ବାବା ସିଦ୍ଦିକିଙ୍କ ହତ୍ୟା ପରେ ଚିନ୍ତାରେ ସଲମାନ ଖାନ୍

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣା ଏବେ ଅଭିନେତା ସଲମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ଗୁଳିକାଣ୍ଡ ଘଟଣାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କରିଛି ବୋଲି ଜାଣିବାକୁ ମିଳିଛି। ସେପଟେ ଉକ୍ତ ହତ୍ୟା ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି । ତେବେ କୁହାଯାଉଛି ଯେ ବାବା ସିଦ୍ଦିକି ଅଭିନେତା ସଲମାନ ଖାନଙ୍କ ଘନିଷ୍ଠ ଥିବାରୁ ତାଙ୍କୁ ହତ୍ୟା […]

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣା ଏବେ ଅଭିନେତା ସଲମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ଗୁଳିକାଣ୍ଡ ଘଟଣାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କରିଛି ବୋଲି ଜାଣିବାକୁ ମିଳିଛି। ସେପଟେ ଉକ୍ତ ହତ୍ୟା ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି । ତେବେ କୁହାଯାଉଛି ଯେ ବାବା ସିଦ୍ଦିକି ଅଭିନେତା ସଲମାନ ଖାନଙ୍କ ଘନିଷ୍ଠ ଥିବାରୁ ତାଙ୍କୁ ହତ୍ୟା କରାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ଏହାରିଭିତରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ହରନାଥ ସିଂ ଯାଦବ ଅଭିନେତା ସଲମାନଙ୍କୁ ବିଷ୍ଣୋଇ ଗ୍ୟାଙ୍ଗକୁ କ୍ଷମା ମାଗିବାକୁ ପରାମର୍ଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ: ମୀନାକ୍ଷୀ ନଟରାଜନଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ମନା

ସୂଚନା ମୁତାବକ, ବାବା ସିଦ୍ଦିକିଙ୍କ ହତ୍ୟା ପରେ ଭାଇଜାନ୍ ସମ୍ପୂର୍ଣ୍ଣ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ବାନ୍ଦ୍ରା ଘରେ ଏକାକୀ ଗୋଟିଏ ରୁମରେ ରହୁଛନ୍ତି। ପରିବାର କିମ୍ବା ବାହାର ଲୋକଙ୍କ ସହ ସାକ୍ଷାତ ବି ସେ ବନ୍ଦ କରି ଦେଇଛନ୍ତି। ଗତକାଲି ବାବାଙ୍କ ଅନ୍ତିମ ସତ୍କାରରୁ ଫେରିବା ବେଳେ ସଲମାନ ଖାନ୍ ଭାବବିହ୍ବଳ ହୋଇପଡ଼ିଥିଲେ। ଏପରିକି ତାଙ୍କ ଆଖିରେ ଲୁହ ଥିବା ବି ଦେଖିବାକୁ ମିଳିଥିଲା। ପ୍ରଥମଥର ପାଇଁ ସଲମାନଙ୍କୁ ଏଭଳି ଏକାକୀ ଓ ଏତେ ଅସହାୟ ଦେଖି ଫ୍ୟାନ୍ ବି ଚିନ୍ତିତ ହୋଇପଡ଼ିଛନ୍ତି। ସଲମାନ ଓ ବାବା ସିଦ୍ଧିକି ବେଶ୍ ନିକଟତର ଥିଲେ। ଦୀର୍ଘ ୪ ଦଶନ୍ଧି ଧରି ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା ।

ଆହୁରି ପଢ଼ନ୍ତୁ: ଶବକୁ ନେଇ ଅଶାଳୀନ ମଜାକ କରି ଫସିଲେ ଡାକ୍ତରୀ ଛାତ୍ରୀ ସେଜଲ ପାୱାର, ତଦନ୍ତ ନିର୍ଦ୍ଦେଶ ଦେଲେ କେଇଏମ୍ ହସ୍ପିଟାଲ୍ ଡିନ୍

ଖବର ଅନୁଯାୟୀ, ୧୯୯୮ ରେ ସଲମାନ ଫିଲ୍ମ ସୁଟିଂ ସମୟରେ ଏକ କୃଷ୍ଣ ମୃଗକୁ ଶିକାର କରିଥିଲେ । ଯେଉଁଥିପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଅନେକ ଦିନ ଧରି ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବାର ସୁଯୋଗ ଖାଜୁଛନ୍ତି । ଏପରିକି ଅନେକ ଥର ସଲମାନଙ୍କ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି । ନିକଟରେ ସଲମାନଙ୍କ ଘର ଉପରେ ଗୁଳିମାଡ କରିଥିଲେ ବିଷ୍ଣୋଇ ଗ୍ୟାଙ୍ଗ।

14 Oct 2024 By The Sakala

ବାବା ସିଦ୍ଦିକିଙ୍କ ହତ୍ୟା ପରେ ଚିନ୍ତାରେ ସଲମାନ ଖାନ୍

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣା ଏବେ ଅଭିନେତା ସଲମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ଗୁଳିକାଣ୍ଡ ଘଟଣାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କରିଛି ବୋଲି ଜାଣିବାକୁ ମିଳିଛି। ସେପଟେ ଉକ୍ତ ହତ୍ୟା ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି । ତେବେ କୁହାଯାଉଛି ଯେ ବାବା ସିଦ୍ଦିକି ଅଭିନେତା ସଲମାନ ଖାନଙ୍କ ଘନିଷ୍ଠ ଥିବାରୁ ତାଙ୍କୁ ହତ୍ୟା କରାଯାଇଛି।

ଏହାରିଭିତରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ହରନାଥ ସିଂ ଯାଦବ ଅଭିନେତା ସଲମାନଙ୍କୁ ବିଷ୍ଣୋଇ ଗ୍ୟାଙ୍ଗକୁ କ୍ଷମା ମାଗିବାକୁ ପରାମର୍ଶ ଦେଇଛନ୍ତି ।

ସୂଚନା ମୁତାବକ, ବାବା ସିଦ୍ଦିକିଙ୍କ ହତ୍ୟା ପରେ ଭାଇଜାନ୍ ସମ୍ପୂର୍ଣ୍ଣ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ବାନ୍ଦ୍ରା ଘରେ ଏକାକୀ ଗୋଟିଏ ରୁମରେ ରହୁଛନ୍ତି। ପରିବାର କିମ୍ବା ବାହାର ଲୋକଙ୍କ ସହ ସାକ୍ଷାତ ବି ସେ ବନ୍ଦ କରି ଦେଇଛନ୍ତି। ଗତକାଲି ବାବାଙ୍କ ଅନ୍ତିମ ସତ୍କାରରୁ ଫେରିବା ବେଳେ ସଲମାନ ଖାନ୍ ଭାବବିହ୍ବଳ ହୋଇପଡ଼ିଥିଲେ। ଏପରିକି ତାଙ୍କ ଆଖିରେ ଲୁହ ଥିବା ବି ଦେଖିବାକୁ ମିଳିଥିଲା। ପ୍ରଥମଥର ପାଇଁ ସଲମାନଙ୍କୁ ଏଭଳି ଏକାକୀ ଓ ଏତେ ଅସହାୟ ଦେଖି ଫ୍ୟାନ୍ ବି ଚିନ୍ତିତ ହୋଇପଡ଼ିଛନ୍ତି। ସଲମାନ ଓ ବାବା ସିଦ୍ଧିକି ବେଶ୍ ନିକଟତର ଥିଲେ। ଦୀର୍ଘ ୪ ଦଶନ୍ଧି ଧରି ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା ।

ଖବର ଅନୁଯାୟୀ, ୧୯୯୮ ରେ ସଲମାନ ଫିଲ୍ମ ସୁଟିଂ ସମୟରେ ଏକ କୃଷ୍ଣ ମୃଗକୁ ଶିକାର କରିଥିଲେ । ଯେଉଁଥିପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଅନେକ ଦିନ ଧରି ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବାର ସୁଯୋଗ ଖାଜୁଛନ୍ତି । ଏପରିକି ଅନେକ ଥର ସଲମାନଙ୍କ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି । ନିକଟରେ ସଲମାନଙ୍କ ଘର ଉପରେ ଗୁଳିମାଡ କରିଥିଲେ ବିଷ୍ଣୋଇ ଗ୍ୟାଙ୍ଗ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର