ଗାଧୋଇବାବେଳେ ପୋଖରୀରେ ବୁଡି ଜେଜେ ଓ ନାତି ମୃତ
ଭଦ୍ରକ: ସାବରଙ୍ଗ ଥାନା ଅଧିନ ମାଳିଅରୁଆ ଗାଁରେ ଅଘଟଣ। ପୋଖରୀରେ ବୁଡି ଜେଜେ ଓ ନାତି ମୃତ। ପୋଖରୀରେ ଜେଜେ ଦୟାନିଧି ବାରିକ ଗାଧୋଇବା ସମୟରେ ନାତି ବସି ଦେଖୁ ଥିଲା। କୌଣସି କାରଣବଶତଃ ୪ ବର୍ଷୀୟ ନାତି ପୋଖରୀ ପାଣିରେ ବୁଡି ଯାଇଥିଲା। ନାତି ପାଣିରେ ବୁଡି ଯାଉଥିବାର ଦେଖି ଜେଜେ ନାତିକୁ ବଞ୍ଚାଇବାକୁ ଯାଇ ବୁଡି ଯାଇଥିଲେ। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ଉଭୟଙ୍କୁ ଖୋଜାଖୋଜି କରିଥିଲେ। ବହୁତ ସମୟ ଖୋଜାଖୋଜି ପରେ ଦୁହିଁଙ୍କ ମୃତଦେହ ପୋଖରୀରେ ଭାସୁଥିବାର ଦେଖି ଗାଁ ଲୋକେ ଓ ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସାବରଙ୍ଗ ପୋଲିସ ଉଭୟଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।






