ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବାଧା ସୃଷ୍ଟି କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଲେ ସୁଲତା ଦେଓ

The Sakala Picture
Published On

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲୁ ରଖିବା ପାଇଁ ଚଳିତ ମାସରେ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଏଥି ସହିତ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ ଅଙ୍କୁଶ କିମ୍ବା ବନ୍ଦ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଥିଲେ ଓଡ଼ିଶା ହାଇକୋର୍ଟ । କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ ବାଧା ସୃଷ୍ଟିବାକୁ ଯେପରି ଶପଥ ନେବା ପରି କୁଚକ୍ରୀ ଗୋଷ୍ଠୀ ପ୍ରକଳ୍ପର ବାଟ ଓଗାଳିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି, ଯେଉଁଥିପାଇଁ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର […]

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲୁ ରଖିବା ପାଇଁ ଚଳିତ ମାସରେ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଏଥି ସହିତ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ ଅଙ୍କୁଶ କିମ୍ବା ବନ୍ଦ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଥିଲେ ଓଡ଼ିଶା ହାଇକୋର୍ଟ । କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ ବାଧା ସୃଷ୍ଟିବାକୁ ଯେପରି ଶପଥ ନେବା ପରି କୁଚକ୍ରୀ ଗୋଷ୍ଠୀ ପ୍ରକଳ୍ପର ବାଟ ଓଗାଳିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି, ଯେଉଁଥିପାଇଁ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର କଥା କହିବୁଲୁଛନ୍ତି। କେତେବେଳେ ବିନା ଜିପିଆର (ଗ୍ରାଉଣ୍ଡ ପେନିଟ୍ରେଟିଙ୍ଗ୍‍ ରାଡାର) ସର୍ଭେ ତ ପୁଣି କେତେବେଳେ ବେଆଇନ ଭାବେ କାମ କରାଯାଉଛି ବୋଲି କହି ହୋ ହଲ୍ଲା କରୁଛନ୍ତି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର


ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିଷିଦ୍ଧାଞ୍ଚଳ ଅର୍ଥାତ୍‍ ୧୦୦ ମିଟର ପରେ ନିର୍ମାଣ କରିବା ଲାଗି ନିଷ୍ପତ୍ତି ନିଆଯିବା ପରେ କୁଚକ୍ରୀଙ୍କ ଅକଲ ଗୁଡୁମ୍‍ ହୋଇଯାଇଛି। ନିର୍ମାଣ କାର୍ଯ୍ୟରେ ବ୍ରେକ୍‍ ଲଗାଇବା ପାଇଁ କୌଣସି ଯୁକ୍ତିଯୁକ୍ତ କାରଣ ପାଉ ନ ଥିବାରୁ ଅବାନ୍ତର ଏବଂ ମନଗଢା କଥାକୁ ଗଣ୍ଠି କରୁଛନ୍ତି। ଏହିକ୍ରମରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରକଳ୍ପରେ ବାଧା ଦେବାକୁ ବାରମ୍ବାର  ଅପଚେଷ୍ଟା କରୁଛନ୍ତି। ବାରମ୍ବାର ମିଛ ତଥ୍ୟ ଦେଇ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ସମ୍ବିତ ପାତ୍ର। ସମ୍ବିତଙ୍କ ଏପରି ଉଦ୍ୟମକୁ ନେଇ ବିଜେଡି ନେତ୍ରୀ ସୁଲତା ଦେଓ ତାଙ୍କ ଉପରେ ବର୍ଷିଛନ୍ତି।ଶ୍ରୀଜଗନ୍ନାଥ ମନ୍ଦିର ବିକାଶ ପାଇଁ ସ୍ୱତଃ ପ୍ରବୃତ୍ତ ଭାବେ ନିଜ ଜମି ଦେଇଥିଲେ ସେବାୟତ। ତେବେ ମିଛ ଓ ବିଭ୍ରାନ୍ତିକର ତଥ୍ୟ ଦେଇ ବିକାଶ କାମରେ ବାଧା ସୃଷ୍ଟି କରୁଥିବା ସମ୍ବିତ ପାତ୍ରଙ୍କୁ ପୁରୀବାସୀ କେବେ କ୍ଷମା ଦେବେ ନାହିଁ ବୋଲି ସୁଲତା କହିଛନ୍ତି ।


ବିଜେଡି ନେତ୍ରୀ ସୁଲତା ଦେଓ ଟ୍ୱିଟ୍ କରି ଲେଖିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୂର୍ବରୁ ଜିପିଆର ସର୍ଭେ କରାଯାଇଥିଲା । ଡିପିଆର ସହ ଏହାକୁ ଜାତୀୟ ସ୍ମାରକୀ ପ୍ରାଧିକରଣଙ୍କ ନିକଟରେ ଜମା କରାଯାଇଛି । ଏହାକୁ ଆଧାର କରି ପ୍ରକଳ୍ପ ଅଂଚଳରେ ଅଭ୍ୟର୍ଥନା କକ୍ଷ କରିବାକୁ ଏନଏମ୍ଏ ଅନୁମତି ଦେଇଥିଲେ । ତେବେ ଅଭ୍ୟର୍ଥନା କକ୍ଷର ଉଚ୍ଚତା ଅଧିକ କରିବା ପାଇଁ ରାଜ୍ୟ ସରକାର ଚାହିଁବାରୁ ଏହାକୁ ଶ୍ରୀମନ୍ଦିର ୧୦୦ ମିଟର ପରିଧିର ବାହାରକୁ ଘୁଂଚାଇ ଦେବା ପାଇଁ କୁହାଯାଇଛି । ତେଣୁ ସମ୍ବିତ ପାତ୍ର ବାରମ୍ବାର ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ସେବାୟତମାନେ ତାଙ୍କୁ କ୍ଷମା ଦେବେ ନାହିଁ । ସମ୍ବିତ ପାତ୍ରଙ୍କ ବିଭ୍ରାନ୍ତିକର ତଥ୍ୟ ସେବାୟତ ଓ ଜଗନ୍ନାଥପ୍ରେମୀଙ୍କୁ ଅତିମାତ୍ରାରେ ଆଘାତ ଦେଇଥିବା ସୁଲତା କହିଛନ୍ତି।


ଅନ୍ୟପଟେ ଜିପିଆର ସର୍ଭେକୁ ନେଇ ବେଶ୍‍ ହୋହଲ୍ଲା କରାଯାଉଛି। ବିନା ଜିପିଆରଏସ୍‍ରେ ମନ୍ଦିର ଚତୁଃପାର୍ଶ୍ବରେ ଖନନ କରାଯାଇଛି ବୋଲି ଚିତ୍କାର କରୁଛନ୍ତି। ହେଲେ ବାସ୍ତବତା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଅର୍ଥାତ୍‍ ପରିକ୍ରମା ପ୍ରକଳ୍ପ କାମ ଆରମ୍ଭ ପୂର୍ବରୁ ଶ୍ରୀମନ୍ଦିର ଚୌହଦୀରେ ହୋଇଛି ଜିପିଆର ସର୍ଭେ। ଏଏସ୍‍ଆଇ ହାଇକୋର୍ଟଙ୍କୁ ଦେଇଥିବା ସତ୍ୟପାଠରେ ମନ୍ଦିର ଚତୁଃପାର୍ଶ୍ବରେ ଜିପିଆର ସର୍ଭେ କରାଯାଇଥିବାର ଫଟୋଚିତ୍ର ମଧ୍ୟ ଦେଇଛି। ଏହାସତ୍ତ୍ବେ ବିନା ଜିପିଆର ସର୍ଭେରେ ଖନନ କରାଯାଉଥିବା କୁଚକ୍ରୀ କହୁଥିଲେ ହେଁ ଏଏସ୍‍ଆଇ ନୀରବଦ୍ରଷ୍ଟା ସାଜିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର