି। ଏହା ଭାରତ ପାଇଁ ବଡ଼ ଆହ୍ବାନ ପାଲଟି ଯାଇଛି। ବିଦେଶ ମାମଲାର ସସଂଦୀୟ କମିଟି ମଧ୍ୟ ଏହା ସ୍ବୀକାର କରିଛି। ତେବେ ଚୀନ୍‌କୁ ଜବାବ ଦେବା ଲାଗି ଭାରତ ମଧ୍ୟ ଜାଲ୍‌ ବିଛାଇବା ଆରମ୍ଭ କରିଦେଇଛି।

ଆହୁରି ପଢ଼ନ୍ତୁ: କୁଲଗାମ ଏନକାଉଣ୍ଟର: ସୁରକ୍ଷାବଳଙ୍କ ଗୁଳିରେ ନିହତ ହେଲା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଲତିଫ ଭଟ୍ଟ

ଅଷ୍ଟ୍ରେଲିଆରୁ ଆଫ୍ରିକା ଏବଂ ଭାରତରୁ ଦକ୍ଷିଣ ମହାସାଗର ପର୍ଯ୍ୟନ୍ତ ୭.୦୬ କୋଟି ବର୍ଗ କିମିରେ ବ୍ୟାପିଥିବା ଭାରତ ମହାସାଗରର ଉପକୂଳରେ ୩୩ ଦେଶ ଏବଂ ୫୭ ଦ୍ବୀପ ରହିଛି। ଏଠାରେ ୩ ଅରବ ଲୋକ ରହୁଛନ୍ତି। ଭାରତ ଏହାର କେନ୍ଦ୍ରରେ ରହିଛି। ତେଣୁ ଏହାର ନାମ ଭାରତ ମହାସାଗର ରହିଛି। ଏହି ମହାସାଗର ତଳେ ୪୦ ପ୍ରତିଶତ ପେଟ୍ରୋଲିୟମ ରହିଛି। ବର୍ଷକୁ ଲକ୍ଷେରୁ ଅଧିକ ବାଣିଜ୍ୟିକ ଜାହାଜ ଏହି ମାର୍ଗ ଦେଇ ଯାଉଛି। ଏହା ମାଧ୍ୟମରେ ୮୦ ପ୍ରତିଶତ ସାମୁଦ୍ରିକ ତୈଳ ଯୋଗାଣ ହେଉଛି। ଏହି ମାର୍ଗରେ କୌଣସି ସମସ୍ୟା ସୃଷ୍ଟି ହେଲେ ୟୁରୋପ, ମଧ୍ୟପ୍ରାଚ୍ୟ, ଆଫ୍ରିକା ଏବଂ ଏସିଆକୁ ବ୍ୟାପାର ବନ୍ଦ ହୋଇଯିବ। ତେବେ ଭାରତ ସହିତ ନିଜ ଶତ୍ରୁ ରାଷ୍ଟ୍ରଙ୍କୁ ଘେରିବା ପାଇଁ ଚୀନ୍‌ ଏହି ମହାସାଗରରେ ନିଜ ବେସ୍‌ ବନାଉଛି। ଅନ୍ୟ ଦେଶଗୁଡିକ ସହ ମିଶି କିମ୍ବା ଜମିକୁ ଲିଜ୍‌ ନେଇ ବନ୍ଦର ଆଦି ନିର୍ମାଣ କରୁଛି। ଚୀନ୍‌ କମ୍ବୋଡିଆରେ ରିମ୍‌ ନାଭାଲ ବେସ୍‌, ମ୍ୟାଁମାରର କୋକୋ ଆଇଲ୍ୟାଣ୍ଡ, କୋକପ୍ୟୁ ବନ୍ଦର ନିର୍ମାଣ କରୁଛି। ସେହିପରି ବାଂଲାଦେଶର ଚିଟଗାଁଓ ବନ୍ଦର, ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦର, ମାଳଦ୍ବୀପରେ ଭିତ୍ତିଭୂମି ବିକାଶ ସହିତ ସାମରିକ ଘାଟୀ ନିର୍ମାଣ, ପାକିସ୍ତାନ ଗ୍ବାଦର ବନ୍ଦର ଲିଜ୍‌ରେ ନେଇଛି। ଏହା ବ୍ୟତୀତ ପୂର୍ବ ଆଫ୍ରିକାର ଜିବୁତିରେ ନୌ ଚୀନ୍‌ ନିଜର ପ୍ରଥମ ନୌସେନା ଘାଟୀ ବନାଇଛି। ସେଚେଲ୍ସର ଭିକ୍ଟୋରିଆ ବନ୍ଦର ନିର୍ମାଣରେ ମଧ୍ୟ ଆର୍ଥିକ ସହାୟତା କରୁଛି। ଦକ୍ଷିଣ ଆଫ୍ରିକା ଉପକୂଳକୁ ନିୟନ୍ତ୍ରଣ କରିବା ପାଇଁ ବେଜିଂ ତାଞ୍ଜାନିଆ ଏବଂ କେନିଆରେ ମଧ୍ୟ ଅନେକ ବନ୍ଦର ନିର୍ମାଣ କରିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ରାଜନୀତିରେ ହଲଚଲ: ବୁଶରା ବିବିଙ୍କ ଚିକିତ୍ସା ପାଇଁ ଜଜ୍‌ଙ୍କୁ ଚିଠି ଲେଖିଲେ ଇମ୍ରାନ ଖାନ

ଚୀନ୍‌ର ଏହି ‘ଷ୍ଟ୍ରିଙ୍ଗ ଅଫ୍‌ ପର୍ଲ୍ସ’ର ଜବାବ ଦେବା ଲାଗି ଭାରତ ‘ନେକ୍‌ଲେସ୍‌ ଅଫ୍‌ ଡାଏମଣ୍ଡ’ ରଣନୀତି ଆପଣାଇଛି। ତେବେ ଏ ନେଇ ଭାରତ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ସିଙ୍ଗାପୁରର ଚାଙ୍ଗୀ ନେଭାଲ ବେସ୍‌ ବ୍ୟବହାର ପାଇଁ ଭାରତ ଚୁକ୍ତି କରିଛି। ଇଣ୍ଡୋନେସିଆର ସବାଙ୍ଗ ବନ୍ଦରରେ ଭାରତ ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଛି। ସେଚେଲ୍ସ ସହ ମିଶି ଭାରତ ଅସମ୍ପସନ ଦ୍ବୀପରେ ନୌସେନା ଘାଟୀ ନିର୍ମାଣ କରୁଛି। ସେହିପରି ଓମାନର ଦୁକମ ବନ୍ଦର ନିର୍ମାଣ, ଇରାନ ଚାବାହର ବନ୍ଦରକୁ ଲିଜ୍‌, ଚୀନ୍‌କୁ ଉତ୍ତର ଦେବା ପାଇଁ ମଙ୍ଗୋଲିଆ ସହ ସମ୍ବନ୍ଧ ବୃଦ୍ଧି କରି ଏୟାର କରିଡୋର ନିର୍ମାଣ ଲାଗି ଚୁକ୍ତି,ଜାପାନ ସହ ମିଶି ‘ଏସିଆ-ଆଫ୍ରିକା ଗ୍ରୋଥ୍‌ କରିଡର’ ପାଇଁ ଚୁକ୍ତି କରିଛି। ଦକ୍ଷିଣ-ପୂର୍ବ ଏସିଆରେ ଭିଏତନାମା ସହ ଭାରତ ଘନିଷ୍ଠତା ବଢାଇ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକ୍ରି କରିଛି। ୧.୯ ବିଲିୟନ ଡଲାର ମଧ୍ୟ ନିବେଶ କରିଛି। ସେହିପରି ଆନ୍ଧ୍ରପ୍ରଦେଶର ରାମବିଲିରେ ନୌସେନା ଘାଟୀ ‘ଆଇଏନଏସ ବର୍ଷା’ ନିର୍ମାଣ କରୁଛି। ମରିସସ୍‌ ଦ୍ବୀପରୁ ମଧ୍ୟ ଭାରତ ଚୀନ୍‌ କାର୍ଯ୍ୟକଳାପ ଉପରେ ନଜର ରଖିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଯୁଦ୍ଧ ସଙ୍କଟ: କୁଏତ ଓ ବାହାରିନ ଉପରେ ଇରାନର ଆକ୍ରମଣ, ଷ୍ଟ୍ରେଟ ଅଫ ହର୍ମୁଜରେ ବଢିଲା ଉତ୍ତେଜନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର