ସ୍ଥଳଭାଗ ମୁହାଁ ବାତ୍ୟା 'ଅର୍ଣ୍ଣବ': ସ୍ଥାନାନ୍ତର ହେବେ ୪୮ ହଜାର ଲୋକ, ମୁକାବିଲା ପାଇଁ ସରକାର ପ୍ରସ୍ତୁତ

Madhusudan Das Picture
Published On

ଭୁବନେଶ୍ୱର: ଉପକୂଳ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଭୟଙ୍କର ସାମୁଦ୍ରିକ ବାତ୍ୟା 'ଅର୍ଣ୍ଣବ'ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ସମ୍ଭାବ୍ୟ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ରାଜ୍ୟ ତଥା ଜିଲ୍ଲା ପ୍ରଶାସନକୁ ହାଇ ଆଲର୍ଟରେ ରଖାଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ରାଜେଶ ପ୍ରଭାକର ପାଟିଲଙ୍କ ସୂଚନା ଅନୁଯାୟୀ, ବିପଦସଙ୍କୁଳ ଅଞ୍ଚଳରେ ଉଦ୍ଧାର ଏବଂ ସ୍ଥାନାନ୍ତର ପ୍ରକ୍ରିୟା ପୂର୍ଣ୍ଣ ମାତ୍ରାରେ ଚାଲିଛି। ପ୍ରଶାସନ ପକ୍ଷରୁ ୮ଟି ବିପଦପୂର୍ଣ୍ଣ ଜିଲ୍ଲାରୁ ପ୍ରାୟ ୪୮,୦୦୦ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଅନେକ ସମ୍ବେଦନଶୀଳ ଅଞ୍ଚଳରେ ଏହି ପ୍ରକ୍ରିୟା ଶେଷ ହୋଇସାରିଲାଣି। 

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

ସର୍ବାଧିକ ଲୋକ ନବରଙ୍ଗପୁରରୁ (୧୧,୨୭୦) ସ୍ଥାନାନ୍ତରିତ ହୋଇଥିବା ବେଳେ ଗଜପତିରୁ ୧୧,୦୦୦, ମାଲକାନଗିରିରୁ ୯,୮୫୦, ଗଞ୍ଜାମରୁ ୬,୫୦୦, କୋରାପୁଟରୁ ୫,୦୦୦ ଏବଂ ନୂଆପଡ଼ାରୁ ୧,୬୭୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପରିସ୍ଥିତି ଅନୁଯାୟୀ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ଆହୁରି ପଢ଼ନ୍ତୁ: ବାତ୍ୟା ଆଶଙ୍କା: ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ

ଜରୁରୀକାଳୀନ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ଗ୍ରାଉଣ୍ଡ ଜିରୋରେ ବହୁ ସଂଖ୍ୟାରେ ସୁରକ୍ଷା ଏବଂ ବିପର୍ଯ୍ୟୟ ପ୍ରଶମନ ବାହିନୀ ମୁତୟନ କରାଯାଇଛି। ରାଜ୍ୟରେ ମୋଟ ୨୮୧ଟି ଟିମ୍ ନିୟୋଜିତ ହୋଇଛନ୍ତି, ଯେଉଁଥିରେ ୪୮ଟି ଓଡ୍ରାଫ୍ (ODRAF) ୟୁନିଟ୍, ୮ଟି ଏନଡିଆରଏଫ (NDRF) ଟିମ୍ ଏବଂ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ୨୨୫ଟି ଅଗ୍ନିଶମ ସେବା ୟୁନିଟ୍ ସାମିଲ ଅଛନ୍ତି। ଏସଆରସି ରାଜେଶ ପ୍ରଭାକର ପାଟିଲ ସ୍ପଷ୍ଟ କରିଛନ୍ତି ଯେ ମାନବ ଜୀବନ ରକ୍ଷା କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଆହୁରି ପଢ଼ନ୍ତୁ: ନିଖୋଜର ୨୪ ଘଣ୍ଟା ପରେ ଶିଶୁକନ୍ୟା ଉଦ୍ଧାର; ସନ୍ଦିଗ୍ଧ ଅଟକ, ପୁଲିସର ତଦନ୍ତ ଜାରି

ମଙ୍ଗଳବାର ସକାଳୁ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ଗଞ୍ଜାମ, ପୁରୀ, ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି। ବାତ୍ୟା ଯେତିକି ପାଖେଇ ଆସୁଛି, ପବନର ବେଗ ଏବଂ ବର୍ଷାର ତୀବ୍ରତା ସେତିକି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଲଗାଣ ବର୍ଷା କାରଣରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାରୁ ରାପିଡ୍ ରେସପନ୍ସ ଟିମ୍ ଏବଂ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଦ୍ୟତମ ସୂଚନା ଅନୁଯାୟୀ, ଏହି ବାତ୍ୟା ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରୁଛି। ବର୍ତ୍ତମାନ ଏହା ଓଡ଼ିଶାର ଗୋପାଳପୁର ଠାରୁ ୩୮୦ କିଲୋମିଟର ଦକ୍ଷିଣରେ, ବିଶାଖାପାଟଣା ଠାରୁ ୨୬୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏବଂ କାକିନାଡ଼ା ଠାରୁ ୩୦୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର