ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ଚିଠି

Madhusudan Das Picture
Published On

ଭୁବନେଶ୍ୱର: ଖରାଛୁଟି ଆରମ୍ଭ ହେବା ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ବଣ୍ଟନ କର । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପୂର୍ବ ଶିକ୍ଷାବର୍ଷରେ ପୋଷାକ ଦେବାରେ ବିଳମ୍ବ ହୋଇଥିବାରୁ ଏଥର ଖରାଛୁଟି ପୂର୍ବରୁ ପୋଷାକ ବଣ୍ଟନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ପୂର୍ବ ଶିକ୍ଷାବର୍ଷରେ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ୟୁନିଫର୍ମ କ୍ରୟ, ସିଲେଇ ଓ ବଣ୍ଟନରେ ଅତ୍ୟଧିକ ବିଳମ୍ବ ହେଉଥିବା ବିଭାଗର ଦୃଷ୍ଟିକୁ ଆସିଛି । ଏଭଳି ବିଳମ୍ବ କେବଳ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଅସୁବିଧାର ପକାଉନି ବରଂ ପିଲାଙ୍କ ଭିତରେ ଯେଉଁ ସମାନତା ଭାବନା ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଛି ତାହା‌ ପୂରଣ ହେଉନି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ୨୦୨୬-୨୭ ଶିକ୍ଷାବର୍ଷରେ ସମୟାନୁସାରେ ପୋଷାକ ବିତରଣ କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ଗ୍ରୀଷ୍ମ ଛୁଟି ଆରମ୍ଭ ହେବା ପୂର୍ବରୁ ସ୍କୁଲ ପୋଷାକ କ୍ରୟ, ସିଲେଇ ଏବଂ ବଣ୍ଟନର ପ୍ରକ୍ରିୟା ଶେଷ କରିବା ପାଇଁ ଆଗୁଆ ପଦକ୍ଷପ ନେବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଏଥିସହିତ ପୋଷାକ ବଣ୍ଟନରେ ଯଦି କୌଣସି ଅଭିଯୋଗ ଆସେ, ତେବେ ତାହାକୁ ତୁରନ୍ତ ସମାଧାନ କରିବା ପାଇଁ ଏକ ସ୍ୱତନ୍ତ୍ର ‘ଅଭିଯୋଗ ପ୍ରତିକାର’ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହେବ । ସରକାର ଏହି ବିଷୟକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବା ସହ ସମସ୍ତ ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଭାବେ ଏହାର ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି । ପ୍ରତି ୧୫ ଦିନରେ ଏହାର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଓସେପା (OSEPA) ଏବଂ ଶିକ୍ଷା ବିଭାଗ ନିକଟରେ ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର