ତ୍ରିକୋଣୀୟ ପ୍ରେମକୁ ନେଇ ରାସ୍ତା ମଝିରେ ହାଟନାଟ; ପୁଅର ମୁହଁକୁ ଝିଅ ଛେପ ପକାଇବା ପରେ ସାଙ୍ଘାତିକ ଝଗଡା

Madhusudan Das Picture
Published On

ସମ୍ବଲପୁର: ତ୍ରିକୋଣୀୟ ପ୍ରେମକୁ ନେଇ ରାସ୍ତା ମଝିରେ ତୁମୁଳକାଣ୍ଡ । ମୁହାଁମୁହିଁ ହୋଇଗଲେ ବୟଫ୍ରେଣ୍ଡ ସହ ଦୁଇ ପ୍ରେମିକା । ଦ୍ଵିତୀୟ ପ୍ରେମିକାଙ୍କୁ ନେଇ ପୁରୁଷ ବନ୍ଧୁ ଯାଉଥିବା ସମୟରେ ଭେଟ ହୋଇଗଲା ପ୍ରଥମ ପ୍ରେମିକା । ଆଉ ତା' ପରେ ରାସ୍ତା ମଝିରେ ଆରମ୍ଭ ହୋଇଗଲା ହାଇଭୋଲଟେଜ୍ ଡ୍ରାମା । କଥା କଟାକଟିରୁ ଆରମ୍ଭ ହୋଇଥିବା ଝଗଡ଼ା ଚୁଟି ଝିଙ୍କାଝିଙ୍କିରେ ଶେଷ ହୋଇଥିଲା । ଏପରି ଏକ ରୋଚକ ଖବର ଦେଖିବାକୁ ମିଳିଛି ସମ୍ବଲପୁର ଫାଟକ ଓଭର୍ ବ୍ରିଜ୍ ଉପରେ । 

ଆହୁରି ପଢ଼ନ୍ତୁ: ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ୨୦ଲକ୍ଷ ଟଙ୍କା ସହ ୩୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ୬ ଦୁର୍ବୃତ୍ତ

ସୂଚନା ଅନୁସାରେ, ଗତକାଲି ସମ୍ବଲପୁର ଫାଟକ ଓଭରବ୍ରିଜରେ ପ୍ରେମିକ ଜଣକ ତାଙ୍କର ଦ୍ଵିତୀୟ ବାନ୍ଧବୀ ସହ ଯାଉଥିଲେ । ହେଲେ ରାସ୍ତା ମଝିରେ ଭେଟ ହୋଇଗଲେ ପ୍ରଥମ ପ୍ରେମିକା । ଆଉ ତାପରେ ଉଭୟଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି । ଯାହାକି ଧୀରେଧୀରେ ଉଗ୍ର ରୂପ ନେଇଥିଲା । ପୁଅର ମୁହଁକୁ ଝିଅ ଛେପ ପକାଇବା ପରେ ଆରମ୍ଭ ହୋଇଥିବା ବାଡ଼ିଆପିଟା । ପୁଅ-ଝିଅ ଉଭୟେ ଚୁଟି ଝିଙ୍କାଝିଙ୍କି କରିଥିଲେ । ଉଭୟେ ଉଭୟଙ୍କୁ ଚାପୁଡ଼ା ପରେ ଚାପୁଡ଼ି ମାରିଚାଲିଥିଲେ । ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ସମସ୍ତ ଦୃଶ୍ୟକୁ ଅନ୍ୟ ଜଣେ ପଥଚାରୀ ରେକର୍ଡ କରୁଥିବା ଜଣାପଡ଼ିଛି । ଏହି ଭିଡିଓ ଭାଇରାଲ୍ ହେବା ପରେ ସହରରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିବା ପୂର୍ବରୁ ସମସ୍ତେ ଫେରାର ମାରିଥିଲେ । 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଳସେଚନ ପ୍ରକଳ୍ପର SDO, ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍

02 Apr 2026 By Madhusudan Das

ତ୍ରିକୋଣୀୟ ପ୍ରେମକୁ ନେଇ ରାସ୍ତା ମଝିରେ ହାଟନାଟ; ପୁଅର ମୁହଁକୁ ଝିଅ ଛେପ ପକାଇବା ପରେ ସାଙ୍ଘାତିକ ଝଗଡା

ସମ୍ବଲପୁର: ତ୍ରିକୋଣୀୟ ପ୍ରେମକୁ ନେଇ ରାସ୍ତା ମଝିରେ ତୁମୁଳକାଣ୍ଡ । ମୁହାଁମୁହିଁ ହୋଇଗଲେ ବୟଫ୍ରେଣ୍ଡ ସହ ଦୁଇ ପ୍ରେମିକା । ଦ୍ଵିତୀୟ ପ୍ରେମିକାଙ୍କୁ ନେଇ ପୁରୁଷ ବନ୍ଧୁ ଯାଉଥିବା ସମୟରେ ଭେଟ ହୋଇଗଲା ପ୍ରଥମ ପ୍ରେମିକା । ଆଉ ତା' ପରେ ରାସ୍ତା ମଝିରେ ଆରମ୍ଭ ହୋଇଗଲା ହାଇଭୋଲଟେଜ୍ ଡ୍ରାମା । କଥା କଟାକଟିରୁ ଆରମ୍ଭ ହୋଇଥିବା ଝଗଡ଼ା ଚୁଟି ଝିଙ୍କାଝିଙ୍କିରେ ଶେଷ ହୋଇଥିଲା । ଏପରି ଏକ ରୋଚକ ଖବର ଦେଖିବାକୁ ମିଳିଛି ସମ୍ବଲପୁର ଫାଟକ ଓଭର୍ ବ୍ରିଜ୍ ଉପରେ । 

ସୂଚନା ଅନୁସାରେ, ଗତକାଲି ସମ୍ବଲପୁର ଫାଟକ ଓଭରବ୍ରିଜରେ ପ୍ରେମିକ ଜଣକ ତାଙ୍କର ଦ୍ଵିତୀୟ ବାନ୍ଧବୀ ସହ ଯାଉଥିଲେ । ହେଲେ ରାସ୍ତା ମଝିରେ ଭେଟ ହୋଇଗଲେ ପ୍ରଥମ ପ୍ରେମିକା । ଆଉ ତାପରେ ଉଭୟଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି । ଯାହାକି ଧୀରେଧୀରେ ଉଗ୍ର ରୂପ ନେଇଥିଲା । ପୁଅର ମୁହଁକୁ ଝିଅ ଛେପ ପକାଇବା ପରେ ଆରମ୍ଭ ହୋଇଥିବା ବାଡ଼ିଆପିଟା । ପୁଅ-ଝିଅ ଉଭୟେ ଚୁଟି ଝିଙ୍କାଝିଙ୍କି କରିଥିଲେ । ଉଭୟେ ଉଭୟଙ୍କୁ ଚାପୁଡ଼ା ପରେ ଚାପୁଡ଼ି ମାରିଚାଲିଥିଲେ । ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ସମସ୍ତ ଦୃଶ୍ୟକୁ ଅନ୍ୟ ଜଣେ ପଥଚାରୀ ରେକର୍ଡ କରୁଥିବା ଜଣାପଡ଼ିଛି । ଏହି ଭିଡିଓ ଭାଇରାଲ୍ ହେବା ପରେ ସହରରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିବା ପୂର୍ବରୁ ସମସ୍ତେ ଫେରାର ମାରିଥିଲେ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର