ସୀମାରେ କୌଣସି ଦୁଃସାହସ କଲେ ପାକିସ୍ତାନକୁ ମିଳିବ କଡ଼ା ଜବାବ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଚେତାବନୀ

Madhusudan Das Picture
Published On

ନୂଆଦିଲ୍ଲୀ: ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ସିଂହ କହିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତିରେ ଯଦି ପାକିସ୍ତାନ ସୀମାରେ କୌଣସି ପ୍ରକାରର ଦୁଃସାହସ କରେ, ତେବେ ଭାରତ ପକ୍ଷରୁ ଏହାର ଅଭୂତପୂର୍ବ ଏବଂ ନିର୍ଣ୍ଣାୟକ ଜବାବ ଦିଆଯିବ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଥିରୁବନନ୍ତପୁରମ୍ ଠାରେ ଆୟୋଜିତ ବୀର ସୈନିକ ସମ୍ମାନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ସିଂହ ମେ ୨୦୨୫ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଆକ୍ରମଣ ପରେ ଭାରତୀୟ ସେନା 'ଅପରେସନ୍ ସିନ୍ଦୂର' ମାଧ୍ୟମରେ ମାତ୍ର ୨୨ ମିନିଟ୍ ମଧ୍ୟରେ ପାକିସ୍ତାନକୁ ଆଣ୍ଠେଇବାକୁ ବାଧ୍ୟ କରିଥିଲା। ଏହା ଭାରତୀୟ ସାମରିକ ଇତିହାସରେ ଆତଙ୍କବାଦ ବିରୋଧରେ ସବୁଠାରୁ ବଡ଼ ଅପରେସନ୍ ଥିଲା ବୋଲି ସେ ଦାବି କରିଛନ୍ତି। ଏହା ସହିତ ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଅପରେସନ୍ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ସୀମା ଆରପଟୁ କୌଣସି ଷଡ଼ଯନ୍ତ୍ର ହେଲେ ଏହାର କଡ଼ା ମୁକାବିଲା କରାଯିବ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ପୂର୍ବତନ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ସେ କହିଛନ୍ତି ଯେ, ୟୁପିଏ ଶାସନ କାଳରେ ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଏବଂ ବୋମା ବିସ୍ଫୋରଣ ଘଟୁଥିଲା। ସେତେବେଳେ ସରକାର କେବଳ କାର୍ଯ୍ୟାନୁଷ୍ଠାନ ନାମରେ ମୋଟା ମୋଟା ଫାଇଲ୍ ବା ଡୋଜିୟର ପ୍ରଦାନ କରୁଥିଲେ। କିନ୍ତୁ ବର୍ତ୍ତମାନର ସରକାର ୨୦୧୬ ଉରି ସର୍ଜିକାଲ୍ ଷ୍ଟ୍ରାଇକ୍, ପୁଲୱାମା ଏୟାର ଷ୍ଟ୍ରାଇକ୍ ଏବଂ ନିକଟରେ ହୋଇଥିବା ଅପରେସନ୍ ସିନ୍ଦୂର ମାଧ୍ୟମରେ ଆତଙ୍କବାଦକୁ ଏକ ଶକ୍ତ ଧକ୍କା ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର