ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

Madhusudan Das Picture
Published On

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।  ଶୁକ୍ରବାର ସକାଳ ୫:୩୦ ମିନିଟରେ ଆଇଏମଡି ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ଏହି ସିଷ୍ଟମ ସମାନ ଅଞ୍ଚଳରେ ସକ୍ରିୟ ରହିବ ଏବଂ ଅକ୍ଟୋବର ୨୪ ତାରିଖ ସୁଦ୍ଧା ଏହା ଏକ ଅବପାତ (ଡିପ୍ରେସନ) ରେ ପରିଣତ ହେବାର ସମ୍ଭାବନା ରହିଛି। 

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ଖରସ୍ରୋତା ନଦୀରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ଖୋଜାଖୋଜି ଜାରି

ପାଣିପାଗ ବିଭାଗ ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ଲଘୁଚାପ କ୍ଷେତ୍ର ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି। ବିଶେଷ କରି ଅକ୍ଟୋବର ୨୬ ତାରିଖ ସୁଦ୍ଧା ଏହା ଏକ ଘୂର୍ଣ୍ଣିବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ସିଷ୍ଟମ ଉପରେ ବିଭାଗ ଲଗାତାର ନଜର ରଖିଛି ଏବଂ ଆଗାମୀ ଦିନରେ ଅଧିକ ସୂଚନା ପ୍ରଦାନ କରାଯିବ। 

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ: ବିଜେଡି ଛାତ୍ର ସଂଗଠନର ଉଲ୍ଲେଖନୀୟ ପ୍ରଦର୍ଶନ

ଅନ୍ତର୍ଜାତୀୟ ପାଣିପାଗ ବିଶେଷଜ୍ଞ ଜେସନ୍ ନିକୋଲ୍ସଙ୍କ ପୂର୍ବାନୁମାନଠାରୁ ଆରମ୍ଭ କରି ଭାରତୀୟ ପାଣିପାଗ ବିଭାଗ ବା IMD, ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍, ୟୁରୋପୀୟ ECMWF ଓ Windyରେ ପ୍ରଦର୍ଶିତ ମଡେଲ୍ ଗୁଡ଼ିକର ଆକଳନକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ସମ୍ଭାବ୍ୟ ବାତ୍ୟାର ତୀବ୍ରତା, ଗତିପଥ ଏବଂ ସ୍ଥଳଭାଗ ଅତିକ୍ରମ କରିବାର ସ୍ଥାନ ସମ୍ପର୍କରେ ଏବେ ବି ଅନିଶ୍ଚିତତା ରହିଛି । ସେହିପରି ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶର କେଉଁ ଉପକୂଳରେ ଏହା ସ୍ଥଳଭାଗ ଅତିକ୍ରମ କରିବ, ସେନେଇ ମଧ୍ୟ ନିଶ୍ଚିତ ଘୋଷଣା ହୋଇନାହିଁ ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ କାରଣ: ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର