ମନୋରଞ୍ଜନ

ହିରୋଙ୍କ ପାଇଁ ଅଭିଜ୍ଞତା, ହିରୋଇନଙ୍କ ପାଇଁ ସମସ୍ୟା! ବଲିଉଡର ଦ୍ୱିମୁଖୀ ନୀତି ଉପରେ ବର୍ଷିଲେ ଈଶା କୋପିକର
ଆମେରିକାରେ ଶାହରୁଖ୍ ଖାନଙ୍କ ନୂଆ କ୍ରିକେଟ୍ ଷ୍ଟାଡିୟମ୍: ଉଦ୍‌ଘାଟନୀ ଭିଡିଓରେ ନଜର ଆସିଲେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି
ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ

ବ୍ରହ୍ମୋସ୍‌ର ସଫଳତାକୁ ନେଇ ସାରା ବିଶ୍ବ ଚକିତ : କ୍ଷେପଣାସ୍ତ୍ର କିଣିବାକୁ ୧୭ ରାଷ୍ଟ୍ରଙ୍କ ଧାଡ଼ି

The Sakala Picture
Published On

ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନାର ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ସଫଳତା ବିଶ୍ବର ବହୁ ଦେଶକୁ ଚକିତ କରିଦେଇଛି। ଏହି ଅପରେସନରେ ଭାରତୀୟ ସେନା ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଉପଯୋଗ କରି ପାକିସ୍ତାନର ସାଧାରଣ ଲୋକ କିମ୍ବା କୌଣସି ପ୍ରତିଷ୍ଠାନକୁ କ୍ଷତି ପହଞ୍ଚାଇବା ବିନା କେବଳ ଆତଙ୍କବାଦୀଙ୍କୁ ନିଶାଣ କରି ଯେଭଳି ସଫଳତା ହାସଲ କରିଛି ତାହା ବହୁ ଦେଶକୁ ସ୍ତବ୍ଧ କରିଦେଇଛି। ନିର୍ଭୁଲ ଏବଂ ପୂର୍ଣ୍ଣ ସଠିକତା ସହ ବ୍ରହ୍ମୋସ୍‌ ପାକିସ୍ତାନର […]

ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନାର ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ସଫଳତା ବିଶ୍ବର ବହୁ ଦେଶକୁ ଚକିତ କରିଦେଇଛି। ଏହି ଅପରେସନରେ ଭାରତୀୟ ସେନା ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଉପଯୋଗ କରି ପାକିସ୍ତାନର ସାଧାରଣ ଲୋକ କିମ୍ବା କୌଣସି ପ୍ରତିଷ୍ଠାନକୁ କ୍ଷତି ପହଞ୍ଚାଇବା ବିନା କେବଳ ଆତଙ୍କବାଦୀଙ୍କୁ ନିଶାଣ କରି ଯେଭଳି ସଫଳତା ହାସଲ କରିଛି ତାହା ବହୁ ଦେଶକୁ ସ୍ତବ୍ଧ କରିଦେଇଛି। ନିର୍ଭୁଲ ଏବଂ ପୂର୍ଣ୍ଣ ସଠିକତା ସହ ବ୍ରହ୍ମୋସ୍‌ ପାକିସ୍ତାନର ବହୁ ଆତଙ୍କବାଦୀ ଆଡ୍ଡାକୁ ଧୂଳିସାତ୍‌ କରିବା ସହିତ ଆକ୍ରମଣରେ ଶତାଧିକ ଆତଙ୍କବାଦୀଙ୍କୁ ନିପାତ କରିବା ଘଟଣା ଏହି କ୍ଷେପଣାସ୍ତ୍ର ପ୍ରତି ଚାହିଦା ବୃଦ୍ଧି କରିଛି।

ଆହୁରି ପଢ଼ନ୍ତୁ: ଆସନ୍ତା ବର୍ଷ ଆରମ୍ଭରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ: ଦ୍ୱିପାକ୍ଷିକ ଚୁକ୍ତି ଉପରେ ନଜର

ରୁଷିଆ ସହଯୋଗରେ ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ(ଡିଆରଡିଓ) ବିକାଶ କରିଥÒବା ବ୍ରହ୍ମୋସ୍‌କୁ କ୍ଷେପଣାସ୍ତ୍ର ଜଳ, ସ୍ଥଳ ଏବଂ ଆକାଶ ମାର୍ଗରୁ ନିକ୍ଷେପ କରାଯାଇପାରିବା ସହିତ ଏହାର ସୁପରସୋନିକ ଗତି ଏବଂ ଲକ୍ଷସ୍ଥଳ ଭେଦ କରିବା କ୍ଷମତା ଅତୁଳନୀୟ ରହିଛି। ଯାହାକୁ ଭାରତୀୟ ସେନା ଅପରେସନ ସିନ୍ଦୂରରେ ପ୍ରମାଣିତ କରିଛି। ଏହାକୁ ଦୃଷ୍ଟିରେ ରଖି ଏବେ ଫିଲିଫାଇନ୍ସ ଠାରୁ ଆରମ୍ଭ କରି ଇଣ୍ଡୋନେସିଆ, ମାଲେସିଆ, ଭିଏତନାମ, ଥାଇଲାଣ୍ଡ, ସିଙ୍ଗାପୁର, ବ୍ରୁନେଇ ଭଳି ବହୁ ଏସୀୟ ରାଷ୍ଟ୍ର ଭାରତରୁ ବ୍ରହ୍ମୋସ୍‌ କିଣିବାକୁ ଧାଡ଼ି ଲଗାଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସରକାରଙ୍କୁ ଝଟକା: ବିଦ୍ୟୁତ୍ କମ୍ପାନୀଙ୍କ CAG ଅଡିଟ୍ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ସେହିପରି ଦକ୍ଷିଣ ଆମେରିକାର ବ୍ରାଜିଲ,ଚିଲି,ଆର୍ଜେଣ୍ଟିନା ଏବଂ ଭେନେଜୁଏଲା ଭଳି ରାଷ୍ଟ୍ର ଭାରତରୁ ଏହି କ୍ଷେପଣାସ୍ତ୍ର କିଣିବାକୁ ଆଗ୍ରହ ପ୍ରକାଶ କରିଥିଲା ବେଳେ ଇଜିପ୍ଟ, ସାଉଦି ଆରବ, ୟୁଏଇ, କାତାର ଏବଂ ଓମାନ ଭଳି ବହୁ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ମଧ୍ୟ ବ୍ରହ୍ମୋସ୍‌ କିଣିବାକୁ ଭାରତ ସହ କଥାବାର୍ତ୍ତା ଆରମ୍ଭ କରିଦେଇଥିବା କୁହାଯାଇଛି। ଉଲ୍ଲେଖୋଯାଗ୍ୟ ଯେ, ଭାରତର ଅତ୍ୟନ୍ତ ଦ୍ରୁତଗାମୀ ଏବଂ କ୍ରୁଜ୍‌ କ୍ଷେପଣାସ୍ତ୍ର ଭାବେ ବ୍ରହ୍ମୋସ୍‌ର ପ୍ରଥମ ପରୀକ୍ଷଣ ୨୦୦୧ରେ କରାଯାଇଥÒଲା। ଏହାର ଗତି କରିବାର କ୍ଷମତା ଶବ୍ଦ ଗତି ଠାରୁ ତିନିଗୁଣ ଅଧିକ ରହିଛି।

ଆହୁରି ପଢ଼ନ୍ତୁ: ମୃତ୍ୟୁର ୪ ମାସ ପରେ ଆୟାତୁଲ୍ଲା ଅଲି ଖାମେନେଇଙ୍କୁ ଦିଆଯିବ କବର, ୩୦୦୦ କିଲୋମିଟର ଲମ୍ବା ହେବ ଶୋଭାଯାତ୍ରା

14 May 2025 By The Sakala

ବ୍ରହ୍ମୋସ୍‌ର ସଫଳତାକୁ ନେଇ ସାରା ବିଶ୍ବ ଚକିତ : କ୍ଷେପଣାସ୍ତ୍ର କିଣିବାକୁ ୧୭ ରାଷ୍ଟ୍ରଙ୍କ ଧାଡ଼ି

ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଭାରତର ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନାର ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ସଫଳତା ବିଶ୍ବର ବହୁ ଦେଶକୁ ଚକିତ କରିଦେଇଛି। ଏହି ଅପରେସନରେ ଭାରତୀୟ ସେନା ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଉପଯୋଗ କରି ପାକିସ୍ତାନର ସାଧାରଣ ଲୋକ କିମ୍ବା କୌଣସି ପ୍ରତିଷ୍ଠାନକୁ କ୍ଷତି ପହଞ୍ଚାଇବା ବିନା କେବଳ ଆତଙ୍କବାଦୀଙ୍କୁ ନିଶାଣ କରି ଯେଭଳି ସଫଳତା ହାସଲ କରିଛି ତାହା ବହୁ ଦେଶକୁ ସ୍ତବ୍ଧ କରିଦେଇଛି। ନିର୍ଭୁଲ ଏବଂ ପୂର୍ଣ୍ଣ ସଠିକତା ସହ ବ୍ରହ୍ମୋସ୍‌ ପାକିସ୍ତାନର ବହୁ ଆତଙ୍କବାଦୀ ଆଡ୍ଡାକୁ ଧୂଳିସାତ୍‌ କରିବା ସହିତ ଆକ୍ରମଣରେ ଶତାଧିକ ଆତଙ୍କବାଦୀଙ୍କୁ ନିପାତ କରିବା ଘଟଣା ଏହି କ୍ଷେପଣାସ୍ତ୍ର ପ୍ରତି ଚାହିଦା ବୃଦ୍ଧି କରିଛି।

ରୁଷିଆ ସହଯୋଗରେ ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ(ଡିଆରଡିଓ) ବିକାଶ କରିଥÒବା ବ୍ରହ୍ମୋସ୍‌କୁ କ୍ଷେପଣାସ୍ତ୍ର ଜଳ, ସ୍ଥଳ ଏବଂ ଆକାଶ ମାର୍ଗରୁ ନିକ୍ଷେପ କରାଯାଇପାରିବା ସହିତ ଏହାର ସୁପରସୋନିକ ଗତି ଏବଂ ଲକ୍ଷସ୍ଥଳ ଭେଦ କରିବା କ୍ଷମତା ଅତୁଳନୀୟ ରହିଛି। ଯାହାକୁ ଭାରତୀୟ ସେନା ଅପରେସନ ସିନ୍ଦୂରରେ ପ୍ରମାଣିତ କରିଛି। ଏହାକୁ ଦୃଷ୍ଟିରେ ରଖି ଏବେ ଫିଲିଫାଇନ୍ସ ଠାରୁ ଆରମ୍ଭ କରି ଇଣ୍ଡୋନେସିଆ, ମାଲେସିଆ, ଭିଏତନାମ, ଥାଇଲାଣ୍ଡ, ସିଙ୍ଗାପୁର, ବ୍ରୁନେଇ ଭଳି ବହୁ ଏସୀୟ ରାଷ୍ଟ୍ର ଭାରତରୁ ବ୍ରହ୍ମୋସ୍‌ କିଣିବାକୁ ଧାଡ଼ି ଲଗାଇଛନ୍ତି।

ସେହିପରି ଦକ୍ଷିଣ ଆମେରିକାର ବ୍ରାଜିଲ,ଚିଲି,ଆର୍ଜେଣ୍ଟିନା ଏବଂ ଭେନେଜୁଏଲା ଭଳି ରାଷ୍ଟ୍ର ଭାରତରୁ ଏହି କ୍ଷେପଣାସ୍ତ୍ର କିଣିବାକୁ ଆଗ୍ରହ ପ୍ରକାଶ କରିଥିଲା ବେଳେ ଇଜିପ୍ଟ, ସାଉଦି ଆରବ, ୟୁଏଇ, କାତାର ଏବଂ ଓମାନ ଭଳି ବହୁ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ମଧ୍ୟ ବ୍ରହ୍ମୋସ୍‌ କିଣିବାକୁ ଭାରତ ସହ କଥାବାର୍ତ୍ତା ଆରମ୍ଭ କରିଦେଇଥିବା କୁହାଯାଇଛି। ଉଲ୍ଲେଖୋଯାଗ୍ୟ ଯେ, ଭାରତର ଅତ୍ୟନ୍ତ ଦ୍ରୁତଗାମୀ ଏବଂ କ୍ରୁଜ୍‌ କ୍ଷେପଣାସ୍ତ୍ର ଭାବେ ବ୍ରହ୍ମୋସ୍‌ର ପ୍ରଥମ ପରୀକ୍ଷଣ ୨୦୦୧ରେ କରାଯାଇଥÒଲା। ଏହାର ଗତି କରିବାର କ୍ଷମତା ଶବ୍ଦ ଗତି ଠାରୁ ତିନିଗୁଣ ଅଧିକ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର