ସହର ବଦଳିଲା, ସବୁ ବଦଳିଗଲା: ‘ସେ ସମୟରେ ଡାକ୍ତର କହିଲେ ଗଦାଧର ମହାପାତ୍ର ଭଗବାନ ସଦୃଶ ଥିଲେ’

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ୱରରେ ଜନ୍ମ ହୋଇଛୁ, ପାଠ ପଢ଼ିଛୁ। ପୁରୁଣା ଭୁବନେଶ୍ୱରର ପାଣି ପବନ ସହିତ ଆମେ ପିଲାଦିନୁ ଜଡ଼ିତ। ସେତେବେଳର ଭୁବନେଶ୍ୱର କଥା ଚିନ୍ତା କଲେ ସ୍ୱପ୍ନ ଭଳି ଲାଗେ। ସେ ସମୟରେ ଭୁବନେଶ୍ୱରରେ କେବଳ ଜଙ୍ଗଲ ଓ ବିଲବାଡ଼ି ଥିଲା। ଏକାମ୍ରକ୍ଷେତ୍ର ସେତେବେଳେ ଏକା ହୋଇଥିଲା। ପୁରୁଣା ଭୁବନେଶ୍ୱରେ ସାହି କହିଲେ କେବଳ ୪ଟି ସାହି ଥିଲା। କ୍ୟାପିଟାଲ ସହରର ଉନ୍ନତି ଆମେ ନିଜ ଆଖିରେ ଦେଖିଛୁ। ନଳାମୁହଁ ସାହି, ନାଗେଶ୍ୱର ଟାଙ୍ଗୀ, ଜ୍ଞାନନଗର ସାହି […]

ଭୁବନେଶ୍ବର: ଭୁବନେଶ୍ୱରରେ ଜନ୍ମ ହୋଇଛୁ, ପାଠ ପଢ଼ିଛୁ। ପୁରୁଣା ଭୁବନେଶ୍ୱରର ପାଣି ପବନ ସହିତ ଆମେ ପିଲାଦିନୁ ଜଡ଼ିତ। ସେତେବେଳର ଭୁବନେଶ୍ୱର କଥା ଚିନ୍ତା କଲେ ସ୍ୱପ୍ନ ଭଳି ଲାଗେ। ସେ ସମୟରେ ଭୁବନେଶ୍ୱରରେ କେବଳ ଜଙ୍ଗଲ ଓ ବିଲବାଡ଼ି ଥିଲା। ଏକାମ୍ରକ୍ଷେତ୍ର ସେତେବେଳେ ଏକା ହୋଇଥିଲା। ପୁରୁଣା ଭୁବନେଶ୍ୱରେ ସାହି କହିଲେ କେବଳ ୪ଟି ସାହି ଥିଲା। କ୍ୟାପିଟାଲ ସହରର ଉନ୍ନତି ଆମେ ନିଜ ଆଖିରେ ଦେଖିଛୁ। ନଳାମୁହଁ ସାହି, ନାଗେଶ୍ୱର ଟାଙ୍ଗୀ, ଜ୍ଞାନନଗର ସାହି ଓ ରଥରୋଡ ସାହି ଥିଲା। ସେପଟେ କପିଳେଶ୍ୱର, ସୁନ୍ଦରପଦା ଗାଁ ଥିଲା। ସେତେବେଳେ କୋଠାବାଡ଼ି, ଦୋକାନ ବଜାର ସେମିତି କିଛି ନ ଥିଲା। କାଁଭାଁ ଗୋଟିଏ ୨ଟି ଦୋକାନ ଥିଲା। ୧୯୭୦ ମସିହା ବେଳକୁ ସନ୍ଧ୍ୟା ହେଲେ ଘରୁ ବାହାରୁ ନ ଥିଲୁ। କାରଣ ରାସ୍ତାଘାଟରେ ଆଲୋକର କୌଣସି ବ୍ୟବସ୍ଥା ନ ଥିଲା। ଲାଇଟ୍‍ ବହୁତ୍‍ ପଛରେ ଆସିଲା। ବିନ୍ଦୁସାଗରର ଚାରିପଟେ ଚାରିଟି ଖୁଣ୍ଟି ପୋତା ହୋଇ କିରୋସିନ୍‍ରେ ବତି ଲଗାଯାଉଥିଲା। ହାଟ କହିଲେ କେବଳ ଲିଙ୍ଗରାଜ ହାଟକୁ ବୁଝାଉଥିଲା। ଆଉ କେଉଁଠି ଗୋଟିଏ ଗୋଟିଏ ଚା’ ଦୋକାନ ରହିଥିଲା। ଦୋକାନୀ କାଠଚୂଲିରେ ଚା’ କରୁଥିଲେ। ସେ ସମୟରେ ଡାକ୍ତର କହିଲେ ଗଦାଧର ମହାପାତ୍ର ଭଗବାନ ସଦୃଶ ଥିଲେ। ଆଜି ବି ମ୍ୟୁନିସିପାଲଟି ଡାକ୍ତରଖାନାକୁ ଲୋକେ ଗଦାଧର ମହାପାତ୍ର ଡାକ୍ତରଖାନା କହୁଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ସେତେବେଳେ ଭାଇଚାରା ଓ ବନ୍ଧୁ ସମ୍ପର୍କ ଭଲ ଥିଲା। କିନ୍ତୁ ଏବେ କାହା ସହ କାହାରି ଭଲ ନାହିଁ। ଏବେ ସମସ୍ତେ ନିଜ କାମରେ ବ୍ୟସ୍ତ। ସେ ସମୟରେ ଥାନା କହିଲେ ଭୁବନେଶ୍ୱର ଥାନାକୁ ବୁଝୁଥିଲେ। ପଛରେ ତାହାକୁ ଲିଙ୍ଗରାଜ ଥାନା ନାମକରଣ ହେଲା। ମନ୍ଦିର ଭିତରେ କେଦାରଗୌରୀ ଓ ଲିଙ୍ଗରାଜ ମନ୍ଦିରକୁ ଲୋକ ଆସୁଥିଲେ। ସେତେବେଳେ ଭୁବନେଶ୍ୱରର ପାଣିପବନରେ ଶାନ୍ତି ମିଳୁଥିଲା। ବିନ୍ଦୁସାଗରରୁ ପାଣି ଆଣି ପୁରୁଣା ଭୁବନେଶ୍ୱରର ସାହି ଲୋକେ ଖାଇବା ଓ ପିଇବା ପାଇଁ ବ୍ୟବହାର କରୁଥିଲେ। ଗୋରୁଗାଈ ଓ ଚାଷବାସ ପାଇଁ ବିନ୍ଦୁସାଗର ପାଣି ସାହାଭରସା ଥିଲା। ଏବେ ସବୁଆଡ଼େ ଟ୍ୟାପ୍‍ ପାଣିର ବ୍ୟବସ୍ଥା କରାଗଲା। ପୁରୁଣା ଭୁବନେଶ୍ୱର କହିଲେ ଐତିହ୍ୟ କ୍ଷେତ୍ର ଲିଙ୍ଗରାଜ କ୍ଷେତ୍ର। ଅନ୍ୟପଟେ ନୂଆପଲ୍ଲୀ ଅଞ୍ଚଳରେ କିଛି ଲୋକ ରହୁଥିଲେ। ଧୀରେ ଧୀରେ ସହର ବଢ଼଼ିବାରେ ଲାଗିଲା। ମହାନଗର ନିଗମ ହେବା ପରେ ଭୁବନେଶ୍ୱରରେ ବିଭିନ୍ନ ପ୍ରକାରର ନଗର ହୋଇଗଲା। ପୂର୍ବରୁ ଲିଙ୍ଗରାଜଙ୍କ ରଥଯାତ୍ରା ମାସ ମାସ ଧରି ହୁଏ। ସେ ସମୟରେ ପୁରୁଣା ଭୁବନେଶ୍ୱରରେ ଭିନ୍ନ ପରିବେଶ ଥିଲା। ଏବେ ସେସବୁ ଆଉ ନାହିଁ। ସହର ବଦଳିଲା, ସବୁ ବଦଳିଗଲା

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର