ନିଜକୁ ଭିଜିଲାନ୍ସ ଅଫିସର କହି ବଡ ବଡ ଅଫିସରଙ୍କୁ ଠକୁଥିଲେ, ଧରାପଡ଼ି ଜେଲ ଗଲେ ଶଳା-ଭିଣୋଇ

Madhusudan Das Picture
Published On

ସୁବର୍ଣ୍ଣପୁର: ନିଜକୁ ଭିଜିଲାନ୍ସ ଅଫିସର କହି ବଡ ବଡ ଅଫିସରଙ୍କୁ ଠକୁଥିଲେ । ଏବେ ନିଜେ ଭିଜିଲାନ୍ସ ହାତରେ ଧରାପଡିଲେ । ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଗଲେ ଦୁଇ ଠକ। ଠକଦ୍ୱୟ ହେଲେ ମେଣ୍ଡାମାଳ ଗାଁର ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସମ୍ପର୍କୀୟ ପ୍ରଦୀପ କୁମାର ପଣ୍ଡା। ଉଭୟ ସମ୍ପର୍କରେ ଶଳା-ଭିଣୋଇ ବୋଲି ଜଣାପଡିଛି । ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭିଜିଲାନସ ଅଧିକାରୀ ଓ ରାଉରକେଲା ପୋଲିସ ମିଳିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି । 

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଅଭିଯୁକ୍ତମାନେ ନିଜକୁ ଭିଜିଲାନସ ଅଫିସରର ପରିଚୟ ଦେଇ ଜଣେ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ଧମକଚମକ ଦେଇଥିଲେ । ଦୁଇଟି କିସ୍ତିରେ ୪ ଲକ୍ଷ ଟଙ୍କା ନଦେଲେ ଭିଜିଲାନ୍ସ କେସରେ ଫସାଇ ଦେବେ ବୋଲି ଦେଇଥିଲେ । ଏନେଇ ଭିଜିଲାନସରେ ଅଭିଯୋଗ ହୋଇଥିଲା ।  ଗତକାଲି ଓଡ଼ିଶା ଭିଜିଲାନ୍ସ ଓ ରାଉରକେଲା ପୋଲିସର ମିଳିତ ଟିମ ଠକେଇ ଓ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ବୀରମହାରାଜପୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।  

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ସମ୍ପନ୍ନ ହେଲା ତିନି ରଥର ଦକ୍ଷିଣ ମୋଡ଼ ନୀତି

12 Dec 2025 By Madhusudan Das

ନିଜକୁ ଭିଜିଲାନ୍ସ ଅଫିସର କହି ବଡ ବଡ ଅଫିସରଙ୍କୁ ଠକୁଥିଲେ, ଧରାପଡ଼ି ଜେଲ ଗଲେ ଶଳା-ଭିଣୋଇ

ସୁବର୍ଣ୍ଣପୁର: ନିଜକୁ ଭିଜିଲାନ୍ସ ଅଫିସର କହି ବଡ ବଡ ଅଫିସରଙ୍କୁ ଠକୁଥିଲେ । ଏବେ ନିଜେ ଭିଜିଲାନ୍ସ ହାତରେ ଧରାପଡିଲେ । ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଗଲେ ଦୁଇ ଠକ। ଠକଦ୍ୱୟ ହେଲେ ମେଣ୍ଡାମାଳ ଗାଁର ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସମ୍ପର୍କୀୟ ପ୍ରଦୀପ କୁମାର ପଣ୍ଡା। ଉଭୟ ସମ୍ପର୍କରେ ଶଳା-ଭିଣୋଇ ବୋଲି ଜଣାପଡିଛି । ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭିଜିଲାନସ ଅଧିକାରୀ ଓ ରାଉରକେଲା ପୋଲିସ ମିଳିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି । 

ଅଭିଯୁକ୍ତମାନେ ନିଜକୁ ଭିଜିଲାନସ ଅଫିସରର ପରିଚୟ ଦେଇ ଜଣେ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ଧମକଚମକ ଦେଇଥିଲେ । ଦୁଇଟି କିସ୍ତିରେ ୪ ଲକ୍ଷ ଟଙ୍କା ନଦେଲେ ଭିଜିଲାନ୍ସ କେସରେ ଫସାଇ ଦେବେ ବୋଲି ଦେଇଥିଲେ । ଏନେଇ ଭିଜିଲାନସରେ ଅଭିଯୋଗ ହୋଇଥିଲା ।  ଗତକାଲି ଓଡ଼ିଶା ଭିଜିଲାନ୍ସ ଓ ରାଉରକେଲା ପୋଲିସର ମିଳିତ ଟିମ ଠକେଇ ଓ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ବୀରମହାରାଜପୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।  

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର