ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଟି-୨୦ରେ ଭାରତର ଦମ୍‌ଦାର ବିଜୟ, ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ

Madhusudan Das Picture
Published On

ୱେଲିଂଟନ: ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଟି-୨୦ରେ ଭାରତର ଦମ୍‌ଦାର ବିଜୟ । ୬ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଲା ଟିମ୍ ଇଣ୍ଡିଆ । ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୱେଲିଂଟନର ହେନରୀ ଷ୍ଟାଡିୟମଠାରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଟିମ୍ ଇଣ୍ଡିଆ ୫ ଟିକିଆ ଶୃଙ୍ଖଳାରେ ୩-୦ ରେ ଆଗୁଆ ରହି ସିରିଜ୍ କବଜା କରିନେଇଛି। ଭାରତ ୧୯୯ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୧୩.୨ ଓଭରରେ ୪ ୱିକେଟ୍ ହରାଇ ହାସଲ କରିନେଇଥିଲା।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଏହି ମ୍ୟାଚରେ ଅଭିଷେକ ଶର୍ମା ନିଜର ଚତୁର୍ଥ ଟି-୨୦ ଅନ୍ତର୍ଜାତୀୟ ଶତକ ହାସଲ କରିବା ସହ ମାତ୍ର ୩୮ ବଲରୁ ୧୧୩ ରନ୍ ର ଧୂଆଁଧାର ଇନିଂସ ଖେଳିଥିଲେ। ଏହା ତାଙ୍କ ଟି-୨୦ କ୍ୟାରିୟରର ୧୧ଶ ଶତକ ଥିଲା। ଏହି ରେକର୍ଡ ସହ ସେ ଭାରତୀୟ ଭେଟେରାନ୍ ଖେଳାଳି ବିରାଟ କୋହଲି (୧୦ ଶତକ) ଙ୍କୁ ପଛରେ ପକାଇ ସବୁଠାରୁ ଛୋଟ ଫର୍ମାଟରେ ସର୍ବାଧିକ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟର ପାଲଟିଛନ୍ତି। ବିଶ୍ୱ କ୍ରିକେଟରେ କ୍ରିସ୍ ଗେଲ୍ (୨୨) ଏବଂ ବାବର ଆଜମ (୧୩) ଙ୍କ ପରେ ସେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଓପନିଂ କରିବାକୁ ଆସିଥିବା ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ମାତ୍ର ୧୯ ବଲରୁ ୪୫ ରନ୍ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

ଏହି ମ୍ୟାଚରେ ଭାରତୀୟ ଦଳ ଅନେକ ରେକର୍ଡ ଭାଙ୍ଗିଛି। ପୁରୁଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ପାୱାରପ୍ଲେ (ପ୍ରଥମ ୬ ଓଭର) ରେ ଦଳ ସର୍ବାଧିକ ୧୧୮/୦ ରନ୍ ସଂଗ୍ରହ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ ୨୦୨୧ ମସିହାରେ ସର୍ବିଆ ବିପକ୍ଷରେ ରୋମାନିଆ ୧୧୬/୦ ରନ୍ କରିଥିଲା। ଏହା ବ୍ୟତୀତ ଭାରତ ମାତ୍ର ୫ ଓଭରରେ ୧୦୦ ରନ୍ ପୂରଣ କରିଥିଲା, ଯାହାକି ବିଶ୍ୱର ଦ୍ୱିତୀୟ ଦ୍ରୁତତମ ଶତକୀୟ ଆରମ୍ଭ ଅଟେ। ସେହିପରି ମାତ୍ର ୨.୨ ଓଭରରେ ଦଳୀୟ ସ୍କୋର ୫୦ ଛୁଇଁ ଭାରତ ବିଶ୍ୱର ଯୁଗ୍ମ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ ମଧ୍ୟ ବରାବର କରିଛି।

ଆହୁରି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20ରେ ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ, ସିରିଜରେ ୨-୦ରେ ଆଗୁଆ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କିୱି ଦଳ ପାଇଁ ଡାରିଲ୍ ମିଚେଲ୍ ୫୨ ବଲରୁ ୮୯ ଉପଯୋଗୀ ଅପରାଜିତ ରନ୍ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୩ ୱିକେଟ୍ ହରାଇ ୧୯୮ ରନ୍ କରିବାରେ ସଫଳ ହୋଇଥିଲା। ବେଭନ୍ ଜାକବ୍ସ ୨୩ ବଲରୁ ୩୯ ରନ୍ କରିଥିଲେ। ତେବେ ଶେଷ ୭ ଓଭରରେ ଭାରତୀୟ ବୋଲରମାନେ ମାତ୍ର ୬୩ ରନ୍ ଦେଇ ଘରୋଇ ଦଳକୁ ୨୦୦ ରନ୍ ପାର୍ କରିବାକୁ ଦେଇନଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ୍ ଜାମିସନ୍ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର