ଇବ୍ ନଦୀରେ ଭାସି ମହିଳା ନିଖୋଜ; ଦୁଇ ଦିନ ହେଲା ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟ ଜାରି

Madhusudan Das Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ଇବ୍ ନଦୀରେ ଗୁରୁବାର ଜଣେ ମହିଳା ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଓଡ଼ିଶାର ଗ୍ରାଣ୍ଡ କ୍ୟାନିୟନ ଭାବେ ପରିଚିତ କହ୍ନକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ (ODRAF) ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଶୁକ୍ରବାର ଦ୍ୱିତୀୟ ଦିନରେ ମଧ୍ୟ ସର୍ଚ୍ଚ ଅପରେସନ ଚାଲିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଡିଇଓଙ୍କ ଅଚାନକ ଚଢ଼ଉ! ପଦାକୁ ଆସିଲା ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା, କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ମହିଳା ଜଣକ ନିଜ ଭାଇ ରାଜ୍, ଭଉଣୀ ଇତିଶ୍ରୀ ପୁରୋହିତ ଏବଂ ସ୍ୱାମୀଙ୍କ ସହ ମିଶି ବାଲିଶଙ୍କରାସ୍ଥିତ କହ୍ନକୁଣ୍ଡ ବୁଲିବାକୁ ଯାଇଥିଲେ। ସେଠାରେ ନଦୀର ପଥର ଶଯ୍ୟା ଉପରେ ଚାଲୁଥିବା ସମୟରେ ହଠାତ୍ ତାଙ୍କର ଗୋଡ଼ ଖସି ଯାଇଥିଲା ଏବଂ ସେ ଗଭୀର ଜଳସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବିରୂପା ନଦୀକୁ ଡେଇଁଲେ ଦମ୍ପତି, ସ୍ତ୍ରୀ ଉଦ୍ଧାର ଓ ସ୍ୱାମୀ ନିଖୋଜ

ନିଖୋଜ ମହିଳାଙ୍କ ନାମ ପ୍ରଜ୍ଞାଶ୍ରୀ ପାରମିତା ପୁରୋହିତ ପଣ୍ଡା ବୋଲି ଜଣାପଡ଼ିଛି। ସେ ସୁନ୍ଦରଗଡ଼ ସହରସ୍ଥିତ ମହିଳା ମହାବିଦ୍ୟାଳୟ ନିକଟସ୍ଥ ଅଞ୍ଚଳର ବାସିନ୍ଦା ଏବଂ ଜଣେ ସମାଜସେବୀ ଭାବରେ ପରିଚିତ ଥିଲେ। ଏହି ଘଟଣା ସମଗ୍ର ସୁନ୍ଦରଗଡ଼ ସହରରେ ଶୋକର ଛାୟା ଖେଳାଇ ଦେଇଛି। ଦୁର୍ଘଟଣା ଘଟିବା ମାତ୍ରେ ଅଗ୍ନିଶମ ବାହିନୀ ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ବଜ୍ରପାତ ନେଲା ଦୁଇ ଜଣଙ୍କ ଜୀବନ, ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ପିକ୍‌ନିକ୍ ସ୍ପଟ୍‌ରେ ପ୍ରାୟ ପ୍ରତିବର୍ଷ ଏଭଳି ଜୀବନହାନି ଭଳି ଦୁର୍ଘଟଣା ଘଟୁଛି। ପ୍ରଶାସନ ପକ୍ଷରୁ ଏହି ସ୍ଥାନକୁ ବିପଦପୂର୍ଣ୍ଣ ଦର୍ଶାଇ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ତଥାପି ପର୍ଯ୍ୟଟକମାନେ ଏଠାକୁ ଆସିବା ସହ ନିୟମ ଭଙ୍ଗ କରୁଥିବାରୁ ଏଭଳି ଅଘଟଣ ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର