ଡାକ୍ତରଙ୍କ ଘରୁ ୫୦ ଲକ୍ଷ ଟଙ୍କା ଚୋରି: ସିସିଟିଭି ତାର କାଟିଲା, ପୋଷା କୁକୁରକୁ ମାରିଲା ବିଶ୍ୱସ୍ତ ଚାକର

Suryakanta Picture
Published On

ରାଜସ୍ଥାନର ଜୟପୁରରେ ଏକ ଚାଞ୍ଚଲ୍ୟକର ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ଘରୁ ୫୦ ଲକ୍ଷ ଟଙ୍କା ଚୋରି ହୋଇଛି ଏବଂ ଏହି ଘଟଣାର ମାଷ୍ଟରମାଇଣ୍ଡ ବାହାରର କେହି ନୁହେଁ ବରଂ ତାଙ୍କ ଘରର ଅତି ବିଶ୍ୱସ୍ତ ଚାକର ବୋଲି ଜଣାପଡ଼ିଛି। ଚୋରିକୁ ଲୁଚାଇବା ପାଇଁ ଅଭିଯୁକ୍ତ ଜଣକ କେବଳ ସିସିଟିଭି କ୍ୟାମେରା ନଷ୍ଟ କରିନଥିଲା, ବରଂ ଘରର ପୋଷା କୁକୁରକୁ ମଧ୍ୟ ହତ୍ୟା କରିଥିଲା। ପୋଲିସ ମୁଖ୍ୟ ଅଭିଯୁକ୍ତ ସୁମିତ ଖେତାନ (୩୮) ଏବଂ ତାଙ୍କ ସହଯୋଗୀ ଚାକରାଣୀ ସୀମା ସୈନି (୩୪)ଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ମସଲା ଡବାରେ ଲୁଚା ଯାଇଥିଲା ଟଙ୍କା

ସାଙ୍ଗାନେର ସଦର ଥାନା ଅଞ୍ଚଳରେ ରହୁଥିବା ୭୮ ବର୍ଷୀୟ ଡାକ୍ତର ପ୍ରଭାକର ସେଠୀ ନିଜ ନାତୁଣୀର ଟ୍ୟୁସନ ଫି' ପାଇଁ ଗତ ଫେବୃଆରୀ ୨୨ ତାରିଖରେ ୫୦ ଲକ୍ଷ ଟଙ୍କା ଆଣି ରୋଷେଇ ଘରର ମସଲା ଡବାରେ ଲୁଚାଇ ରଖିଥିଲେ। ତେବେ ଘରେ ଗତ ୧୦ ବର୍ଷ ଧରି କାମ କରୁଥିବା ଚାକର ସୁମିତ ଏହା ଦେଖି ନେଇଥିଲା। ସେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଟଙ୍କା ରଖାଯାଇଥିବା ସଠିକ୍ ସ୍ଥାନ ଜାଣି ନେଇଥିଲା। ପରେ ରୋଷେଇ ଘରେ କାମ କରୁଥିବା ସୀମା ସହିତ ମିଶି ସେ ଚୋରିର ଯୋଜନା କରିଥିଲା। କାଳେ କାହାକୁ ସନ୍ଦେହ ହେବ, ସେଥିପାଇଁ ଏକାସାଙ୍ଗରେ ସବୁ ଟଙ୍କା ନନେଇ ସେମାନେ ପ୍ରତିଦିନ ଅଳ୍ପ ଅଳ୍ପ କରି ପ୍ରାୟ ୨୦ ଦିନ ଧରି ଟଙ୍କା ଚୋରି କରିଥିଲେ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ପ୍ରମାଣ ନଷ୍ଟ ପାଇଁ ପୋଷା କୁକୁରକୁ ହତ୍ୟା

ଚୋରି ଘଟଣାକୁ ଲୁଚାଇବା ପାଇଁ ସୁମିତ ଅନେକ ଚାଲାକି କରିଥିଲା। ସେ ପ୍ରଥମେ ରୋଷେଇ ଘରର ସିସିଟିଭି କ୍ୟାମେରା ତାର କାଟି ଦେଇଥିଲା। ବାହାର ଲୋକ ଚୋରି କରିଥିବା ଦେଖାଇବା ପାଇଁ ନିଜ ନାବାଳକ ପୁଅକୁ ଲଗାଇ ଘରର ଝରକା କାଚ ମଧ୍ୟ ଭାଙ୍ଗିଥିଲା। ତେବେ ଘରର ସୁରକ୍ଷା କରୁଥିବା ପୋଷା କୁକୁର ତା' ପାଇଁ ବଡ଼ ବାଧକ ସାଜିଥିଲା। ତେଣୁ ମାର୍ଚ୍ଚ ୧୯ ତାରିଖରେ କୁକୁରଟିକୁ ବିଷ ଦେଇ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। କୁକୁରର ସନ୍ଦେହଜନକ ମୃତ୍ୟୁ ପରେ ଡାକ୍ତର ସେଠୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ଏବଂ ସେ ମସଲା ଡବା ଯାଞ୍ଚ କରିବାରୁ ସମସ୍ତ ୫୦ ଲକ୍ଷ ଟଙ୍କା ଗାଏବ ଥିବା ଦେଖିବାକୁ ପାଇଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ପୋଲିସ ହାତରେ ଧରାପଡ଼ିଲେ ଅଭିଯୁକ୍ତ

ମାର୍ଚ୍ଚ ୨୬ ତାରିଖରେ ଏନେଇ ସାଙ୍ଗାନେର ସଦର ଥାନାରେ ଅଭିଯୋଗ ହୋଇଥିଲା। ଚୋରି ଟଙ୍କାରେ ସୁମିତର ଜୀବନଶୈଳୀ ହଠାତ୍ ବଦଳି ଯାଇଥିଲା। ସେ ଦାମୀ ପୋଷାକ ପିନ୍ଧିବା ସହ ହୋଟେଲରେ ପାର୍ଟି କରୁଥିଲା, ଯାହା ପୋଲିସର ସନ୍ଦେହକୁ ଦୃଢ଼ କରିଥିଲା। ପୋଲିସ ସୁମିତ ଏବଂ ସୀମାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ନିଜର ଦୋଷ ସ୍ୱୀକାର କରିଥିଲେ। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ନିକଟରୁ ୩୩ ଲକ୍ଷ ଟଙ୍କା ଜବତ କରାଯାଇଛି ଏବଂ ବାକି ୧୭ ଲକ୍ଷ ଟଙ୍କା ଉଦ୍ଧାର ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର