ଜାରି ରହିବ ତାତି; ଗୁରୁବାରଠାରୁ ବଢ଼ିବ ପ୍ରକୋପ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ମୁଣ୍ଡଫଟା ଖରା ଜାରି ରହିଛି। ଦିନ ୧୧ ଟାରୁ ଖରାର ପ୍ରକୋପ ଆରମ୍ଭ ହୋଇ ୩ ଟା ପର୍ଯ୍ୟନ୍ତ ତାତି ଜାରି ରହୁଛି। ପ୍ରବଳ ଖରା ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାର ସହରଗୁଡ଼ିକ ତାତିରେ ଖଇ ଫୁଟିଛି। ଗତ ସପ୍ତାହେ ହେବ କ୍ରମାଗତ ଭାବେ ପ୍ରବଳ ଖରା ଜାରି ରହିଥିବା ବେଳେ ରବିବାର ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏଥିମଧ୍ୟରେ […]

ଭୁବନେଶ୍ୱର : ରାଜ୍ୟରେ ମୁଣ୍ଡଫଟା ଖରା ଜାରି ରହିଛି। ଦିନ ୧୧ ଟାରୁ ଖରାର ପ୍ରକୋପ ଆରମ୍ଭ ହୋଇ ୩ ଟା ପର୍ଯ୍ୟନ୍ତ ତାତି ଜାରି ରହୁଛି। ପ୍ରବଳ ଖରା ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାର ସହରଗୁଡ଼ିକ ତାତିରେ ଖଇ ଫୁଟିଛି। ଗତ ସପ୍ତାହେ ହେବ କ୍ରମାଗତ ଭାବେ ପ୍ରବଳ ଖରା ଜାରି ରହିଥିବା ବେଳେ ରବିବାର ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏଥିମଧ୍ୟରେ ୨ ସହରର ପାରଦ ୪୩ ଡିଗ୍ରୀ ମଧ୍ୟ ଟପିଛି। ୪୩.୨ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଅନୁଗୁଳରେ ତାପମାତ୍ରା ୪୩.୧ ଡିଗ୍ରୀ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ସେହିପରି ରବିବାର ତାତି ରେକର୍ଡ ହୋଇଥିବା ସହର ମଧ୍ୟରେ ଝାରସୁଗୁଡ଼ାରେ ୪୨.୯, ବୌଦ୍ଧ ୪୨, ବବାଙ୍ଗିର ୪୨. ୪, ପାରଳାଖେମୁଣ୍ଡି ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟକୁ କ୍ରମାଗତ ଭାବେ ଗରମ ପବନ ପ୍ରବେଶ କରୁଛି। ଏଥିପାଇଁ ଅଧିକାଂଶ ସହରରେ ତାପମାତ୍ରା ଉପରମୁହାଁ ହୋଇ ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତେଣୁ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ସେହିପରି ଖରା ଯୋଗୁଁ ବର୍ତ୍ତମାନ ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ମଧ୍ୟାହ୍ନ ୧୨ରୁ ଅପରାହ୍ଣ ୩ଟା ମଧ୍ୟରେ ତାପମାତ୍ରାର ସର୍ବାଧିକ ପ୍ରକୋପ ରହୁଥିବାରୁ ଏହି ସମୟ ମଧ୍ୟରେ ଲୋକମାନଙ୍କୁ ବାହାରକୁ ନ ବାହାରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ତାପମାତ୍ରା ବୃଦ୍ଧି ସାଙ୍ଗକୁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ସଞ୍ଜୀବ ଦ୍ୱିବେଦୀ ସୂଚନା ଦେଇଛନ୍ତି। ସୋମବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ଥିବାରୁ ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ସେହିପରି ମଙ୍ଗଳବାର ଓ ବୁଧବାର ଉତ୍ତର ଓଡ଼ିଶା ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ହେବାକୁ ଥିବାବେଳେ ଗୁରୁବାର ପୁଣି ଏହାର ପ୍ରକୋପ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର