ମମତାଙ୍କ କ୍ଯାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି ରାଜ୍ୟପାଳଙ୍କ ସ୍ଥାନରେ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ ମୁଖ୍ଯମନ୍ତ୍ରୀ

The Sakala Picture
Published On

କୋଲକାତା: ମମତାଙ୍କ ବଡ଼ ନିଷ୍ପତ୍ତି। ରାଜ୍ଯପାଳଙ୍କ ଦାୟିତ୍ବ ହ୍ରାସ କରିବା ପାଇଁ ପଶ୍ଚିମବଙ୍ଗ ବିଧାନସଭାରେ ଏନେଇ ଏକ ବିଲ ଆଣିବାକୁ ମମତା ବାନାର୍ଜୀ ଯୋଜନା କରିଛନ୍ତି । ରାଜ୍ୟପାଳଙ୍କ ସ୍ଥାନରେ ମୁଖ୍ଯମନ୍ତ୍ରୀ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏନେଇ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁ ଏନେଇ ସୂଚନା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବିବାଦ ପଶ୍ଚିମବଙ୍ଗ ରାଜନୀତିକୁ ସର୍ବଦା ସରଗରମ କରି […]

କୋଲକାତା: ମମତାଙ୍କ ବଡ଼ ନିଷ୍ପତ୍ତି। ରାଜ୍ଯପାଳଙ୍କ ଦାୟିତ୍ବ ହ୍ରାସ କରିବା ପାଇଁ ପଶ୍ଚିମବଙ୍ଗ ବିଧାନସଭାରେ ଏନେଇ ଏକ ବିଲ ଆଣିବାକୁ ମମତା ବାନାର୍ଜୀ ଯୋଜନା କରିଛନ୍ତି । ରାଜ୍ୟପାଳଙ୍କ ସ୍ଥାନରେ ମୁଖ୍ଯମନ୍ତ୍ରୀ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏନେଇ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁ ଏନେଇ ସୂଚନା ପ୍ରଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବିବାଦ ପଶ୍ଚିମବଙ୍ଗ ରାଜନୀତିକୁ ସର୍ବଦା ସରଗରମ କରି ଆସିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ମଧ୍ୟରେ କଥା କଟାକଟି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ବାଦ ବିବାଦ ସୃଷ୍ଟି ହୋଇଛି । ତେଣୁ ରାଜ୍ୟପାଳଙ୍କ ଠାରୁ କ୍ଷମତା ହ୍ରାସ କରିବାକୁ ମମତା ବାନାର୍ଜୀ ଏହି ବିଲ କ୍ୟାବିନେଟରେ ଆଣିବାକୁ ଯାଉଛନ୍ତି । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସ୍ତାବକୁ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପିତ କରିବେ ମମତା । ପଶ୍ଚିମବଙ୍ଗରେ ଏବେ ରାଜ୍ୟପାଳ ଅଛନ୍ତି ଜଗଦୀପ ଧନକର । ତାଙ୍କ ସହ ଅନେକ ଥର ମମତା ବାନାର୍ଜୀଙ୍କ ବିବାଦ ହୋଇଛି । ଖୋଲାଖୋଲି ଭାବେ ମମତା ତାଙ୍କ ଉପରେ ବିଜେପିକୁ ସମର୍ଥନ କରୁଥିବା ନେଇ ଅଭିଯୋଗ କରିଥିଲେ । ରାଜ୍ୟପାଳ ମଧ୍ୟ ରାଜ୍ୟରେ ବିଭିନ୍ନ ଘଟଣାକୁ ନେଇ ମମତାଙ୍କୁ ନିନ୍ଦା କରୁଥିବା ଦେଖିବାକୁ ମିଳିଥିଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

26 May 2022 By The Sakala

ମମତାଙ୍କ କ୍ଯାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି ରାଜ୍ୟପାଳଙ୍କ ସ୍ଥାନରେ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ ମୁଖ୍ଯମନ୍ତ୍ରୀ

କୋଲକାତା: ମମତାଙ୍କ ବଡ଼ ନିଷ୍ପତ୍ତି। ରାଜ୍ଯପାଳଙ୍କ ଦାୟିତ୍ବ ହ୍ରାସ କରିବା ପାଇଁ ପଶ୍ଚିମବଙ୍ଗ ବିଧାନସଭାରେ ଏନେଇ ଏକ ବିଲ ଆଣିବାକୁ ମମତା ବାନାର୍ଜୀ ଯୋଜନା କରିଛନ୍ତି । ରାଜ୍ୟପାଳଙ୍କ ସ୍ଥାନରେ ମୁଖ୍ଯମନ୍ତ୍ରୀ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏନେଇ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁ ଏନେଇ ସୂଚନା ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବିବାଦ ପଶ୍ଚିମବଙ୍ଗ ରାଜନୀତିକୁ ସର୍ବଦା ସରଗରମ କରି ଆସିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ମଧ୍ୟରେ କଥା କଟାକଟି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ବାଦ ବିବାଦ ସୃଷ୍ଟି ହୋଇଛି । ତେଣୁ ରାଜ୍ୟପାଳଙ୍କ ଠାରୁ କ୍ଷମତା ହ୍ରାସ କରିବାକୁ ମମତା ବାନାର୍ଜୀ ଏହି ବିଲ କ୍ୟାବିନେଟରେ ଆଣିବାକୁ ଯାଉଛନ୍ତି । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସ୍ତାବକୁ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପିତ କରିବେ ମମତା । ପଶ୍ଚିମବଙ୍ଗରେ ଏବେ ରାଜ୍ୟପାଳ ଅଛନ୍ତି ଜଗଦୀପ ଧନକର । ତାଙ୍କ ସହ ଅନେକ ଥର ମମତା ବାନାର୍ଜୀଙ୍କ ବିବାଦ ହୋଇଛି । ଖୋଲାଖୋଲି ଭାବେ ମମତା ତାଙ୍କ ଉପରେ ବିଜେପିକୁ ସମର୍ଥନ କରୁଥିବା ନେଇ ଅଭିଯୋଗ କରିଥିଲେ । ରାଜ୍ୟପାଳ ମଧ୍ୟ ରାଜ୍ୟରେ ବିଭିନ୍ନ ଘଟଣାକୁ ନେଇ ମମତାଙ୍କୁ ନିନ୍ଦା କରୁଥିବା ଦେଖିବାକୁ ମିଳିଥିଲା ।

https://www.thesakala.in/national-international/bengal-govt-to-amend-law-to-make-cm-mamata-banerjee-chancellor-of-state-run-varsities/article-11914
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର