ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

Madhusudan Das Picture
Published On

ବାରିପଦା: ସମ୍ଭାବ୍ୟ ବାତ୍ୟା ପାଇଁ ଆସନ୍ତା ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ପରିବର୍ତ୍ତନ ହୋଇଛି । ଏ ନେଇ ରାଜ୍ୟ ସରକାର ଓ ରାଷ୍ଟ୍ରପତିଙ୍କ ସଚିବାଳୟର ଟୁର୍‌ ସେକ୍ସନ ପକ୍ଷରୁ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ଯାତାୟାତ ସମୟ, ଦୂରତା ଓ ରାସ୍ତାର ସ୍ଥିତି ସମ୍ପର୍କରେ ବିଚାରବିମର୍ଶ ଆରମ୍ଭ ହୋଇଛି। ୨୮ ଓ ୨୯ ପରିବର୍ତ୍ତେ ନଭେମ୍ୱର ୪ ଓ ୫ତାରିଖ ଗସ୍ତସୂଚୀ ହୋଇପାରେ ବୋଲି କୁହାଯାଉଛି। ପୂର୍ବରୁ ରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଅକ୍ଟୋବର ୧୩ ତାରିଖରେ ଜାରି ହୋଇଥିବା ଏହି ଚିଠିରେ ଅକ୍ଟୋବର ୨୮ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡ଼ିଶାର ରାଇରଙ୍ଗପୁର ଓ ପଶ୍ଚିମବଙ୍ଗର କଲାଇକୁଣ୍ଡା ଗସ୍ତ ପରିପ୍ରେକ୍ଷୀରେ ରାସ୍ତା ଯାତ୍ରାର ସମୟ ନିର୍ଦ୍ଧାରଣ ହୋଇଥିଲା। 

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଯୁଗରେ ଅଲୋଡ଼ା ହେଉଛି ପୁରୁଣା ବହି, ଅନଲାଇନ ସାଜୁଛି ବାଧକ

ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୨୮ ତାରିଖରେ ଦାଣ୍ଡବୋଷ ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରି ବହଳଦାସ୍ଥ ମା' କିଚକେଶ୍ୱରୀ ମନ୍ଦିର, ମାହୁଲଡିହାର ଲକ୍ଷ୍ମୀମଣ୍ଡପ ଓ ରାଇରଙ୍ଗପୁରସ୍ଥ ରାଷ୍ଟ୍ରପତିଙ୍କ ଗୃହକୁ ଯିବାର କାର୍ଯ୍ୟକ୍ରମ ରହିଥିଲା। ଏହାପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଓ ରାଇରଙ୍ଗପୁର କଚେରି ପଡ଼ିଆ ଗସ୍ତ ସହ ହଲିଡେ ହୋମ୍‌କୁ ଯାତାୟାତର ରୂପରେଖ ପ୍ରସ୍ତୁତି ଜାରି ରହିଥିଲା।  ଅକ୍ଟୋବର ୨୯ ତାରିଖରେ ରାଇରଙ୍ଗପୁର ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ବିକାଶ ନଗର ଓ ଗୋରୁମହିଷାଣୀ ଆଇରନ୍‌ କଲେଜସ୍ଥ ମଲ୍ଟି ସ୍କିଲ୍‌ ଡେଭଲପମେଣ୍ଟ ସେଣ୍ଟର ସମେତ ଟାଉନ୍‌ ହଲ୍‌ ଗସ୍ତର କାର୍ଯ୍ୟସୂଚୀ ରହିଥିଲା। 

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର