ନାସାର ଆର୍ଟେମିସ୍-୨ ମିଶନ ଆରମ୍ଭ: ୫୦ ବର୍ଷ ପରେ ଚନ୍ଦ୍ର ଅଭିମୁଖେ ଗଲେ ୪ ମହାକାଶଚାରୀ

Madhusudan Das Picture
Published On

ନୂଆଦିଲ୍ଲୀ: ଇତିହାସ ରଚିଲା ନାସାର ବହୁ ପ୍ରତୀକ୍ଷିତ ଆର୍ଟେମିସ୍-୨ (Artemis II) ମିଶନ । ଚନ୍ଦ୍ର ଅଭିମୁଖେ ୪ ଜଣିଆ ମହାକାଶଚାରୀଙ୍କ ୧୦ ଦିନିଆ ଐତିହାସିକ ଯାତ୍ରା ଆରମ୍ଭ କରିଛନ୍ତି।  ଏହି ଯାତ୍ରା ମାନବ ଇତିହାସରେ ପୃଥିବୀ ଠାରୁ ସବୁଠାରୁ ଦୂରକୁ ଯିବାର ଏକ ନୂତନ ରେକର୍ଡ ସୃଷ୍ଟି କରିବାର ସମ୍ଭାବନା ରହିଛି। ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେଶ୍‌ ସେଣ୍ଟରରୁ ଭାରତୀୟ ସମୟ ଅନୁସାରେ ଗୁରୁବାର ପ୍ରତ୍ୟୁଷ ୩ ଟା ୫୪ ମିନିଟରେ ସବୁଠୁ ଶକ୍ତିଶାଳୀ ରକେଟ ସ୍ପେଶ ଲଞ୍ଚ ସିଷ୍ଟମ୍‌ (ଏସ୍‌ଏଲ୍‌ଏସ୍‌) ମାଧ୍ୟମରେ ଓରିଅନ କ୍ୟାପସୁଲ୍‌ରେ ବସି ଏହି ୪ ଜଣ ମହାକାଶଚାରୀ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ । ୫୪ ବର୍ଷ ପରେ ନାସାର ଏହା ପ୍ରଥମ କ୍ରୁ ମିଶନ ।

ଆହୁରି ପଢ଼ନ୍ତୁ: ରକ୍ତ ସମ୍ପର୍କ ହେଲା ତୁଚ୍ଛ; ୪୦୦ଟଙ୍କା ପାଇଁ ବାପାକୁ ପିଟିପିଟି ହତ୍ୟାକଲା ନୃଶଂସ ପୁଅ

ଏହି ମିଶନରେ ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବେ ନାହିଁ, ବରଂ କେବଳ ଚନ୍ଦ୍ରର ଚାରିପଟେ ବୁଲି ପୃଥିବୀକୁ ଫେରିବେ । ପ୍ରାୟ ୧୦ ଦିନର ଏହି ଯାତ୍ରାରେ ସେମାନେ ମହାକାଶ ଯାନର ଅମ୍ଳଜାନ, ଯୋଗାଯୋଗ ଏବଂ ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରିବେ । ଆସନ୍ତା ଏପ୍ରିଲ ୧୦ ତାରିଖ ବେଳକୁ ଏହି ମହାକାଶ ଯାନ ପ୍ରଶାନ୍ତ ମହାସାଗରରେ ଅବତରଣ କରିବାର ସୂଚନା ରହିଛି । ଏହି ସଫଳତା ପରେ ନାସା ‘ଆର୍ଟମସ୍-୩’ ମିଶନରେ ମଣିଷକୁ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପାଇଁ ଯୋଜନା ରଖିଛି । ​

ଆହୁରି ପଢ଼ନ୍ତୁ: ଡିସେମ୍ବର ୨୪ରେ କମ୍ପିବ ବାରବାଟୀ; ଶ୍ରୀଲଙ୍କା ବିପକ୍ଷରେ T-20 ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ

ଏହି ଅନ୍ତର୍ଜାତୀୟ ଦଳରେ ନାସାର ମହାକାଶଚାରୀ ରିଡ୍ ୱାଇଜମ୍ୟାନ୍ (Reid Wiseman), ଭିକ୍ଟର ଗ୍ଲୋଭର୍ (Victor Glover), ଖ୍ରୀଷ୍ଟିନା କୋଚ୍ (Christina Koch) ଏବଂ କାନାଡିୟାନ ସ୍ପେସ୍ ଏଜେନ୍ସି (CSA) ର ଜେରେମି ହାନସେନ୍ (Jeremy Hansen) ସାମିଲ ଅଛନ୍ତି। ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ପରେ ମଣିଷ ପୁଣିଥରେ ଚନ୍ଦ୍ରର ନିକଟତର ହେବାକୁ ଯାଉଛି। ଏହି ମିଶନ ଆପୋଲୋ (Apollo) ଯୁଗର ଦୂରତା ରେକର୍ଡକୁ ଭାଙ୍ଗି ମହାକାଶ ଗବେଷଣାରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ୍ ୧ରୁ ବଦଳିବ ଏଟିଏମ୍ ଟଙ୍କା ଉଠାଣ ନିୟମ: ୟୁପିଆଇ ଓ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର

ଏହି ମିଶନର ନେତୃତ୍ୱ ନେଉଛନ୍ତି ୫୦ ବର୍ଷୀୟ ମିଶନ୍ କମାଣ୍ଡର ରିଡ୍ ୱାଇଜମ୍ୟାନ୍, ଯିଏକି ପୂର୍ବରୁ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) ରେ ୧୬୫ ଦିନ ବିତାଇଥିଲେ। ସେହିପରି ଓରିଅନ୍ (Orion) ମହାକାଶଯାନର ପାଇଲଟ୍ ଭାବେ ଅଛନ୍ତି ୪୯ ବର୍ଷୀୟ ଆମେରିକୀୟ ନୌସେନାର ପୂର୍ବତନ ଅଧିକାରୀ ଭିକ୍ଟର ଗ୍ଲୋଭର୍ ଅଛନ୍ତି । ସେ ଚନ୍ଦ୍ରକୁ ଯାତ୍ରା କରିବାରେ ପ୍ରଥମ କୃଷ୍ଣକାୟ ବ୍ୟକ୍ତି ହେବାର ଗୌରବ ଅର୍ଜନ କରିବେ।

ଅନ୍ୟପକ୍ଷରେ ୪୭ ବର୍ଷୀୟା ମିଶନ୍ ସ୍ପେଶାଲିଷ୍ଟ ଖ୍ରୀଷ୍ଟିନା କୋଚ୍ ଚନ୍ଦ୍ର କକ୍ଷପଥରେ ପହଞ୍ଚିବାରେ ପ୍ରଥମ ମହିଳା ହେବାକୁ ଯାଉଛନ୍ତି। ଏହି ତିନି ଆମେରିକୀୟଙ୍କ ସହ କାନାଡାର ୫୦ ବର୍ଷୀୟ ଜେରେମି ହାନସେନ୍ ସାମିଲ ଅଛନ୍ତି, ଯିଏକି ଚନ୍ଦ୍ରର ନିକଟବର୍ତ୍ତୀ ଅଞ୍ଚଳକୁ ଯାତ୍ରା କରିବାରେ ପ୍ରଥମ ଅଣ-ଆମେରିକୀୟ ହେବେ।

02 Apr 2026 By Madhusudan Das

ନାସାର ଆର୍ଟେମିସ୍-୨ ମିଶନ ଆରମ୍ଭ: ୫୦ ବର୍ଷ ପରେ ଚନ୍ଦ୍ର ଅଭିମୁଖେ ଗଲେ ୪ ମହାକାଶଚାରୀ

ନୂଆଦିଲ୍ଲୀ: ଇତିହାସ ରଚିଲା ନାସାର ବହୁ ପ୍ରତୀକ୍ଷିତ ଆର୍ଟେମିସ୍-୨ (Artemis II) ମିଶନ । ଚନ୍ଦ୍ର ଅଭିମୁଖେ ୪ ଜଣିଆ ମହାକାଶଚାରୀଙ୍କ ୧୦ ଦିନିଆ ଐତିହାସିକ ଯାତ୍ରା ଆରମ୍ଭ କରିଛନ୍ତି।  ଏହି ଯାତ୍ରା ମାନବ ଇତିହାସରେ ପୃଥିବୀ ଠାରୁ ସବୁଠାରୁ ଦୂରକୁ ଯିବାର ଏକ ନୂତନ ରେକର୍ଡ ସୃଷ୍ଟି କରିବାର ସମ୍ଭାବନା ରହିଛି। ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେଶ୍‌ ସେଣ୍ଟରରୁ ଭାରତୀୟ ସମୟ ଅନୁସାରେ ଗୁରୁବାର ପ୍ରତ୍ୟୁଷ ୩ ଟା ୫୪ ମିନିଟରେ ସବୁଠୁ ଶକ୍ତିଶାଳୀ ରକେଟ ସ୍ପେଶ ଲଞ୍ଚ ସିଷ୍ଟମ୍‌ (ଏସ୍‌ଏଲ୍‌ଏସ୍‌) ମାଧ୍ୟମରେ ଓରିଅନ କ୍ୟାପସୁଲ୍‌ରେ ବସି ଏହି ୪ ଜଣ ମହାକାଶଚାରୀ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ । ୫୪ ବର୍ଷ ପରେ ନାସାର ଏହା ପ୍ରଥମ କ୍ରୁ ମିଶନ ।

ଏହି ମିଶନରେ ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବେ ନାହିଁ, ବରଂ କେବଳ ଚନ୍ଦ୍ରର ଚାରିପଟେ ବୁଲି ପୃଥିବୀକୁ ଫେରିବେ । ପ୍ରାୟ ୧୦ ଦିନର ଏହି ଯାତ୍ରାରେ ସେମାନେ ମହାକାଶ ଯାନର ଅମ୍ଳଜାନ, ଯୋଗାଯୋଗ ଏବଂ ନିରାପତ୍ତା ବ୍ୟବସ୍ଥାକୁ ଯାଞ୍ଚ କରିବେ । ଆସନ୍ତା ଏପ୍ରିଲ ୧୦ ତାରିଖ ବେଳକୁ ଏହି ମହାକାଶ ଯାନ ପ୍ରଶାନ୍ତ ମହାସାଗରରେ ଅବତରଣ କରିବାର ସୂଚନା ରହିଛି । ଏହି ସଫଳତା ପରେ ନାସା ‘ଆର୍ଟମସ୍-୩’ ମିଶନରେ ମଣିଷକୁ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପାଇଁ ଯୋଜନା ରଖିଛି । ​

ଏହି ଅନ୍ତର୍ଜାତୀୟ ଦଳରେ ନାସାର ମହାକାଶଚାରୀ ରିଡ୍ ୱାଇଜମ୍ୟାନ୍ (Reid Wiseman), ଭିକ୍ଟର ଗ୍ଲୋଭର୍ (Victor Glover), ଖ୍ରୀଷ୍ଟିନା କୋଚ୍ (Christina Koch) ଏବଂ କାନାଡିୟାନ ସ୍ପେସ୍ ଏଜେନ୍ସି (CSA) ର ଜେରେମି ହାନସେନ୍ (Jeremy Hansen) ସାମିଲ ଅଛନ୍ତି। ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ପରେ ମଣିଷ ପୁଣିଥରେ ଚନ୍ଦ୍ରର ନିକଟତର ହେବାକୁ ଯାଉଛି। ଏହି ମିଶନ ଆପୋଲୋ (Apollo) ଯୁଗର ଦୂରତା ରେକର୍ଡକୁ ଭାଙ୍ଗି ମହାକାଶ ଗବେଷଣାରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଆଶା କରାଯାଉଛି।

ଏହି ମିଶନର ନେତୃତ୍ୱ ନେଉଛନ୍ତି ୫୦ ବର୍ଷୀୟ ମିଶନ୍ କମାଣ୍ଡର ରିଡ୍ ୱାଇଜମ୍ୟାନ୍, ଯିଏକି ପୂର୍ବରୁ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) ରେ ୧୬୫ ଦିନ ବିତାଇଥିଲେ। ସେହିପରି ଓରିଅନ୍ (Orion) ମହାକାଶଯାନର ପାଇଲଟ୍ ଭାବେ ଅଛନ୍ତି ୪୯ ବର୍ଷୀୟ ଆମେରିକୀୟ ନୌସେନାର ପୂର୍ବତନ ଅଧିକାରୀ ଭିକ୍ଟର ଗ୍ଲୋଭର୍ ଅଛନ୍ତି । ସେ ଚନ୍ଦ୍ରକୁ ଯାତ୍ରା କରିବାରେ ପ୍ରଥମ କୃଷ୍ଣକାୟ ବ୍ୟକ୍ତି ହେବାର ଗୌରବ ଅର୍ଜନ କରିବେ।

ଅନ୍ୟପକ୍ଷରେ ୪୭ ବର୍ଷୀୟା ମିଶନ୍ ସ୍ପେଶାଲିଷ୍ଟ ଖ୍ରୀଷ୍ଟିନା କୋଚ୍ ଚନ୍ଦ୍ର କକ୍ଷପଥରେ ପହଞ୍ଚିବାରେ ପ୍ରଥମ ମହିଳା ହେବାକୁ ଯାଉଛନ୍ତି। ଏହି ତିନି ଆମେରିକୀୟଙ୍କ ସହ କାନାଡାର ୫୦ ବର୍ଷୀୟ ଜେରେମି ହାନସେନ୍ ସାମିଲ ଅଛନ୍ତି, ଯିଏକି ଚନ୍ଦ୍ରର ନିକଟବର୍ତ୍ତୀ ଅଞ୍ଚଳକୁ ଯାତ୍ରା କରିବାରେ ପ୍ରଥମ ଅଣ-ଆମେରିକୀୟ ହେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର