‘ଯଦି ଝିଅମାନେ ୧୮ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ଚୟନ କରିପାରୁଛନ୍ତି, ତେବେ ଜୀବନସାଥୀ କାହିଁକି ନୁହେଁ’- ଅସଦୁଦ୍ଦିନ ଓଓ୍ବେସି

The Sakala Picture
Published On

ନୂଆଦିଲ୍ଲୀ: ଝିଅମାନଙ୍କ ବିବାହ ବୟସ ୧୮ ରୁ ୨୧କୁ ବୃଦ୍ଧି କରିବା ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓଓ୍ବେସି । ସେ କହିଛନ୍ତି ଯେ, ଯଦି ଜଣେ ଝିଅ ୧୮ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ଚୟନ କରିପାରୁଛି , ତେବେ ଜୀବନ ସାଥୀ କାହିଁକି ହେବ ନାହିଁ। ଲୋକସଭା ସାଂସଦ ଓଓ୍ବେସି ଟୁଇଟ୍ କରି କହିଛନ୍ତି ଯେ ‘୧୮ ବର୍ଷ ବୟସରେ ଜଣେ ଭାରତୀୟ ନାଗରିକ ଭାବେ କଣ୍ଟ୍ରାକ୍ଟ ସାଇନ୍ […]

ନୂଆଦିଲ୍ଲୀ: ଝିଅମାନଙ୍କ ବିବାହ ବୟସ ୧୮ ରୁ ୨୧କୁ ବୃଦ୍ଧି କରିବା ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓଓ୍ବେସି । ସେ କହିଛନ୍ତି ଯେ, ଯଦି ଜଣେ ଝିଅ ୧୮ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ଚୟନ କରିପାରୁଛି , ତେବେ ଜୀବନ ସାଥୀ କାହିଁକି ହେବ ନାହିଁ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ଆଇଆରଏସ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ପରେ ମୋବାଇଲ୍ ଚାର୍ଜିଂ କେବୁଲରେ ତଣ୍ଟି ଚିପି ହତ୍ୟା

ଲୋକସଭା ସାଂସଦ ଓଓ୍ବେସି ଟୁଇଟ୍ କରି କହିଛନ୍ତି ଯେ ‘୧୮ ବର୍ଷ ବୟସରେ ଜଣେ ଭାରତୀୟ ନାଗରିକ ଭାବେ କଣ୍ଟ୍ରାକ୍ଟ ସାଇନ୍ କରିପାରିବ, ବ୍ୟବସାୟ କରପାରିବ, ପ୍ରଧାନମନ୍ତ୍ରୀ ଚୟନ କରିପାରିବ ଏବଂ ଏମପି ଓ ଏମଏଲଏ ବାଛିପାରିବ। ହେଲେ ଜୀବନସାଥୀ ବାଛି ପାରିବ ନାହିଁ। ଏହା ଏକ ଅଜବ ବିଷୟ। ଅନ୍ୟପକ୍ଷରେ, ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) ଶୁକ୍ରବାର ସଂସଦରେ ମୁଲତବୀ ପ୍ରସ୍ତାବ ପାଇଁ ନୋଟିସ୍ ଜାରି କରି ଝିଅମାନଙ୍କର ବିବାହ ବୟସକୁ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଛି। ଆଇୟୁଏମ୍ଏଲ୍ କହିଛି ଯେ ଏହା ମୁସଲିମ ନିୟମର ଉଲ୍ଲଂଘନ ।

ଆହୁରି ପଢ଼ନ୍ତୁ: ୟୁଟ୍ୟୁବର ଅରୁଣ ପନୱାରଙ୍କୁ ଶ୍ୱଶୁର ଘରୁ ମିଳିଲା ୭୧ ଲକ୍ଷ ଟଙ୍କା ଓ ୨୧ ତୋଳା ସୁନା: ଯୌତୁକ ନା ଦାନ, ଜାଣନ୍ତୁ ପୂରା ବିବାଦ

କେରଳର ଅନେକ ମୁସଲମାନ ସଂଗଠନ ମଧ୍ୟ ଝିଅଙ୍କ ବିବାହ ବୟସ ବୃଦ୍ଧିକୁ ବିରୋଧ କରିଛନ୍ତି। ମୁସଲିମ ଲିଗ୍ ନେତା ଇଟି ମହମ୍ମଦ ବଶୀର ଶୁକ୍ରବାର ଲୋକସଭାରେ ବାଳିକାମାନଙ୍କ ବିବାହ ବୟସ ବଢାଇବା ନିଷ୍ପତ୍ତି ବିରୋଧରେ ମୁଲତବୀ ନୋଟିସ୍ ଦେଇଥିଲେ। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ମୁସଲିମ ପର୍ସନାଲ୍ ଲ’ ର ବିରୁଦ୍ଧାଚରଣ କରୁଛି । ଝିଅମାନଙ୍କର ବିବାହ ବୟସ ବଢାଇ ସରକାର ଏକକ ନାଗରିକ ସଂହିତା ଆଡ଼କୁ ଆଉ ଏକ ପଦକ୍ଷେପ ନେଇଛନ୍ତି। ଆମେ ଏହାକୁ ବିରୋଧ କରିବୁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତକୁ 'ନର୍କଖଣ୍ଡ' କହି ବିବାଦରେ ଟ୍ରମ୍ପ: କଡ଼ା ଜବାବ ଦେଲା ଭାରତ ଓ ଇରାନ

18 Dec 2021 By The Sakala

‘ଯଦି ଝିଅମାନେ ୧୮ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ଚୟନ କରିପାରୁଛନ୍ତି, ତେବେ ଜୀବନସାଥୀ କାହିଁକି ନୁହେଁ’- ଅସଦୁଦ୍ଦିନ ଓଓ୍ବେସି

ନୂଆଦିଲ୍ଲୀ: ଝିଅମାନଙ୍କ ବିବାହ ବୟସ ୧୮ ରୁ ୨୧କୁ ବୃଦ୍ଧି କରିବା ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଏଆଇଏମ୍ଆଇଏମ୍ ସାଂସଦ ଅସଦୁଦ୍ଦିନ ଓଓ୍ବେସି । ସେ କହିଛନ୍ତି ଯେ, ଯଦି ଜଣେ ଝିଅ ୧୮ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ଚୟନ କରିପାରୁଛି , ତେବେ ଜୀବନ ସାଥୀ କାହିଁକି ହେବ ନାହିଁ।

ଲୋକସଭା ସାଂସଦ ଓଓ୍ବେସି ଟୁଇଟ୍ କରି କହିଛନ୍ତି ଯେ ‘୧୮ ବର୍ଷ ବୟସରେ ଜଣେ ଭାରତୀୟ ନାଗରିକ ଭାବେ କଣ୍ଟ୍ରାକ୍ଟ ସାଇନ୍ କରିପାରିବ, ବ୍ୟବସାୟ କରପାରିବ, ପ୍ରଧାନମନ୍ତ୍ରୀ ଚୟନ କରିପାରିବ ଏବଂ ଏମପି ଓ ଏମଏଲଏ ବାଛିପାରିବ। ହେଲେ ଜୀବନସାଥୀ ବାଛି ପାରିବ ନାହିଁ। ଏହା ଏକ ଅଜବ ବିଷୟ। ଅନ୍ୟପକ୍ଷରେ, ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) ଶୁକ୍ରବାର ସଂସଦରେ ମୁଲତବୀ ପ୍ରସ୍ତାବ ପାଇଁ ନୋଟିସ୍ ଜାରି କରି ଝିଅମାନଙ୍କର ବିବାହ ବୟସକୁ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଛି। ଆଇୟୁଏମ୍ଏଲ୍ କହିଛି ଯେ ଏହା ମୁସଲିମ ନିୟମର ଉଲ୍ଲଂଘନ ।

କେରଳର ଅନେକ ମୁସଲମାନ ସଂଗଠନ ମଧ୍ୟ ଝିଅଙ୍କ ବିବାହ ବୟସ ବୃଦ୍ଧିକୁ ବିରୋଧ କରିଛନ୍ତି। ମୁସଲିମ ଲିଗ୍ ନେତା ଇଟି ମହମ୍ମଦ ବଶୀର ଶୁକ୍ରବାର ଲୋକସଭାରେ ବାଳିକାମାନଙ୍କ ବିବାହ ବୟସ ବଢାଇବା ନିଷ୍ପତ୍ତି ବିରୋଧରେ ମୁଲତବୀ ନୋଟିସ୍ ଦେଇଥିଲେ। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ମୁସଲିମ ପର୍ସନାଲ୍ ଲ’ ର ବିରୁଦ୍ଧାଚରଣ କରୁଛି । ଝିଅମାନଙ୍କର ବିବାହ ବୟସ ବଢାଇ ସରକାର ଏକକ ନାଗରିକ ସଂହିତା ଆଡ଼କୁ ଆଉ ଏକ ପଦକ୍ଷେପ ନେଇଛନ୍ତି। ଆମେ ଏହାକୁ ବିରୋଧ କରିବୁ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର