ଖରାଠାରୁ ବଳି ଯାଉଛି ପେଟପାଟଣା ଯନ୍ତ୍ରଣା
ଭୁବନେଶ୍ୱର: ଆରମ୍ଭ ହୋଇଛି ଗ୍ରୀଷ୍ମ ପ୍ରବାହ। ପଶୁପକ୍ଷୀଙ୍କ ଠାରୁ ଆରମ୍ଭ କରି ଜନଜୀବନ ଅସ୍ତବ୍ୟବସ୍ତ ହୋଇପଡ଼ିଲେଣି। ଗଛଲତା ମଧ୍ୟ ଖରାରେ ଝାଉଁଳି ଗଲାଣି। ରାଜ୍ୟରେ ଆଜିର ଦିନରେ ପାରଦ ସର୍ବାଧିକ ୪୫ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ତଳକୁ ଖସୁନି ପାରଦ। ଖରା ପାଇଁ ରାସ୍ତାଘାଟ ପାଲଟୁଛି ଶୂନଶାନ୍। ଅତ୍ୟନ୍ତ ଜରୁରୀ କାମ ନଥିଲେ ଲୋକେ ଖରାବେଳ ସମୟରେ ପଦାକୁ ବାହାରୁ ନଥିବା ବେଳେ ଟାଇଁ ଟାଇଁ ଖରାରେ ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛନ୍ତି ଖାଦ୍ୟ […]
ଭୁବନେଶ୍ୱର: ଆରମ୍ଭ ହୋଇଛି ଗ୍ରୀଷ୍ମ ପ୍ରବାହ। ପଶୁପକ୍ଷୀଙ୍କ ଠାରୁ ଆରମ୍ଭ କରି ଜନଜୀବନ ଅସ୍ତବ୍ୟବସ୍ତ ହୋଇପଡ଼ିଲେଣି। ଗଛଲତା ମଧ୍ୟ ଖରାରେ ଝାଉଁଳି ଗଲାଣି। ରାଜ୍ୟରେ ଆଜିର ଦିନରେ ପାରଦ ସର୍ବାଧିକ ୪୫ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ତଳକୁ ଖସୁନି ପାରଦ। ଖରା ପାଇଁ ରାସ୍ତାଘାଟ ପାଲଟୁଛି ଶୂନଶାନ୍। ଅତ୍ୟନ୍ତ ଜରୁରୀ କାମ ନଥିଲେ ଲୋକେ ଖରାବେଳ ସମୟରେ ପଦାକୁ ବାହାରୁ ନଥିବା ବେଳେ ଟାଇଁ ଟାଇଁ ଖରାରେ ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛନ୍ତି ଖାଦ୍ୟ ଡେଲିଭରୀ ବଏ। ଯେଉଁ ସମୟରେ ସର୍ବାଧିକ ପାରଦ ସ୍ତର ରହିଥାଏ ସେହି ସମୟରେ ଗଳି କନ୍ଦି ବୁଲି ବୁଲି ଠିକଣାରେ ଖାଦ୍ୟ ପହଞ୍ଚାଇଥାନ୍ତି ସେମାନେ। କାରଣ ଖରାର କଷ୍ଟ ଠାରୁ ଏମାନଙ୍କ ପାଇଁ ବଳି ଯାଉଛି ଆର୍ଥିକ ଯନ୍ତ୍ରଣା। କିଏ ପରିବାର ଚଳାଇବାକୁ ଏହି ରାସ୍ତାକୁ ବାଛିଚି ତ ଆଉ କେହି ବାପା ମା’ଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଇବାକୁ ପାର୍ଟ ଟାଇମ୍ରେ ଏହି କାମ କରୁଛନ୍ତି। ସେହିପରି ଅଧିକାଂଶ କଲେଜ ପଢ଼଼ୁଆ ପିଲା ଖାଦ୍ୟ ଡେଲିଭର କରି ନିଜର ପଢ଼଼ାଖର୍ଚ୍ଚ ତୁଲାଉଥିବା ଦେଖିବାକୁ ମିଳିଛି। ହୋଟେଲ ମାଲିକଙ୍କ ଦୁର୍ବ୍ୟବହାର, ଗ୍ରାହକଙ୍କ ଅଭିଯୋଗ ପାରେ ଅଭିଯୋଗକୁ ଚୁପଚାପ୍ ସହି ଯାଇ ପେନାଲ୍ଟି ମଧ୍ୟ ଦେବାକୁ ପଡ଼ିଥାଏ। ତଥାପି ଏମାନେ ନାଚାର। କାରଣ ବୁକିଂ ନ ଆସିଲେ ଟଙ୍କା ମିଳିବନି।
ସକାଳ ୮ଟା ବାଜିଲେ ରାଜଧାନୀର ବିଭିନ୍ନ ରୋସ୍ତୋରାଁ, ହୋଟେଲ ଓ ବଡ଼ ବଡ଼ ସପିଂ ମଲ୍ ରେ ରହିଥିବା ଫୁଡକୋର୍ଟ ଗୁଡ଼ିକରୁ ଖାଦ୍ୟ ଡେଲିଭରୀ ଆରମ୍ଭ ହୋଇଯାଏ। ଜଳଖିଆ ଠାରୁ ଆରମ୍ଭ କରି ରାତ୍ରି ଭୋଜନ, ସ୍ନାକ୍ସ, ମୃତ୍ୟୁ ପାନୀୟ ମଧ୍ୟ ଘରେ ବସି ଅନେକ ଗ୍ରାହକ ଅନଲାଇନ୍ ମାଧ୍ୟରେ ଅର୍ଡର କରିଥାନ୍ତି। ସମୟର ସଦୁପଯୋଗ ହେଉ ଅବା ସ୍ୱାସ୍ଥ୍ୟ ଜନିତ ସମସ୍ୟା କିମ୍ବା ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅଧିକାଂଶ ଲୋକେ ନିମୟିତ ସ୍ୱିଗି, ଜମାଟୋ ଭଳି ଅନଲାଇନ୍ ଫୁଡ ଡେଲିଭରୀ ଆପ୍ରୁ ଖାଦ୍ୟ ଅର୍ଡର କରିଥାନ୍ତି। କେବଳ ଖାଦ୍ୟ ନୁହେଁ ଲୁଗାପଟା ଠାରୁ ଆରମ୍ଭ କରି ପନିପରିବା, ମାଛ, ମାଂସ ହାତ ପାହାନ୍ତାରେ ପହଞ୍ଚାଉଛନ୍ତି। ଏହାସହ ବନ୍ଧୁବାନ୍ଧବ କିମ୍ବା ସମ୍ପର୍କୀୟଙ୍କ ଘରେ ରୋଷେଇ ହୋଇଥିବା ଖାଦ୍ୟ ମଧ୍ୟ ସ୍ୱିଗି ଜେନି ଆପ୍ ମାଧ୍ୟମରେ ଅନ୍ୟ ଜଣଙ୍କ ଘରେ ପହଞ୍ଚାଯାଇ ପାରୁଛି। ହେଲେ ବର୍ତ୍ତମାନ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହରେ ଲୋକମାନେ ଘରେ ବସି ଥଣ୍ଡା ପବନ ଖାଉଥିବା ବେଳେ ଟାଇଁ ଟାଇଁ ଖରାରେ ଫୁଡ ଡେଲିଭରୀ ବଏମାନେ ବୁଲି ବୁଲି ଖାଦ୍ୟ ପହଞ୍ଚାଇଥାନ୍ତି। ବର୍ତ୍ତମାନ ଖରା ବଢ଼଼ୁଥିବାରୁ ଅନଲାଇନ୍ କୁ ଅଧିକ ଲୋକେ ଭରସା କରୁଥିବାରୁ ଖରାର ପ୍ରକୋପକୁ ଖାତିର ନକରି ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛନ୍ତି, ମାନେ। ପ୍ରତିଦିନ ରସୁଲଗଡ଼଼ ଓଭରବ୍ରିଜ୍, କଳ୍ପନା ଛକସ୍ଥିତ ୁତ୍କଳ ଗ୍ୟାଲେରିଆ, ଡିଏନ୍ ରେଗାଲିଆ ସମେତ ବହୁ ହୋଟେଲ ଓ ରେସ୍ତୋରାଁ ନିଟକରେ ବୁକିଂ ପାଇଁ ଅପେକ୍ଷା କରିଥାନ୍ତି ଏମାନେ। ବୁକିଂ ଆସିଲା ମାତ୍ରେ ତୁରନ୍ତ ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇଥାନ୍ତି। ଅନ୍ୟର ଖାଦ୍ୟକୁ ସୁରକ୍ଷିତ ଭାବେ ପହଞ୍ଚାଉଥିବା ବେଳେ ଟିକିଏ ସମୟ ପାଇଲେ ରାସ୍ତା କଡ଼ରେ ଛିଡ଼ାହୋଇ ନିଜ ଟିଫିନ୍ ଖାଇଥାନ୍ତି। ପରିବାରର ପରିସ୍ଥିତି କଥା ଭାବିଦେଲେ ଖରାର ପ୍ରକୋପ ବି ଜଣାପଡ଼ୁ ନ ଥିବା କହିଛନ୍ତି ଫୁଡ ଡେଲିଭରୀ ବଏ ପ୍ରକାଶ। ପୂର୍ବରୁ ସେ ଜଣେ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ବାପାଙ୍କ ମୁଖ ଗହ୍ୱର କର୍କଟ ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ଆଗରେ ଖରାର ଦାଉ ତାଙ୍କୁ କଷ୍ଟ ଦେଉ ନ ଥିବା କହିଛନ୍ତି। ସେହିପରି +୩ରେ ପଢ଼଼ୁଥିବା ସଞ୍ଜୟ କୁମାର ସାହୁ ମଧ୍ୟ ପଢ଼଼ାଖର୍ଚ୍ଚ ତୁଲାଇବାକୁ ପାର୍ଟ ଟାଇମ୍ରେ ଖାଦ୍ୟ ଡେଲିଭରୀ କରୁଥିବା କହିଛନ୍ତି।






