ଲିଓନେଲ ମେସିଙ୍କୁ ଦେଖିବାକୁ କୋଲକାତାରେ ହଙ୍ଗାମା, ସଲ୍‌ଟ ଲେକ୍‌ ଷ୍ଟାଡିୟମରେ ସମର୍ଥକଙ୍କ ଫିଙ୍ଗା ଫୋପଡ଼ା

Madhusudan Das Picture
Published On

କୋଲକାତା: ଭାରତରେ ପହଞ୍ଚିଛନ୍ତି ଫୁଟବଲ୍‌ର ତଥା ବିଶ୍ବର ଶ୍ରେଷ୍ଠ ଫୁଟବଲର ଜାଦୁଗର ଲିଓନେଲ୍ ମେସି । କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ ମେସିଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା । ମାତ୍ର କୋଲକାତା ଗସ୍ତ ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମେସିଙ୍କ ସହ ସାକ୍ଷାତ ସେଲ୍‌ଫି ନେଇ ନ ହେବାରୁ ତାତିଲେ ସମର୍ଥକ । ମେସି ମାତ୍ର ଅଳ୍ପ ସମୟ ପାଇଁ ପଡ଼ିଆରେ ରହି ଶୀଘ୍ର ଚାଲିଯିବା ପରେ ଷ୍ଟାଡିୟମରେ ବୋତଲ ମାଡ଼ ଓ ଭଙ୍ଗାରୁଜା କରିଛନ୍ତି ପ୍ରଶଂସକ । 

ଆହୁରି ପଢ଼ନ୍ତୁ: ଶିଶୁ ଯୌନ ଶୋଷଣ ମାମଲା: ବ୍ରିଟେନରୁ ଆମେରିକୀୟ କୂଟନୀତିଜ୍ଞଙ୍କୁ ଗୁପ୍ତରେ ଉଠାଇ ନେଲା ଆମେରିକା, ବଢ଼ିଲା କୂଟନୈତିକ ବିବାଦ

ସୂଚନା ଅନୁସାରେ, ଶନିବାର ଦିନ କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ୍ ଷ୍ଟାଡିୟମରେ ମେସିଙ୍କୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକ ଏକାଠି ହୋଇଥିଲେ। କିନ୍ତୁ କିଛି ସମୟ ମଧ୍ୟରେ ଷ୍ଟାଡିୟମରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ନିରାଶ ପ୍ରଶଂସକମାନେ ହଙ୍ଗାମା ଆରମ୍ଭ କରିଦେଇଥିଲେ। ମେସି ଷ୍ଟାଡିୟମରେ ପହଞ୍ଚିବା ମାତ୍ରେ ତାଙ୍କୁ ଚାରିପାଖରୁ ବହୁ ରାଜନେତା, ମନ୍ତ୍ରୀ ଏବଂ ସେଲିବ୍ରିଟିମାନେ ଘେରି ଯାଇଥିଲେ। ସାଧାରଣ ଦର୍ଶକ ଅଭିଯୋଗ କରିଛନ୍ତି ଯେ, ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଟିକେଟ୍ କିଣିଥିଲେ ମଧ୍ୟ ମେସିଙ୍କୁ ଭଲଭାବେ ଦେଖିପାରି ନଥିଲେ। ଜଣେ କ୍ରୋଧିତ ପ୍ରଶଂସକ କହିଛନ୍ତି, "କେବଳ ନେତା ଏବଂ ଅଭିନେତାମାନେ ମେସିଙ୍କୁ ଘେରି ରହିଥିଲେ, ଆମେ କିଛି ଦେଖିପାରିଲୁ ନାହିଁ।"

ଆହୁରି ପଢ଼ନ୍ତୁ: ମହାକାଶରେ ରହସ୍ୟମୟ ଭାବେ ନଷ୍ଟ ହେଲା ଚୀନ୍ ସାଟେଲାଇଟ୍: ଆମେରିକୀୟ ସେନା ଉପରେ ଇରାନର ଆକ୍ରମଣ ସହ ରହିଛି କି ଲିଙ୍କ୍?

ମେସି ମାତ୍ର ଅଳ୍ପ ସମୟ ପାଇଁ ପଡ଼ିଆରେ ରହି ଶୀଘ୍ର ଚାଲିଯିବା ପରେ ଦର୍ଶକଙ୍କ ଧୈର୍ଯ୍ୟଚ୍ୟୁତି ଘଟିଥିଲା। କ୍ରୋଧିତ ଦର୍ଶକମାନେ ପଡ଼ିଆ ଭିତରକୁ ପାଣି ବୋତଲ ଏବଂ ଚେୟାର ଫିଙ୍ଗିବା ଆରମ୍ଭ କରିଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଆୟୋଜକଙ୍କ କୁପରିଚାଳନା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଦର୍ଶକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: କୁନାରରେ ୩ ମୃତ, ପାକ୍ତିକାରେ ଖାଲି ଘର ଉପରେ ପଡ଼ିଲା ବୋମା

ଏହି ଘଟଣା ପରେ ବିରୋଧୀ ଦଳ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଜେପି ଏହାକୁ "ଅନ୍ତର୍ଜାତୀୟ ସ୍ତରରେ ଅପମାନ" ବୋଲି କହି ଶାସକ ତୃଣମୂଳ କଂଗ୍ରେସ (TMC)କୁ ଟାର୍ଗେଟ୍ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର