ସରକାର ଓ ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ: 'କ୍ରସ୍‌ ଭୋଟିଂ ନ କରିବାରୁ ବିଜେଡି ବିଧାୟିକାଙ୍କୁ ନିର୍ଯାତନା'

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତି ବିଜେପିର ଚାପ ଆଗରେ ମୁଣ୍ଡ ନ ନୁଆଁଇ କ୍ରସ୍‌ ଭୋଟିଂ କରିନଥିଲେ। ଫଳରେ ତାଙ୍କ ବିରୋଧରେ ବିଜେପି ପୁଲିସ ଲଗାଇ ନିର୍ଯାତନା ଦେବା ସହ ପ୍ରତିଶୋଧ ପରାୟଣ ହୋଇ ରାଜନୈତିକ ଅଭଦ୍ରାମୀର ସୀମା ଲଂଘୁଛି ବୋଲି ବିଜୁ ଜନତା ଦଳ। ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ବିଧାନସଭା ଚାଲିଥିଲା ବେଳେ ବାଚସ୍ପତିଙ୍କ ବିନା ଅନୁମତିରେ ଜଣେ ବିଧାୟିକାଙ୍କ ପଦମର୍ଯ୍ୟାଦା କ୍ଷୁଣ୍ଣ କରି ତାଙ୍କ ସରକାରୀ ବାସଭବନକୁ ବଳପୂର୍ବକ ପୁଲିସ ପଶିବା ନିନ୍ଦନୀୟ। ଏହି ଘଟଣାର ପ୍ରଚ୍ଛଦପଟରେ କିଏ ରହିଛି, ତାହା ସାର୍ବଜନୀନ ହେବା ଆବଶ୍ୟକ। 

ଆହୁରି ପଢ଼ନ୍ତୁ: ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଡବଲ୍ ଇଞ୍ଜିନ ସରକାରକୁ ନବୀନଙ୍କ ଟାର୍ଗେଟ୍; 'ଚାଷୀ, ମହିଳା, ମଧ୍ୟବିତ୍ତ, ଗରିବ, ସମସ୍ତେ ହଇରାଣ'

ବିଧାୟିକା ଶ୍ରୀମତୀ ମହାନ୍ତି କହିଛନ୍ତି ଯେ ତାଙ୍କ ଅନୁପସ୍ଥିତିରେ ଝିଅ ଓ ମହିଳା ସହାୟିକାଙ୍କ ପ୍ରତି ପୁଲିସର ଦୁର୍ଭାଗ୍ୟଜନକ ଆଚରଣକୁ ନିନ୍ଦା କରିବା ପାଇଁ ଭାଷା ନାହିଁ। ଜଣେ ବିଧାୟିକା ଭାବେ ନିଜ ପରିବାର ସଦସ୍ୟଙ୍କୁ ସୁରକ୍ଷା ଦେବାରେ ମୁଁ ସମର୍ଥ ହୋଇପାରୁନାହିଁ। ଦେଢ଼ ମାସ ତଳେ ଗୋଟିଏ ଗାଁର ରାଜସ୍ୱ ମାମଲା ନେଇ ତହସିଲଦାରଙ୍କୁ ମୋ ସ୍ୱାମୀ ଫୋନ କରିଥିଲେ। ରାଜ୍ୟସଭା ନିର୍ବାଚନର ପୂର୍ବ ଦିନ ମୋ ସ୍ୱାମୀଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା ଏବଂ  ଆଜି ମୋ ଅନୁପସ୍ଥିତିରେ ମୋ ସରକାରୀ ବାସଭବନକୁ ସାଧା ପୋଷାକଧାରୀ ପୁଲିସ ବଳପୂର୍ବକ ପ୍ରବେଶ କରିଥିଲେ। ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଅନୁରୋଧ କରୁଛି ବିନା ମହିଳା ପୁଲିସରେ ମୋ ବାସଭବନକୁ ବଳପୂର୍ବକ ପୁରୁଷ ପୁଲିସ ପଶିବା ଘଟଣାରେ ମୋତେ ନ୍ୟାୟ ଦିଆଯାଉ। ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଥିଲେ, ରାଜ୍ୟରେ ଦିନକୁ ୪ହତ୍ୟା, ୮ ଦୁଷ୍କର୍ମ, ଚୋରି, ଡକାୟତି ଓ ଟ୍ରାଫିକ୍‌ ସମସ୍ୟା ବଢ଼ି ଚାଲିଥିଲା ବେଳେ ପୁଲିସ ଲଗାଇ ବିଜେଡି ରାଜନୈତିକ ଅଭଦ୍ରାମି କରୁଛି। ସର୍ବସାଧାରଣରେ ବନ୍ଧୁକରୁ ଫାଙ୍କା ଗୁଳିଚାଳନା କରୁଥିବା ବିଜେପି  ବିଧାୟକଙ୍କୁ ଗିରଫ କରିବାକୁ ସାହାସ ଜୁଟାଇ ପାରୁନଥିବା ପୁଲିସ ଜଣେ ବିଜେଡି ବିଧାୟିକାଙ୍କ ଝିଅଙ୍କ ସହ ଦୁର୍ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସ୍ୟାଣ୍ଡ ଆନିମେଶନରେ ନବୀନଙ୍କୁ ଜନ୍ମଦିନ ଶୁଭେଚ୍ଛା, ପୁରୀରେ ସୁଦର୍ଶନ ବାଲୁକା କଳା ଅନୁଷ୍ଠାନର ନିଆରା ଉପହାର

ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ ଯେ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ବିଧାୟକମାନଙ୍କୁ ଯେତେ ହଇରାଣ, ନିର୍ଯାତନା ଓ ଧମକ ଦେଲେ ମଧ୍ୟ ଅବିଚଳିତ ଭାବେ ଛାତ୍ର ଓ ଯୁବ ବିଜେଡିର ଏହାର ସମ୍ମୁଖୀନ ହେବ। ସ୍ଥାନୀୟ ପୁଲିସକୁ ନ ଜଣାଇ ତିନି ଦିନ କେସିଙ୍ଗା ପୁଲିସ ଭୁବନେଶ୍ୱରରେ ଅଛନ୍ତି ବୋଲି କଳାହାଣ୍ଡି ଏସ୍‌ପି ଦେଇଥିବା ବିବୃତ୍ତି ହାସ୍ୟାସ୍ପଦ।

ଆହୁରି ପଢ଼ନ୍ତୁ: ଦଶହରାରେ ମଦୁଆ ଡ୍ରାଇଭରଙ୍କୁ ମିଳିବନି ତ୍ରାହି, ଭିଡ଼ ନିୟନ୍ତ୍ରଣ ସହ ଦ୍ରୁତ ଗତିରେ ଗାଡି ଚାଳନା ଉପରେ ରହିବ ନଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର