ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବକ

The Sakala Picture
Published On

କଟକ: ମୁଣ୍ଡଳୀ ବ୍ରିଜ ନିକଟରେ ଅଘଟଣ । କଟକ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ୍‌ ରଖି ମହାନଦୀକୁ ଜଣେ ଯୁବକ ଡେଇଁପଡିଥିବା ନେଇ ସୂଚନା ମିଳିଛି । ଯୁବକ ଜଣକ ଏବେ ବି ନିଖୋଜ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ। ମିଳିଥିବା ସୂଚନା ମୁତାବକ, ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣକ ଭୁବନେଶ୍ବର ସିଆରପି ଅଞ୍ଚଳର । ତାଙ୍କ ନାମ ଚନ୍ଦ୍ରଶେଖର ତ୍ରିପାଠୀ । ମହାନଦୀର ମୁଣ୍ଡଳୀ ବ୍ରିଜ୍‌ ଉପରୁ […]

କଟକ: ମୁଣ୍ଡଳୀ ବ୍ରିଜ ନିକଟରେ ଅଘଟଣ । କଟକ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ୍‌ ରଖି ମହାନଦୀକୁ ଜଣେ ଯୁବକ ଡେଇଁପଡିଥିବା ନେଇ ସୂଚନା ମିଳିଛି । ଯୁବକ ଜଣକ ଏବେ ବି ନିଖୋଜ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ। ମିଳିଥିବା ସୂଚନା ମୁତାବକ, ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣକ ଭୁବନେଶ୍ବର ସିଆରପି ଅଞ୍ଚଳର । ତାଙ୍କ ନାମ ଚନ୍ଦ୍ରଶେଖର ତ୍ରିପାଠୀ ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ମହାନଦୀର ମୁଣ୍ଡଳୀ ବ୍ରିଜ୍‌ ଉପରୁ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ହଠାତ୍‌ ଜଣେ ଯୁବକ ବ୍ରିଜ୍‌ ଉପରେ ସ୍କୁଟି, ମୋବାଇଲ ଓ ହେଲ୍‌ମେଟ ରଖି ମହାନଦୀକୁ ଡେଇଁ ପଡ଼ିଥିଲେ। ଯୁବକଙ୍କ ଗାଡ଼ି ନମ୍ୱର(OD-07P-1286) । ସ୍ଥାନୀୟ ଲୋକେ ଏନେଇ ବାରଙ୍ଗ ପୁଲିସକୁ ଖବର ଦେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ୍‌ ଯାଞ୍ଚ କରିବା ସହ ପାରିପାର୍ଶ୍ୱିକ ପରିସ୍ଥିତିକୁ ଅନୁଧ୍ୟାନ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର