ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ, ୩୦ ଦିନ ଜେଲ୍‌ରେ ରହିଲେ ଯିବ ପଦ…

The Sakala Picture
Published On

ନୂଆଦିଲ୍ଲୀ: ସଂସଦରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଆଗତ ହୋଇଛି ୩ଟି ବିଲ୍ । ଲୋକସଭାରେ ୩ଟି ସଂଶୋଧନ ବିଲକୁ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୫ ଆଗତ । କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍-୨୦୨୫ ଆଗତ ଏବଂ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍- ୨୦୨୫ ଆଗତ କରିଛନ୍ତି ଅମିତ ଶାହ । ୩ଟି ବିଲ୍ ଆଗତ କରିବା ପରେ ବିଲ ଗୁଡ଼ିକୁ ଜେପିସିକୁ ପଠାଇବାକୁ ଶାହ ପ୍ରସ୍ତାବ […]

ନୂଆଦିଲ୍ଲୀ: ସଂସଦରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ଆଗତ ହୋଇଛି ୩ଟି ବିଲ୍ । ଲୋକସଭାରେ ୩ଟି ସଂଶୋଧନ ବିଲକୁ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୫ ଆଗତ । କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍-୨୦୨୫ ଆଗତ ଏବଂ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍- ୨୦୨୫ ଆଗତ କରିଛନ୍ତି ଅମିତ ଶାହ । ୩ଟି ବିଲ୍ ଆଗତ କରିବା ପରେ ବିଲ ଗୁଡ଼ିକୁ ଜେପିସିକୁ ପଠାଇବାକୁ ଶାହ ପ୍ରସ୍ତାବ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଏହି ବିଲ୍‌ଗୁଡ଼ିକରେ ଏକ ବ୍ୟବସ୍ଥା ଅଛି ଯେ ଯଦି କେନ୍ଦ୍ର ମନ୍ତ୍ରୀ ପରିଷଦର କୌଣସି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ମନ୍ତ୍ରୀ ଏପରି ଗମ୍ଭୀର ଅପରାଧରେ ଗିରଫ ହୁଅନ୍ତି, ଯାହାର ପରିଣାମ ସ୍ୱରୂପ ସର୍ବନିମ୍ନ ୫ ବର୍ଷ ଜେଲ୍ ହୋଇପାରେ ଏବଂ ତାଙ୍କୁ ଲଗାତାର ୩୦ ଦିନ ପାଇଁ ହାଜତରେ ରଖାଯାଏ, ତେବେ ୩୧ ତମ ଦିନରେ ତାଙ୍କୁ ଇସ୍ତଫା ଦେବାକୁ ପଡିବ । ନହେଲେ ପଦରୁ ହଟାଇ ଦିଆଯିବ । ବିଶେଷ କଥା ହେଉଛି ଏହି ନିୟମ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ପରି ଅନ୍ୟ ବଡ଼ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଏପର୍ଯ୍ୟନ୍ତ ନିୟମ ଅନୁଯାୟୀ, ଯଦି କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଗିରଫ ହୁଅନ୍ତି କିମ୍ବା ଜେଲ ଯାଆନ୍ତି ତେବେ ତାଙ୍କ ଇସ୍ତଫା ଦେବାର କୌଣସି ବ୍ୟବସ୍ଥା ନଥିଲା । ତଥାପି ଏହି ବିଲ୍ ଆଜି ପାସ୍ ହେବ ନାହିଁ । ଏହାକୁ ସଂସଦର ସିଲେକ୍ଟ କମିଟିକୁ ପଠାଯିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ହେଲେ ଏହି ବିଲ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ବିରୋଧୀ । ଏପରି କରି ସରକାର ଅଣ-ବିଜେପି ସରକାରଙ୍କ ପ୍ରତି ଦାଉ ସାଧିବେ ବୋଲି ଅଭିଯୋଗ କରି ଲୋକସଭା ଗୃହରେ ଜୋରଦାର ହଙ୍ଗାମା କରିଛନ୍ତି ବିରୋଧୀ । ବିଲଟି ଲୋକସଭାରେ ଆଗତ ହେବା ପରେ ଉକ୍ତ ବିଲର କପିକୁ ଚିରିକି ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଆଡକୁ ଫିଙ୍ଗିଛନ୍ତି ବିରୋଧୀ । ଫଳରେ ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର