ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Madhusudan Das Picture
Published On

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଯାଜପୁର ଜିଲ୍ଲା ବଡ଼ଚଣା ପୂର୍ତ୍ତ ବିଭାଗ (ଆର୍ ଆଣ୍ଡ ବି) ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କଟକର ଚୌଦ୍ୱାର ସ୍ଥିତ ଚାରବାଟିଆ ଆର୍ ଆଣ୍ଡ ବି ଡିଭିଜନ୍ ଅଧୀନରେ କାର୍ଯ୍ୟରତ ଥିବା ତପନ ସେଠୀଙ୍କୁ ଆଜି କଟକର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯିବ। ସମ୍ପତ୍ତି ଯାଞ୍ଚ ସମୟରେ ନିଜ ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ଥିବା ନେଇ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ତାଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ, ୨୧.୮୮ ଲକ୍ଷ ଟଙ୍କା ଜବତ

ଭିଜିଲାନ୍ସ ଚଢ଼ାଉ ବେଳେ ସେଠୀଙ୍କ ନିକଟରୁ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ସେଥିମଧ୍ୟରେ କଟକ, ଭୁବନେଶ୍ୱର ଏବଂ ପୁରୀରେ ଥିବା ୩ଟି ବହୁତଳ କୋଠା, ୩ଟି ଦାମୀ ପ୍ଲଟ୍ ଏବଂ ୧.୦୨ ଏକର ଜମିରେ ବ୍ୟାପ୍ତ ଗୋଟିଏ ଫାର୍ମ ହାଉସ୍ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ତାଙ୍କ ନିକଟରୁ ୭୪୭ ଗ୍ରାମ୍ ସୁନା, ୨୦.୮୭ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ଦୁଇଟି ଚାରିଚକିଆ ଯାନ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ବିଜେପିର ଚକ୍ରାନ୍ତ ଜେନ ଜିଙ୍କୁ ଅଟକାଇ ପାରିଲାନି, ଛାତ୍ର ସଂସଦ ନିର୍ବାଚନ ଫଳାଫଳ କେବଳ ଆରମ୍ଭ ମାତ୍ର: ବିଜେଡି

ଏହି ଘଟଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସେଠୀଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଭୟ: ଓଡ଼ିଶା ମୁହାଁ ହେବ କି ଘୂର୍ଣ୍ଣିବଳୟ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର