ନିଶା ବେପାରୀଙ୍କ ଉପରେ STF ର କଡ଼ା ନଜର; ଖଟି, ଦୋକାନ, ବସ୍ତିରେ ମୁତୟନ ହୋଇଛନ୍ତି ସାଦା ପୋଷାକଧାରୀ ପୁଲିସ..
ଭୁବନେଶ୍ବର: ଆନ୍ତଃରାଜ୍ୟ ନିଶା ବେପାରୀଙ୍କ ବେଳା ଖରାପ । ମାଫିଆଙ୍କ ବିରୋଧରେ ଆକ୍ସନ ମୋଡ଼ରେ STF । ମାରୁଆନା ଓ ସିନ୍ଥେଟିକ ଡ୍ରଗ୍ସ କାରବାର ନେଇ ରାଜ୍ୟ ବାହାର ପୁଲିସ ସହ ଯୋଗାଯୋଗରେ ଅଛି STF । ସମସ୍ତ ଜିଲ୍ଲା ଏସପିଙ୍କ ନେତୃତ୍ୱରେ ଚାଲିଛି ଚଢ଼ାଉ। ଡିଜିପି ଓ ଡିଜିପି କ୍ରାଇମଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ସ୍ପେଶାଲ ଅପରେସନ। ଗୋଡ଼େ ଗୋଡ଼େ ଜଗିଛି ସ୍ପେଶାଲ ଟାସ୍କ ଫୋର୍ସ ଟିମ । ବିଭିନ୍ନ ଖଟି, ଦୋକାନ, ବସ୍ତିରେ […]
ଭୁବନେଶ୍ବର: ଆନ୍ତଃରାଜ୍ୟ ନିଶା ବେପାରୀଙ୍କ ବେଳା ଖରାପ । ମାଫିଆଙ୍କ ବିରୋଧରେ ଆକ୍ସନ ମୋଡ଼ରେ STF । ମାରୁଆନା ଓ ସିନ୍ଥେଟିକ ଡ୍ରଗ୍ସ କାରବାର ନେଇ ରାଜ୍ୟ ବାହାର ପୁଲିସ ସହ ଯୋଗାଯୋଗରେ ଅଛି STF । ସମସ୍ତ ଜିଲ୍ଲା ଏସପିଙ୍କ ନେତୃତ୍ୱରେ ଚାଲିଛି ଚଢ଼ାଉ। ଡିଜିପି ଓ ଡିଜିପି କ୍ରାଇମଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଛି ସ୍ପେଶାଲ ଅପରେସନ। ଗୋଡ଼େ ଗୋଡ଼େ ଜଗିଛି ସ୍ପେଶାଲ ଟାସ୍କ ଫୋର୍ସ ଟିମ । ବିଭିନ୍ନ ଖଟି, ଦୋକାନ, ବସ୍ତିରେ ମୁତୟନ ହୋଇଛନ୍ତି ସାଦା ପୋଷାକଧାରୀ ପୁଲିସ। ରାଜ୍ୟରେ ବଢ଼ି ଚାଲିଥିବା ନିଶା କାରବାରକୁ ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ୧୫ ଓ ୧୬ ତାରିଖ ଦିନ ଜୋରଦାର କରାଯିବ ରେଡ। ରାଜ୍ୟରେ ଦେଖା ଯାଉଥିବା ହାଇପ୍ରୋଫାଇଲ ନିଶା ଯଥା ମାରିଜୁଆନା ଓ ସିନ୍ଥେଟିକ ଡ୍ରଗ୍ସ ଉପରେ ଫୋକସ କରାଯାଉଛି। ଏହି ମଣିଷମରା ନିଶା କରବାରର ମାଷ୍ଟରମାଇଣ୍ଡଙ୍କୁ ବାନ୍ଧିବା ଓ ଏମାନଙ୍କ ଏଜେଣ୍ଟଙ୍କୁ ବାନ୍ଧି ଜେଲ ପଠାଇବାକୁ ହୋଇଛି ଯୋଜନା। ଖାସକରି ସେଥିପାଇଁ NCB, DRI ସହ ଯୋଗାଯୋଗରେ ରହିଛି ରାଜ୍ୟ STF। ତେବେ ଦୀର୍ଘ ୧୫ ଦିନ ହେଲା ଚଢ଼ାଉ ଜାରି ରହିଥିବା କହିଛନ୍ତି STF ଏସପି । ଆଗକୁ ମଧ୍ୟ ଏହି ଅପରେସନକୁ ବ୍ୟାପକ କରାଯିବ ବୋଲି ଏସଟିଏଫ ପକ୍ଷରୁ କୁହାଯାଇଛି।