୩୦ ବର୍ଷରେ ଏଭଳି କେବେ ହୋଇ ନ ଥିଲା, ଓଏଏସ୍‌ ସଂଘର ତୀବ୍ର ନିନ୍ଦା

The Sakala Picture
Published On

ଭୁବନେଶ୍ୱର : ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ରାଜ୍ୟ ଓଏଏସ୍‌ ସଂଘ ତୀବ୍ର ବିରୋଧ କରିଛି। ଏଭଳି ଘଟଣା ପରେ ତୁରନ୍ତ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ ଆକ୍ରମଣକାରୀ ଓ ଏଥିରେ ସଂଶ୍ଳିଷ୍ଠ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ଏହି ବୈଠକ ପରେ ଓଏଏସ୍‌ ସଂଘର ସଭାପତି ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି ଯେ ସମସ୍ତଙ୍କ ମନବୋଳ ଭାଙ୍ଗିଯାଇଛି। ଏହା ଦେଖିବା ପରେ ବିତୃଷ୍ଣା ଭାବ […]

ଭୁବନେଶ୍ୱର : ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ରାଜ୍ୟ ଓଏଏସ୍‌ ସଂଘ ତୀବ୍ର ବିରୋଧ କରିଛି। ଏଭଳି ଘଟଣା ପରେ ତୁରନ୍ତ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ ଆକ୍ରମଣକାରୀ ଓ ଏଥିରେ ସଂଶ୍ଳିଷ୍ଠ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ଏହି ବୈଠକ ପରେ ଓଏଏସ୍‌ ସଂଘର ସଭାପତି ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି ଯେ ସମସ୍ତଙ୍କ ମନବୋଳ ଭାଙ୍ଗିଯାଇଛି। ଏହା ଦେଖିବା ପରେ ବିତୃଷ୍ଣା ଭାବ ସୃଷ୍ଟି ହୋଇଛି। ଆମେମାନେ ପରିବାରକୁ ଛାଡ଼ି ଲୋକଙ୍କ ପାଇଁ କାମ କରୁଛୁ। ବହୁ ସ୍ଥାନରେ ବହୁ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛି। ହେଲେ ଅଧିକାରୀମାନେ ସବୁବେଳେ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖେ ପହଞ୍ଚାଇବାକୁ କାମ କରୁଛନ୍ତି। ଏପରି ସ୍ଥିତିରେ ଅନେକ ସମୟରେ ସରକାରୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଅନେକ ବର୍ବର କାଣ୍ଡ ଘଟିଯାଉଛି। ଏଭଳି ଘଟଣା ମୁଁ ମୋ ୩୦ ବର୍ଷର ଚାକିରୀକାଳ ଭିତରେ ଦେଖିନାହିଁ। ଏହା ଏକ ଅତ୍ୟନ୍ତ ବର୍ବର କାଣ୍ଡ। ଅସାମାଜିକ ତତ୍ତ୍ୱଙ୍କର ଏହା ସମାଜ ଉପରେ ଏକ ବଡ଼ ଆଘାତ। ଏସବୁ ଦେଖିବା ପରେ ଆଗାମୀ ଦିନରେ ଅନ୍ୟ ସ୍ଥାନରେ କାର୍ଯ୍ୟରତ ଅଧିକାରୀମାନଙ୍କ ସହ ଏପରି ଘଟିଲେ କଣ କରାଯିବ ତାହା ଏବେ ଚିନ୍ତା ବଢ଼ାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

ଏତେ ଦାୟିତ୍ୱର ସହ କାର୍ଯ୍ୟ କରିବା ପରେ ମଧ୍ୟ ରାଜଧାନୀ ଭୁବନେଶ୍ୱର ଓ ବିଏମସି ଭଳି ଏକ ଅତ୍ୟାଧୁନିକ କାର୍ଯ୍ୟାଳୟରେ ଏଭଳି ବର୍ବରକାଣ୍ଡ ଘଟିଛି। ଏହି ଘଟଣାକୁ ଆମେ ତୀବ୍ର ନିନ୍ଦା କରୁଛୁ। ଏପରି ଘଟଣା ଯେପରି ଆଗକୁ ନ ଘଟେ ସେଥିପାଇଁ ସରକାରଙ୍କ ନିକଟରେ ୩-୪ ଟି ଦାବି ରଖାଯିବ। ମୁଖ୍ୟତଃ ଯେଉଁମାନେ ଏହି ଘଟଣା ଘଟାଇଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ସହ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟ କରାଇ ନ ଦେବା ଆଦି ସମସ୍ତ ଦଫା ଲଗାଇବା ଉଚ୍ଚିତ। ଏହାସହିତ ଏହି ଘଟଣା ପାଇଁ ଯିଏ ପ୍ରରୋଚନା ଦେଇଛନ୍ତି, ସେ ମଧ୍ୟ ଗିରଫ ହେବା ଦରକାର। ଯେଉଁମାନେ ଏହି ଘଟଣା ଘଟାଇବାକୁ ଆସିଥିଲେ, ସେମାନେ ଯେତିକି ଦାୟି, ଯିଏ ଏହି ଘଟଣା ପଛରେ ରହିଛନ୍ତି ସେମାନେ ଅଧିକ ଦାୟି। ତେଣୁ ସେମାନଙ୍କୁ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହାସହିତ ଆଗକୁ କିପରି ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ ଏଥିପାଇଁ ଆଗକୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉ ବୋଲି ସଂଘ ଦାବି କରିଛି। ସବୁ ବେଳେ ସବୁ ଲୋକଙ୍କୁ ନିୟମ ଭିତରେ ସନ୍ତୋଷ କରି ହେବ ନାହିଁ। ତେଣୁ କିଛି ବ୍ୟକ୍ତି ଏଭଳି ଗୁଣ୍ଡାରାଜ୍‌ କରିବେ ଓ ଅଧିକାରୀମାନଙ୍କୁ କାମ କରାଇ ଦେବେ ନାହିଁ। ତେଣୁ ଅଧିକାରୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ଏଭଳି ନ ହେଲେ କିଛି ଅପ୍ରିତିକର ପରିସ୍ଥିତି ପାଇଁ ସରକାର ଆମକୁ ବାଧ୍ୟ ନ କରନ୍ତୁ ବୋଲି ସଂଘ ସଭାପତି କହିଛନ୍ତି। ପ୍ରଥମେ ଆମେ ପରିବାର ଓ ସମାଜ ପାଇଁ ଅଛୁ। ଏଥିପାଇଁ ଆମର ସୁରକ୍ଷା ଦରକାର। ଆଉ ଟିକେ ଅଧିକ ଆକ୍ରମଣ କରିଥିଲେ ହୁଏତ ତାଙ୍କ ଜୀବନ ମଧ୍ୟ ଯାଇପାରି ଥାନ୍ତା। ତେଣୁ ରାଜ୍ୟ ସରକାର ଓଏଏସ୍‌ ଅଧିକାରୀଙ୍କ ପାଇଁ ସୁରକ୍ଷା ସୁନିଶ୍ଟିତ କରିବାକୁ ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଖୁବ୍ ଶୀଘ୍ର ପ୍ରକାଶ ପାଇବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ : ଗଣଶିକ୍ଷା ମନ୍ତ୍ରୀ

01 Jul 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର