ନିଜକୁ ଭିଜିଲାନ୍ସ ଅଫିସର କହି ବଡ ବଡ ଅଫିସରଙ୍କୁ ଠକୁଥିଲେ, ଧରାପଡ଼ି ଜେଲ ଗଲେ ଶଳା-ଭିଣୋଇ

Madhusudan Das Picture
Published On

ସୁବର୍ଣ୍ଣପୁର: ନିଜକୁ ଭିଜିଲାନ୍ସ ଅଫିସର କହି ବଡ ବଡ ଅଫିସରଙ୍କୁ ଠକୁଥିଲେ । ଏବେ ନିଜେ ଭିଜିଲାନ୍ସ ହାତରେ ଧରାପଡିଲେ । ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଗଲେ ଦୁଇ ଠକ। ଠକଦ୍ୱୟ ହେଲେ ମେଣ୍ଡାମାଳ ଗାଁର ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସମ୍ପର୍କୀୟ ପ୍ରଦୀପ କୁମାର ପଣ୍ଡା। ଉଭୟ ସମ୍ପର୍କରେ ଶଳା-ଭିଣୋଇ ବୋଲି ଜଣାପଡିଛି । ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭିଜିଲାନସ ଅଧିକାରୀ ଓ ରାଉରକେଲା ପୋଲିସ ମିଳିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି । 

ଆହୁରି ପଢ଼ନ୍ତୁ: ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ...

ଅଭିଯୁକ୍ତମାନେ ନିଜକୁ ଭିଜିଲାନସ ଅଫିସରର ପରିଚୟ ଦେଇ ଜଣେ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ଧମକଚମକ ଦେଇଥିଲେ । ଦୁଇଟି କିସ୍ତିରେ ୪ ଲକ୍ଷ ଟଙ୍କା ନଦେଲେ ଭିଜିଲାନ୍ସ କେସରେ ଫସାଇ ଦେବେ ବୋଲି ଦେଇଥିଲେ । ଏନେଇ ଭିଜିଲାନସରେ ଅଭିଯୋଗ ହୋଇଥିଲା ।  ଗତକାଲି ଓଡ଼ିଶା ଭିଜିଲାନ୍ସ ଓ ରାଉରକେଲା ପୋଲିସର ମିଳିତ ଟିମ ଠକେଇ ଓ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ବୀରମହାରାଜପୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।  

ଆହୁରି ପଢ଼ନ୍ତୁ: ଜମିଜମାକୁ କେନ୍ଦ୍ର କରି ଯୁବକଙ୍କ ବେକରେ ରଶି ଲଗାଇ ବିଚ୍ ରାସ୍ତାରେ ଘୋଷାରି ଘୋଷାରି ନେଲେ ଦୁର୍ବୃତ୍ତ...

Join Us @ WhatsApp

About The Author

Google News
Join Us @ WhatsApp