ଗଣଶିକ୍ଷା ବିଭାଗ ଛୁଟିରୁ ବାଦ୍‌ ପଡ଼ିଲା ଗୁରୁ ଦିବସ ଓ ଶିଶୁ ଦିବସ; ପିଲାଙ୍କ ମନରୁ ମହାପୁରୁଷଙ୍କୁ ଦୂରେଇ ଦେବାର ଷଡ଼୍‌ଯନ୍ତ୍ର: ଶିକ୍ଷକ ସଂଘ

Deviprasad Mohanty Picture
Published On

ଭୁବନେଶ୍ୱର: ଚଳିତ ବର୍ଷ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ଓ ଶିଶୁଦିବସ ପାଳନକୁ ଛୁଟି ଦିବସରୁ ବାଦ୍‌ ଦିଆଯାଇଛି। ଏହି ଦୁଇଟି ଦିବସକୁ ପିଲାମାନେ ପାଳନ କରିବେ ନା ନାହିଁ, ସେନେଇ ମଧ୍ୟ ବିଜ୍ଞପ୍ତିରେ କୌଣସି ସ୍ପଷ୍ଟତା ନାହିଁ। କାହିଁକି ଏହି ଦୁଇଟି ଦିବସକୁ ଛୁଟି ତାଲିକାରୁ ବାଦ୍‌ ଦିଆଗଲା, ସେ ସମ୍ପର୍କରେ ମଧ୍ୟ ବିଭାଗ ପକ୍ଷରୁ କୁଛି ସୂଚନା ଦିଆଯାଇ ନାହିଁ। ଫଳରେ ମହାପୁରୁଷଙ୍କୁ ପିଲାଙ୍କ ଠାରୁ ଦୂରେଇ ଦେବାକୁ ଏହା ଗଣଶିକ୍ଷା ବିଭାଗର ସୁଚିନ୍ତିତ ଷଡ୍‌ଯନ୍ତ୍ର ବୋଲି ଅଭିଯୋଗ ହୋଇଛି। ସେହିପରି ସରସ୍ୱତୀ ପୂଜାକୁ ମଧ୍ୟ ଛୁଟି ତାଲିକାରୁ ବାଦ୍‌ ଦିଆଯାଇଛି। 

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଗଲା ଦୁନିଆର ସବୁଠାରୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ: ଜାଣନ୍ତୁ କାହିଁକି ବଦଳିଲା କମ୍ପାନୀର ନିଷ୍ପତ୍ତି?

ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣାଙ୍କ ଜନ୍ମଦିନ ସେପ୍ଟେମ୍ୱର ୫କୁ ବିଦ୍ୟାଳୟରେ ଗୁରୁଦିବସ ଭାବେ ପାଳନ କରାଯାଉଛି। ସେହିପରି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମଦିନ ନଭେମ୍ୱର ୧୪ କୁ ଶିଶୁଦିବସ ଭାବେ ପାଳନ କରାଯାଉଛି। ଗଣଶିକ୍ଷା ବିଭାଗ ପକ୍ଷରୁ ଉଭୟ ଦିନକୁ ପୂର୍ବରୁ ପାଳନଦିବସ ଉଲ୍ଲେଖ କରି ଛୁଟି ଦିବସ ଭାବେ ଘୋଷଣା କରୁଥିଲା। ସେହିଦିନ ପିଲାମାନେ ମହାପୁରୁଷଙ୍କ ବିଷୟରେ କହିବା ସହ ଅନେକ ତଥ୍ୟ ଓ ତାଙ୍କର ତ୍ୟାଗକୁ ଜାଣିପାରୁଥିଲେ। ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ପିଲାଙ୍କୁ ମହାପୁରୁଷଙ୍କ ଅବଦାନ ସମ୍ପର୍କରେ କହିବା ସହ ଦେଶ ସ୍ୱାଧୀନତା ପାଇଁ ସଂଘର୍ଷ ସମ୍ପର୍କରେ ଅବଗତ କରୁଥିଲେ। ଫଳରେ ଡ. ରାଧାକ୍ରିଷ୍ଣନ୍‌ ଓ ନେହେରୁଙ୍କ ବିଷୟରେ ପିଲାମାନେ ଅଧିକ ଜାଣିବା ସହ ସ୍ୱାଧୀନତା ଆନ୍ଦୋଳନର ଇତିହାସକୁ ବୁଝିଥାନ୍ତି। ହେଲେ ଏହି ଦୁଇ ଦିନକୁ ଛୁଟି ତାଲିକାରୁ ବାଦ୍‌ ଦେବା ପରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ‘ପିଷ୍ଟା’ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ, ଛୁଟି ତାଲିକାରୁ ବାଦ୍‌ ଦେଇ ଦୁଇ ସ୍ୱାଧୀନତା ସଂଗ୍ରାମୀ ତଥା ମହାପୁରୁଷଙ୍କ ନାମକୁ ଜନମାନସରୁ ଦୂରେଇ ଦେବାକୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଇତିହାସକୁ କଦର୍ଥ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଯାହା ଛାତ୍ରଛାତ୍ରୀଙ୍କୁ ବ୍ୟାପକ ଭାବେ କ୍ଷତି ପହଞ୍ଚାଇବ। ଏଣୁ ଛୁଟି ଦିବସରେ ଏହି ଦୁଇ ଦିବସକୁ ସାମିଲ କରି ପାଳନ ଦିବସ ଭାବେ ସ୍ଥାନିତ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ କମୁଥିବା ଭୂତଳ ଜଳସ୍ତରକୁ ନେଇ ସରକାରଙ୍କ ଚିନ୍ତା, ୫ ବର୍ଷରେ କମିଛି ୦.୫୩% MBGL

ସୂଚନାଯୋଗ୍ୟ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ଛୁଟି ତାଲିକାରେ ରବିବାର ବ୍ୟତୀତ ଆଉ ୩୦ ଦିନକୁ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି। ତନ୍ମଧ୍ୟରୁ  ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉକ୍ରଳ ଦିବସ, ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ଗାନ୍ଧୀ ଜୟନ୍ତୀକୁ ବିଦ୍ୟାଳୟରେ ପାଳନ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ୨୦ଲକ୍ଷ ଟଙ୍କା ସହ ୩୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ୬ ଦୁର୍ବୃତ୍ତ

18 Dec 2025 By Deviprasad Mohanty

ଗଣଶିକ୍ଷା ବିଭାଗ ଛୁଟିରୁ ବାଦ୍‌ ପଡ଼ିଲା ଗୁରୁ ଦିବସ ଓ ଶିଶୁ ଦିବସ; ପିଲାଙ୍କ ମନରୁ ମହାପୁରୁଷଙ୍କୁ ଦୂରେଇ ଦେବାର ଷଡ଼୍‌ଯନ୍ତ୍ର: ଶିକ୍ଷକ ସଂଘ

ଭୁବନେଶ୍ୱର: ଚଳିତ ବର୍ଷ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ଓ ଶିଶୁଦିବସ ପାଳନକୁ ଛୁଟି ଦିବସରୁ ବାଦ୍‌ ଦିଆଯାଇଛି। ଏହି ଦୁଇଟି ଦିବସକୁ ପିଲାମାନେ ପାଳନ କରିବେ ନା ନାହିଁ, ସେନେଇ ମଧ୍ୟ ବିଜ୍ଞପ୍ତିରେ କୌଣସି ସ୍ପଷ୍ଟତା ନାହିଁ। କାହିଁକି ଏହି ଦୁଇଟି ଦିବସକୁ ଛୁଟି ତାଲିକାରୁ ବାଦ୍‌ ଦିଆଗଲା, ସେ ସମ୍ପର୍କରେ ମଧ୍ୟ ବିଭାଗ ପକ୍ଷରୁ କୁଛି ସୂଚନା ଦିଆଯାଇ ନାହିଁ। ଫଳରେ ମହାପୁରୁଷଙ୍କୁ ପିଲାଙ୍କ ଠାରୁ ଦୂରେଇ ଦେବାକୁ ଏହା ଗଣଶିକ୍ଷା ବିଭାଗର ସୁଚିନ୍ତିତ ଷଡ୍‌ଯନ୍ତ୍ର ବୋଲି ଅଭିଯୋଗ ହୋଇଛି। ସେହିପରି ସରସ୍ୱତୀ ପୂଜାକୁ ମଧ୍ୟ ଛୁଟି ତାଲିକାରୁ ବାଦ୍‌ ଦିଆଯାଇଛି। 

ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣାଙ୍କ ଜନ୍ମଦିନ ସେପ୍ଟେମ୍ୱର ୫କୁ ବିଦ୍ୟାଳୟରେ ଗୁରୁଦିବସ ଭାବେ ପାଳନ କରାଯାଉଛି। ସେହିପରି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମଦିନ ନଭେମ୍ୱର ୧୪ କୁ ଶିଶୁଦିବସ ଭାବେ ପାଳନ କରାଯାଉଛି। ଗଣଶିକ୍ଷା ବିଭାଗ ପକ୍ଷରୁ ଉଭୟ ଦିନକୁ ପୂର୍ବରୁ ପାଳନଦିବସ ଉଲ୍ଲେଖ କରି ଛୁଟି ଦିବସ ଭାବେ ଘୋଷଣା କରୁଥିଲା। ସେହିଦିନ ପିଲାମାନେ ମହାପୁରୁଷଙ୍କ ବିଷୟରେ କହିବା ସହ ଅନେକ ତଥ୍ୟ ଓ ତାଙ୍କର ତ୍ୟାଗକୁ ଜାଣିପାରୁଥିଲେ। ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ପିଲାଙ୍କୁ ମହାପୁରୁଷଙ୍କ ଅବଦାନ ସମ୍ପର୍କରେ କହିବା ସହ ଦେଶ ସ୍ୱାଧୀନତା ପାଇଁ ସଂଘର୍ଷ ସମ୍ପର୍କରେ ଅବଗତ କରୁଥିଲେ। ଫଳରେ ଡ. ରାଧାକ୍ରିଷ୍ଣନ୍‌ ଓ ନେହେରୁଙ୍କ ବିଷୟରେ ପିଲାମାନେ ଅଧିକ ଜାଣିବା ସହ ସ୍ୱାଧୀନତା ଆନ୍ଦୋଳନର ଇତିହାସକୁ ବୁଝିଥାନ୍ତି। ହେଲେ ଏହି ଦୁଇ ଦିନକୁ ଛୁଟି ତାଲିକାରୁ ବାଦ୍‌ ଦେବା ପରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ‘ପିଷ୍ଟା’ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ, ଛୁଟି ତାଲିକାରୁ ବାଦ୍‌ ଦେଇ ଦୁଇ ସ୍ୱାଧୀନତା ସଂଗ୍ରାମୀ ତଥା ମହାପୁରୁଷଙ୍କ ନାମକୁ ଜନମାନସରୁ ଦୂରେଇ ଦେବାକୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଇତିହାସକୁ କଦର୍ଥ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଯାହା ଛାତ୍ରଛାତ୍ରୀଙ୍କୁ ବ୍ୟାପକ ଭାବେ କ୍ଷତି ପହଞ୍ଚାଇବ। ଏଣୁ ଛୁଟି ଦିବସରେ ଏହି ଦୁଇ ଦିବସକୁ ସାମିଲ କରି ପାଳନ ଦିବସ ଭାବେ ସ୍ଥାନିତ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

ସୂଚନାଯୋଗ୍ୟ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ଛୁଟି ତାଲିକାରେ ରବିବାର ବ୍ୟତୀତ ଆଉ ୩୦ ଦିନକୁ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି। ତନ୍ମଧ୍ୟରୁ  ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉକ୍ରଳ ଦିବସ, ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ଗାନ୍ଧୀ ଜୟନ୍ତୀକୁ ବିଦ୍ୟାଳୟରେ ପାଳନ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର