ଋଷିକେଶରୁ ଗିରଫ ହେଲା ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ହାର୍ଡକୋର ଅପରାଧୀ ରାଜା ସାହାଣୀ

Madhusudan Das Picture
Published On

କଟକ: ଗିରଫ ହେଲା ଚୌଦ୍ବାର ଜେଲରୁ ଫେରାର୍‌ ଦ୍ବିତୀୟ କଏଦୀ ରାଜା ସାହାଣୀ । ଦୀର୍ଘ ୬ ମାସ ପରେ ଉତ୍ତରାଖଣ୍ତର ଋଷିକେଶରୁ ରାଜାକୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ । ଆଜି ସନ୍ଧ୍ୟା ସୁଦ୍ଧା ଓଡିଶାରେ ପହଂଚିବ ରାଜା । ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ । ଏହାପରେ କିଛି ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ମାଗିପାରି ପୋଲିସ । ଦଶହରାରେ ମଧୁକାନ୍ତ ଓ ରାଜା ଚୌଦ୍ବାର ଜେଲ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିଲେ । ଅଭୟ ଫେରାର୍‌ ହେବା ପରେ ପ୍ରଥମ କଏଦୀ ମଧୁକାନ୍ତ ରାଣାକୁ  ବୃନ୍ଦାବନରୁ ଗିରଫ କରିଥିଲା ପୋଲିସ । 

ଆହୁରି ପଢ଼ନ୍ତୁ: ପୋଲିସ ବିଭାଗରେ ମାନବ ସମ୍ବଳ କମ୍‌ ରହିଛି, ଖାଲି ପଡ଼ିଛି ୩୩ ହଜାର ପଦବୀ: ଡିଜିପି

ଏହି ଦୁଇ ଅପରାଧୀ ମଧୁକାନ୍ତ ରାଣା ଓ ରାଜା ସାହାଣୀ ବିହାର ଅଞ୍ଚଳର । ଗତବର୍ଷ ଅକ୍ଟୋବରରେ ସେଲର ଲୁହାରଡ କାଟି, କମ୍ବଳକୁ ଦଉଡ଼ି ଭାବେ ବ୍ୟବହାର କରି ଜେଲର ଚାରିକାନ୍ଥ ଡେଇଁ ଫେରାର ହୋଇଥିଲେ । ଗତବର୍ଷ ଜାନୁଆରୀରେ ଯାଜପୁର ଜିଲ୍ଲା ପାଣିକୋଇଲିରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍ ମାମଲାରେ ଏହି ଦୁଇ ଦୁର୍ଦ୍ଦାନ୍ତ କଏଦୀ ସଂପୃକ୍ତ ଥିଲେ ।

ଆହୁରି ପଢ଼ନ୍ତୁ: ଆସନ୍ତା ୨୦ରୁ ସଂସଦର ମୌସୁମୀ ଅଧିବେଶନ, ଆଜି ସନ୍ଧ୍ୟାରେ ବିଜେଡି ସଂସଦୀୟ ଦଳ ବୈଠକ

02 Apr 2026 By Madhusudan Das

ଋଷିକେଶରୁ ଗିରଫ ହେଲା ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ହାର୍ଡକୋର ଅପରାଧୀ ରାଜା ସାହାଣୀ

କଟକ: ଗିରଫ ହେଲା ଚୌଦ୍ବାର ଜେଲରୁ ଫେରାର୍‌ ଦ୍ବିତୀୟ କଏଦୀ ରାଜା ସାହାଣୀ । ଦୀର୍ଘ ୬ ମାସ ପରେ ଉତ୍ତରାଖଣ୍ତର ଋଷିକେଶରୁ ରାଜାକୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ । ଆଜି ସନ୍ଧ୍ୟା ସୁଦ୍ଧା ଓଡିଶାରେ ପହଂଚିବ ରାଜା । ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ । ଏହାପରେ କିଛି ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ମାଗିପାରି ପୋଲିସ । ଦଶହରାରେ ମଧୁକାନ୍ତ ଓ ରାଜା ଚୌଦ୍ବାର ଜେଲ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିଲେ । ଅଭୟ ଫେରାର୍‌ ହେବା ପରେ ପ୍ରଥମ କଏଦୀ ମଧୁକାନ୍ତ ରାଣାକୁ  ବୃନ୍ଦାବନରୁ ଗିରଫ କରିଥିଲା ପୋଲିସ । 

ଏହି ଦୁଇ ଅପରାଧୀ ମଧୁକାନ୍ତ ରାଣା ଓ ରାଜା ସାହାଣୀ ବିହାର ଅଞ୍ଚଳର । ଗତବର୍ଷ ଅକ୍ଟୋବରରେ ସେଲର ଲୁହାରଡ କାଟି, କମ୍ବଳକୁ ଦଉଡ଼ି ଭାବେ ବ୍ୟବହାର କରି ଜେଲର ଚାରିକାନ୍ଥ ଡେଇଁ ଫେରାର ହୋଇଥିଲେ । ଗତବର୍ଷ ଜାନୁଆରୀରେ ଯାଜପୁର ଜିଲ୍ଲା ପାଣିକୋଇଲିରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍ ମାମଲାରେ ଏହି ଦୁଇ ଦୁର୍ଦ୍ଦାନ୍ତ କଏଦୀ ସଂପୃକ୍ତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର