ତାମିଲନାଡୁର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ୯ ମୃତ, ଏକାଧିକ ଆହତ

The Sakala Picture
Published On

ତାମିଲନାଡୁ: ତାମିଲନାଡୁର ବିରୁଧୁନଗରରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୯ ଜଣ ମୃତ୍ୟୁବରଣ କରିଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାରଖାନା ନିକଟରେ ଥିବା ଚାରୋଟି ବିଲ୍ଡିଂ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ […]

ତାମିଲନାଡୁ: ତାମିଲନାଡୁର ବିରୁଧୁନଗରରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୯ ଜଣ ମୃତ୍ୟୁବରଣ କରିଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାରଖାନା ନିକଟରେ ଥିବା ଚାରୋଟି ବିଲ୍ଡିଂ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ୍ତ କରିଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ପୋଲିସ ଦେଇଥିବା ସୂଚନା ଅନୁସାରେ, କାରଖାନାର ରାସାୟନିକ ମିଶ୍ରଣ ସ୍ଥାନରେ ପ୍ରଥମେ ବିସ୍ଫୋରଣ ଘଟିଥିଲା। ଏହାପରେ ଚାରିଆଡକୁ ନିଆଁ ବ୍ୟାପି ଯାଇଥିଲା। ବିସ୍ଫୋରଣ ବେଳେ ସାତ ଜଣଙ୍କର ମୃତ୍ୟୁ ଘଟିଥିଲା।ଡାକ୍ତରଖାନା ନେବା ବାଟରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତ ମୁତାବକ ଏହି ବିସ୍ଫୋରଣ କାରଖାନାର କେମିକାଲ ମିକ୍ସିଂ ବେଳେ ହୋଇଛି ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର