କେନ୍ଦୁପତ୍ର କର୍ମଚାରୀ ଓ ଶ୍ରମିକଙ୍କ ଦାବି ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ସଙ୍ଘ

The Sakala Picture
Published On

ଭୁବନେଶ୍ୱର: ଗତ ୧୬ ତାରିଖରେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ଏକ ୫୦ ଜଣିଆ ପ୍ରତିନିଧି ଦଳ ସଭାପତି ପ୍ରଭାତ ମହାନ୍ତିଙ୍କ ନେତୃତ୍ୱ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଉପରେ ଫଳପ୍ରଦ ଆଲୋଚନା କରିଥିଲେ। ମାନ୍ୟବାର ମୁଖ୍ୟମନ୍ତ୍ରୀ ସମସ୍ତ ଦାବି ଯୁକ୍ତିଯୁକ୍ତ ଓ ଏହା ଶୀଘ୍ର ପୁରାଣ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶୃତି ଦେଇଥିଲେ । ସେହିକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ୨୩ ତାରିଖରେ କେନ୍ଦୁପତ୍ର କର୍ମଚାରୀ ଓ ଶ୍ରମିକ ମାନଙ୍କ ପାଇଁ […]

ଭୁବନେଶ୍ୱର: ଗତ ୧୬ ତାରିଖରେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ଏକ ୫୦ ଜଣିଆ ପ୍ରତିନିଧି ଦଳ ସଭାପତି ପ୍ରଭାତ ମହାନ୍ତିଙ୍କ ନେତୃତ୍ୱ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଉପରେ ଫଳପ୍ରଦ ଆଲୋଚନା କରିଥିଲେ। ମାନ୍ୟବାର ମୁଖ୍ୟମନ୍ତ୍ରୀ ସମସ୍ତ ଦାବି ଯୁକ୍ତିଯୁକ୍ତ ଓ ଏହା ଶୀଘ୍ର ପୁରାଣ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶୃତି ଦେଇଥିଲେ । ସେହିକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ୨୩ ତାରିଖରେ କେନ୍ଦୁପତ୍ର କର୍ମଚାରୀ ଓ ଶ୍ରମିକ ମାନଙ୍କ ପାଇଁ ଯଥାକ୍ରମେ ୧୫୦୦ ଓ ୧୦୦୦ ଟଙ୍କାର ବୋନସ ପ୍ରଦାନ , ଅବସର ନେଇଥିବା ସର୍କଲ ଚେକର ଓ ବାଇଣ୍ଡିଙ୍ଗ ଚେକରଙ୍କ ଗ୍ରାବ୍ୟୁଇଟିକୁ ୧୫ ଦିନକୁ ବୃଦ୍ଧି, ସମସ୍ତ କର୍ମଚାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା, କର୍ମଚାରୀଙ୍କ ପିଲାମାନଙ୍କୁ ବୃତ୍ତି ଇତ୍ୟାଦି ଦାବି ପୂରଣ କରିଛନ୍ତି । ମୁନାସି, ଚପରାଶିଙ୍କ କାର୍ଯ୍ଯ ଦିବସ ବୃଦ୍ଧି ଦାବି ସମ୍ପର୍କରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯାଉଥିବାର ସୂଚନା ମିଲିଛି । ମୁଖ୍ୟମନ୍ତ୍ରୀଙ୍କ ଏହି କଲ୍ୟାଣକାରୀ ଘୋଷଣା ନିମନ୍ତେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଙ୍ଘର ସଭାପତି ପ୍ରଭାତ ମହାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାନ ଓ କୃତଜ୍ଞନ୍ତା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ରହିଛନ୍ତି। ଏହି ବୃହତ ଗୋଷ୍ଠୀର ସାମାଜିକ ଓ ଅର୍ଥନୈତିକ ବିକାଶକୁ ରାଜ୍ୟ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି। ଏହିକ୍ରମରେ ରାଜ୍ୟର କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସହାୟତା ପ୍ୟାକେଜ୍‍ ଘୋଷଣା କରିଥିଲେ। ସେମାନଙ୍କୁ ପରିଚୟପତ୍ର ପ୍ରଦାନ ସହ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ଓ ପରିବାରର ମେଧାବୀ ପିଲାଙ୍କୁ ଛାତ୍ରବୃତ୍ତି ଯୋଜନାରେ ସାମିଲ କରାଯିବ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ପ୍ରଥମ ପର୍ଯ୍ୟାୟରେ ପ୍ରତି କେନ୍ଦୁପତ୍ର ତୋଳାଳୀଙ୍କୁ ୧୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଅନୁରୂପ ଭାବରେ ଋତୁକାଳୀନ କର୍ମଚାରୀ (ସିଜିନାଲ ଷ୍ଟାଫ) ଓ ବନ୍ଧାଳିଙ୍କୁ ୧୫୦୦ ଟଙ୍କା ଲେଖାଏଁ ଦିଆଯିବ। ସମସ୍ତ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ। ସେହିପରି କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପିଲାମାନଙ୍କୁ ବୃତ୍ତି ପ୍ରଦାନ କରାଯିବ। କେନ୍ଦୁପତ୍ର ସଂଗ୍ରହ ସହ ଜଡିତ ଥିବା ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ। ସର୍କଲ ଚେକ୍‍ରସ୍‍ ଓ ବାଇଣ୍ଡିଂ ଚେକର୍‍ସମାନଙ୍କ ଗ୍ରାଚୁଇଟି ଦେୟ ସାତ ଦିନରୁ ବୃଦ୍ଧି କରି ୧୫ ଦିନ କରାଯିବ। ସେହିପରି ସମସ୍ତ ତୋଳାଳୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଦିନକ ପୂର୍ବରୁ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଏବଂ କର୍ମଚାରୀମାନଙ୍କ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ଦାବି କରିଥିଲେ। ଏହା ସହ କେନ୍ଦୁପତ୍ର ଉପରୁ ସଂଗ୍ରହ ଦ୍ରବ୍ୟ ଓ ସେବାକର(ଜିଏସଟି) ୧୮%କୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରସଙ୍ଗର ଗୁରୁତ୍ୱକୁ ଅନୁଭବ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ କେନ୍ଦୁପତ୍ର ତୋଳାଳିଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଏହାକୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ବିଜୟ କୁମାର ମହାନ୍ତି ସ୍ବାଗତ କରିଛନ୍ତି। ଅନୁରୂପ ଭାବରେ ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ପାଇଁ ଯାହା କରି ହେବ, ତାହା ସୁନିଶ୍ଚିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦୁପତ୍ର ତୋଳିବା, ବାନ୍ଧିବା ସହ ଅଧିକାଂଶ ଗରିବ ଲୋକ ଜଡିତ। ସେହିପରି ରାଜ୍ୟର ବହୁ ଜନଜାତି ମା’ମାନେ ମଧ୍ୟ କେନ୍ଦୁପତ୍ର ତୋଳିବା କାମ କରିଥା’ନ୍ତି। କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ‘ମୋ ସରକାର’ ସବୁବେଳେ କାମ କରି ଆସୁଛି। ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ବୋନସ ଦିଆଯାଉଛି। ଓଡ଼ିଶାର ଏହି ନୀତି ଅନ୍ୟ ରାଜ୍ୟମାନଙ୍କ ପାଇଁ ମଡେଲ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗତ ସପ୍ତାହ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ କେନ୍ଦୁପତ୍ର ତୋଳାଳିମାନଙ୍କ ବିଭିନ୍ନ ସମସ୍ୟା ନେଇ ତିନିଥର ଆଲୋଚନା କରିଥିଲେ। ନୂଆ ଘୋଷଣା ସହ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉପରୁ ଜିଏସଟି(୧୮%) ହ୍ରାସ ନେଇ ଲଢେଇ ଜାରି ରଖିବେ ବୋଲି କହିଛନ୍ତି।

୧୮%ର ଜିଏସଟି ସ୍ଲାବ୍‍ ଏହି ବର୍ଗ ଉପରେ ବହୁତ ଅଧିକ। ତେଣୁ କେନ୍ଦୁପତ୍ର ଉପରୁ ଏହି ହାରରେ ଜିଏସଟି ଉଚ୍ଛେଦ କରିବା ନେଇ ଦାବି ଜାରି ରହିବ। ସେହିପରି ଗରିବ ଲୋକଙ୍କ ହିତ ଦୃଷ୍ଟିରୁ ଜିଏସଟି ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ପୁଣିଥରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। କେନ୍ଦୁପତ୍ର କାରବାରରୁ ହେଉଥିବା ସାମଗ୍ରିକ ରୋଜଗାରର ସିଂହଭାଗ କେନ୍ଦ୍ର ସରକାର ଜିଏସ୍‍ଟି ବାବଦରେ ନେଉଛନ୍ତି। ଯାହା କେନ୍ଦୁପତ୍ର ତୋଳାଳିଙ୍କ ଅର୍ଥନୈତିକ ଉନ୍ନତିରେ ବାଧକ। କେନ୍ଦୁପତ୍ର ତୋଳା ସହ ଜଡ଼ିତ ଥିବା ବର୍ଗ ଅତ୍ୟନ୍ତ ଗରିବ। ତେଣୁ ଏହି ବର୍ଗ ଉପରେ ୧୮% ଜିଏସଟି ମାଡ଼ ଦୁର୍ବିସହ ବୋଲି କୁହାଯାଉଛି। କେନ୍ଦୁପତ୍ର ତୋଳାଳି ମୁଖ୍ୟତଃ ଅନୁସୂଚିତ ଜନଜାତି ଓ ଜାତି, ଓବିସି ବର୍ଗର ହୋଇଥିବା ବେଳେ ବହୁ ସଂଖ୍ୟକ ମହିଳା ଏହି କ୍ଷେତ୍ରରେ କାମ କରିଥାନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ୨୦୨୨ ଫସଲ ବର୍ଷ ପାଇଁ ଉଭୟ ପ୍ରୋସେସ୍‍ ଅଞ୍ଚଳ ଓ ଫାଲ ଅଞ୍ଚଳରେ କେନ୍ଦୁପତ୍ର ସଂଗ୍ରହ ମୂଲ୍ୟରେ ବୃଦ୍ଧି କରାଯାଇଥିଲା। ଗତ ଏପ୍ରିଲରେ ନିଆଯାଇଥିବା ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୭.୫୦ ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ସହ ବନ୍ଧାଳୀ ଓ ଅନ୍ୟାନ୍ୟ ଋତୁକାଳୀନ କର୍ମଚାରୀ ଉପକୃତ ହୋଇ ଆସୁଛନ୍ତି।ଏହି ବାବଦରେ ରାଜ୍ୟ ତହବିଲରୁ ୨୪୦ କୋଟି ଟଙ୍କା ବ୍ୟୟ ହେଉଛି। ଏହା ବ୍ୟତୀତ ବୋନସ୍‍ ଓ ବିଭିନ୍ନ ଭତ୍ତା ବାବଦରେ ୧୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ କେରି ପ୍ରତି ୧.୨୦ ପଇସାରୁ ୧.୪୦ ପଇସା ହିସାବରେ କେରି ପ୍ରତି ୨୦ ପଇସା ବୃଦ୍ଧି କରିଥିଲେ। ସେହିପରି ୫୦ ଭାଗ ବୋନସ, ବନେ୍ଧଇ ଶ୍ରମିକ ଓ ସିଜିନାଲ୍‍ କର୍ମଚାରୀମାନଙ୍କ ପାଇଁ ଶତକଡା ୧୦ ଭାଗ ପ୍ରୋତ୍ସାହନ ସହାୟତା ଘୋଷଣା କରାଯାଇଥିଲା। ତୋଳାଳିମାନଙ୍କ ସାମାଜିକ ନିରାପତ୍ତା ସହାୟତା ପାଇଁ ୨୦୦୦ କେରୀପତ୍ର ଯୋଗ୍ୟତାର ମାପଦଣ୍ଡକୁ ୧୦୦୦ କେରୀ କରିବା ଓ ବନ୍ଧେଇ ଶ୍ରମିକମାନଙ୍କ ପାଇଁ ୧୦୮ ବଣ୍ଡଲ ପତ୍ର ବନେ୍ଧଇ କରିବା ଘୋଷଣା କରାଯାଇଥିଲା। କରୋନା ମହାମାରୀ ସତ୍ତ୍ବେ ୨୦୨୧ ମସିହାରେ କେନ୍ଦୁପତ୍ର ତୋଳାଳିମାନେ ପାଖାପାଖି ୧୨୫୪.୬ ନିୟୁତ କେରି କେନ୍ଦୁପତ୍ର ବିକ୍ରି କରିଥିବା ବେଳେ ଏ ବାବଦକୁ ପାଖାପାଖି ୧୬୬.୭୬ କୋଟି ଟଙ୍କା ଆୟ କରିଥିଲେ। ସେହିପରି ୨୦୨୦ ମସିହାରେ ୪୬୪ ନିୟୁତ କେରି ବିକ୍ରି କରି କେନ୍ଦୁପତ୍ର ତୋଳାଳିମାନେ ପାଖାପାଖି ୯୪.୮୫ କୋଟି ଟଙ୍କା ଆୟ କରିଥିଲେ। ଜଙ୍ଗଲ ଅଧିକାର ଆଇନ୍‍ ୨୦୦୬ ଅନୁସାରେ ଜଙ୍ଗଲରୁ କେନ୍ଦୁପତ୍ର ତୋଳିବା ବନବାସୀମାନଙ୍କର ଅଧିକାର। ଏହି ପରିପ୍ରେକ୍ଷୀରେ ଏପ୍ରିଲ ମାସରୁ କେନ୍ଦୁପତ୍ର ତୋଳା ଋତୁ ଆରମ୍ଭ ହୋଇଥାଏ। ଯେଉଁଥିରେ ପାଖାପାଖି ୭ ଲକ୍ଷ ୬୬ ହଜାର ୬୯୮ ଜଣ ନିୟୋଜିତ ହୋଇଥାନ୍ତି। ଖରା ମାସରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକର ଜଙ୍ଗଲ ଅଧିବାସୀମାନେ କାମ ଧନ୍ଦା ନ ପାଇ ରହୁଥିବା ବେଳେ ଜଙ୍ଗଲରୁ କେନ୍ଦୁପତ୍ର ତୋଳି କେରି ପିଛା ବିଭିନ୍ନ ସଂସ୍ଥାକୁ ୧.୨୦ ପଇସାରେ ବିକ୍ରି କରନ୍ତି। ଏହାବାଦ ପାଖାପାଖି ୨୦ ହଜାର ଅଣକୁଶଳୀ ଶ୍ରମିକ ମେ’ରୁ ଅକ୍ଟୋବର ମାସ ମଧ୍ୟରେ କେନ୍ଦୁପତ୍ରକୁ ବାନ୍ଧି ସେଥିରୁ ଦି’ପଇସା ଲାଭ କରିଥାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର