ରାଜ୍ୟରେ ଗୋଟିଏ ଦିନରେ ପୃଥକ ପୃଥକ ଜିଲ୍ଲାରୁ ୩ ଛାତ୍ରୀଙ୍କ ଆତ୍ମହତ୍ୟା

The Sakala Picture
Published On

ଜଳେଶ୍ଵର/ କଟକ/ ସୁନ୍ଦରଗଡ଼: ରାଜ୍ୟରେ ଆଜି ପୃଥକ ପୃଥକ ଜିଲ୍ଲାରୁ ୩ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ବାଳେଶ୍ବର ଜିଲ୍ଲାରେ ଜଣେ ୭ମ ଶ୍ରେଣୀ ଛାତ୍ରୀ, କଟକ ଜିଲ୍ଲାରୁ ଜଣେ ୧୦ମ ଶ୍ରେଣୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ୯ମ ଶ୍ରଣାୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ଜଣାପଡ଼ିଛି। ଖବର ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଗମ୍ଭାରିଆ ପଞ୍ଚାନନ ଏମଇ.ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ଘରକୁ ଖାଇବାକୁ ଆସି ଘର ଆଗରେ ଥିବା ଗଛରେ ରଶି ଲଗାଇ […]

ଜଳେଶ୍ଵର/ କଟକ/ ସୁନ୍ଦରଗଡ଼: ରାଜ୍ୟରେ ଆଜି ପୃଥକ ପୃଥକ ଜିଲ୍ଲାରୁ ୩ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ବାଳେଶ୍ବର ଜିଲ୍ଲାରେ ଜଣେ ୭ମ ଶ୍ରେଣୀ ଛାତ୍ରୀ, କଟକ ଜିଲ୍ଲାରୁ ଜଣେ ୧୦ମ ଶ୍ରେଣୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ୯ମ ଶ୍ରଣାୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ଖବର ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଗମ୍ଭାରିଆ ପଞ୍ଚାନନ ଏମଇ.ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ଘରକୁ ଖାଇବାକୁ ଆସି ଘର ଆଗରେ ଥିବା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଇଛି । ମୃତ ନାବାଳିକା ହେଲେ ଗମ୍ଭାରିଆ ଗାଁର ଗୈରହରୀ ସେନାପତିଙ୍କ ଝିଅ ରାଜଶ୍ରୀ ସେନାପତି। ସ୍କୁଲରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିଥିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ସେହିପରି କଟକ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ହଷ୍ଟେଲରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଉକ୍ତ ଛାତ୍ରୀଙ୍କ ଘର ଢେଙ୍କାନାଳରେ ବୋଲି ସୂଚନା ।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ସେହିପରି, ଝାରସୁଗୁଡ଼ା ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ତୁମୁଲିଆ ମାଣିକେଶ୍ବରୀ ହାଇସ୍କୁଲର ଜଣେ ଛତ୍ରୀ ଆତ୍ମହତ୍ଯା କରିଥିବା ଅଭିଯୋଗ ହୋଇଛି। ସ୍କୁଲ ହଷ୍ଟେଲରେ ଉକ୍ତ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହଷ୍ଟେଲ ରୁମ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା।

ଖବର ଅନୁଯାୟୀ, ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫେରୱେଲ ବୈଠକ ଚାଲିଥିବାବେଳେ ଅଧାରୁ ଉଠିଯାଇଥିଲେ ଉକ୍ତ ଛାତ୍ରୀ ଜଣଙ୍କ। ପରେ ତାଙ୍କର ମୃତଦେହ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା।
ହଷ୍ଟେଲ ରୁମରୁ ସୁଇସାଇଡ଼ ନୋଟ ମିଳିଥିବା ସୂଚନା ।

13 Feb 2025 By The Sakala

ରାଜ୍ୟରେ ଗୋଟିଏ ଦିନରେ ପୃଥକ ପୃଥକ ଜିଲ୍ଲାରୁ ୩ ଛାତ୍ରୀଙ୍କ ଆତ୍ମହତ୍ୟା

ଜଳେଶ୍ଵର/ କଟକ/ ସୁନ୍ଦରଗଡ଼: ରାଜ୍ୟରେ ଆଜି ପୃଥକ ପୃଥକ ଜିଲ୍ଲାରୁ ୩ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ବାଳେଶ୍ବର ଜିଲ୍ଲାରେ ଜଣେ ୭ମ ଶ୍ରେଣୀ ଛାତ୍ରୀ, କଟକ ଜିଲ୍ଲାରୁ ଜଣେ ୧୦ମ ଶ୍ରେଣୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ୯ମ ଶ୍ରଣାୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ଜଣାପଡ଼ିଛି।

ଖବର ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଗମ୍ଭାରିଆ ପଞ୍ଚାନନ ଏମଇ.ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ଘରକୁ ଖାଇବାକୁ ଆସି ଘର ଆଗରେ ଥିବା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଇଛି । ମୃତ ନାବାଳିକା ହେଲେ ଗମ୍ଭାରିଆ ଗାଁର ଗୈରହରୀ ସେନାପତିଙ୍କ ଝିଅ ରାଜଶ୍ରୀ ସେନାପତି। ସ୍କୁଲରେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିଥିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି।

ସେହିପରି କଟକ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ହଷ୍ଟେଲରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଉକ୍ତ ଛାତ୍ରୀଙ୍କ ଘର ଢେଙ୍କାନାଳରେ ବୋଲି ସୂଚନା ।

ସେହିପରି, ଝାରସୁଗୁଡ଼ା ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ତୁମୁଲିଆ ମାଣିକେଶ୍ବରୀ ହାଇସ୍କୁଲର ଜଣେ ଛତ୍ରୀ ଆତ୍ମହତ୍ଯା କରିଥିବା ଅଭିଯୋଗ ହୋଇଛି। ସ୍କୁଲ ହଷ୍ଟେଲରେ ଉକ୍ତ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହଷ୍ଟେଲ ରୁମ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା।

ଖବର ଅନୁଯାୟୀ, ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫେରୱେଲ ବୈଠକ ଚାଲିଥିବାବେଳେ ଅଧାରୁ ଉଠିଯାଇଥିଲେ ଉକ୍ତ ଛାତ୍ରୀ ଜଣଙ୍କ। ପରେ ତାଙ୍କର ମୃତଦେହ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା।
ହଷ୍ଟେଲ ରୁମରୁ ସୁଇସାଇଡ଼ ନୋଟ ମିଳିଥିବା ସୂଚନା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର