ରାଜ୍ୟରେ ଏଣିକି ଅଫ୍‌ଲାଇନ୍‌ରେ ହେବ ୟୁଜି ଓ ପିଜି ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକରେ ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର(ପିଜି) ପରୀକ୍ଷା ଏଣିକି ଅନଲାଇନ୍ ପରିବର୍ତ୍ତେ ଅଫଲାଇନ୍ ମୋଡ୍‌ରେ ହେବ। ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସି ପରୀକ୍ଷା ହଲ୍‌ରେ ପରୀକ୍ଷା ଦେବେ। କରୋନା ସ୍ଥିତିରେ ସୁଧାର ପରେ ଅଫଲାଇନ୍ ପରୀକ୍ଷା ଉପରେ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ବ ଦେଇଛି । ଏଣିକି ସମସ୍ତ ସେମିଷ୍ଟର ଓ ବାର୍ଷିକ ପରୀକ୍ଷା ଅଫଲାଇନ୍‌ରେ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛନ୍ତି। କରୋନା […]

ଭୁବନେଶ୍ୱର: ରାଜ୍ୟର ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକରେ ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର(ପିଜି) ପରୀକ୍ଷା ଏଣିକି ଅନଲାଇନ୍ ପରିବର୍ତ୍ତେ ଅଫଲାଇନ୍ ମୋଡ୍‌ରେ ହେବ। ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସି ପରୀକ୍ଷା ହଲ୍‌ରେ ପରୀକ୍ଷା ଦେବେ। କରୋନା ସ୍ଥିତିରେ ସୁଧାର ପରେ ଅଫଲାଇନ୍ ପରୀକ୍ଷା ଉପରେ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ବ ଦେଇଛି । ଏଣିକି ସମସ୍ତ ସେମିଷ୍ଟର ଓ ବାର୍ଷିକ ପରୀକ୍ଷା ଅଫଲାଇନ୍‌ରେ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛନ୍ତି। କରୋନା କଟକଣା ମଧ୍ୟରେ ପରୀକ୍ଷା ହଲ୍‌ରେ ବସିବା ବନ୍ଦୋବସ୍ତ କରିବା ପାଇଁ ବିଭାଗର ସଚିବ ସମସ୍ତ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଅଫଲାଇନରେ ପରୀକ୍ଷା ଆୟୋଜନ ଲାଗି ଗତ ୧୨ ତାରିଖରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ସଚିବ ରଜନୀଶ ଜୈନ୍ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

16 Dec 2021 By The Sakala

ରାଜ୍ୟରେ ଏଣିକି ଅଫ୍‌ଲାଇନ୍‌ରେ ହେବ ୟୁଜି ଓ ପିଜି ପରୀକ୍ଷା

ଭୁବନେଶ୍ୱର: ରାଜ୍ୟର ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକରେ ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର(ପିଜି) ପରୀକ୍ଷା ଏଣିକି ଅନଲାଇନ୍ ପରିବର୍ତ୍ତେ ଅଫଲାଇନ୍ ମୋଡ୍‌ରେ ହେବ। ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସି ପରୀକ୍ଷା ହଲ୍‌ରେ ପରୀକ୍ଷା ଦେବେ। କରୋନା ସ୍ଥିତିରେ ସୁଧାର ପରେ ଅଫଲାଇନ୍ ପରୀକ୍ଷା ଉପରେ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ବ ଦେଇଛି । ଏଣିକି ସମସ୍ତ ସେମିଷ୍ଟର ଓ ବାର୍ଷିକ ପରୀକ୍ଷା ଅଫଲାଇନ୍‌ରେ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛନ୍ତି। କରୋନା କଟକଣା ମଧ୍ୟରେ ପରୀକ୍ଷା ହଲ୍‌ରେ ବସିବା ବନ୍ଦୋବସ୍ତ କରିବା ପାଇଁ ବିଭାଗର ସଚିବ ସମସ୍ତ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଅଫଲାଇନରେ ପରୀକ୍ଷା ଆୟୋଜନ ଲାଗି ଗତ ୧୨ ତାରିଖରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ସଚିବ ରଜନୀଶ ଜୈନ୍ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ ।

https://www.thesakala.in/latest-odisha-news/ug-and-pg-exams-will-be-held-offline-in-the-state/article-7629
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର