୫ ଜିଲ୍ଲାକୁ ବ୍ୟାପିଗଲାଣି ଝାଡ଼ାବାନ୍ତି, ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ କଲା ସ୍ବାସ୍ଥ୍ୟ ବିଭାଗ…..

The Sakala Picture
Published On

ଭୁବନେଶ୍ବର : ରାଜ୍ୟର ୫ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିବା ପରେ ସବୁ ଜିଲ୍ଲାକୁ ଆଲର୍ଟ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସବୁ ଜିଲ୍ଲାରେ ସତର୍କତା ମୂଳକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।ଜଳ ଉତ୍ସ ଗୁଡ଼ିକୁ ସଫା ରଖିବା ସହ ବିଶୋଧନ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ପ୍ରଥମେ ଯାଜପୁର ପରେ ଏବେ ଡାଇରିଆ କଟକ,ଭଦ୍ରକ,ଖୋର୍ଦ୍ଧା ଓ ଜଗତସିହପୁରରେ ମଧ୍ୟ ବ୍ୟାପିଲାଣି। ଯାହାକୁ ନେଇ ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୁର୍ଣ ବୈଠକ କରିଛନ୍ତି। ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି […]

ଭୁବନେଶ୍ବର : ରାଜ୍ୟର ୫ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିବା ପରେ ସବୁ ଜିଲ୍ଲାକୁ ଆଲର୍ଟ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସବୁ ଜିଲ୍ଲାରେ ସତର୍କତା ମୂଳକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।ଜଳ ଉତ୍ସ ଗୁଡ଼ିକୁ ସଫା ରଖିବା ସହ ବିଶୋଧନ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ପ୍ରଥମେ ଯାଜପୁର ପରେ ଏବେ ଡାଇରିଆ କଟକ,ଭଦ୍ରକ,ଖୋର୍ଦ୍ଧା ଓ ଜଗତସିହପୁରରେ ମଧ୍ୟ ବ୍ୟାପିଲାଣି। ଯାହାକୁ ନେଇ ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୁର୍ଣ ବୈଠକ କରିଛନ୍ତି। ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୩୦ ଜିଲ୍ଲାରେ ଡାଇରିଆ ନେଇ ହାଇଆଲର୍ଟ କରିଛନ୍ତି ରାଜ୍ୟ ସରକାର। ମେଡିକାଲ ଉପକରଣ, ବିଶୋଧନ, ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଆଶ୍ବଥୀ ଏସ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ଆଜି ସକାଳ ୧୦ ଟା ସୁଦ୍ଧା ୫ ଜିଲ୍ଲାରୁ ୩୦୦ ନୂଆ କେସ ଚିହ୍ନଟ ହୋଇଛି। ନୂଆ କେସର କ୍ୟାଟେଗୋରୀ ସାମାନ୍ୟ ରହୁଛି। ଡାଇରିଆ ବ୍ୟାପିବାର ଗୋଟିଏ କାରଣ ଜଣାପଡିନି, ଏକାଧିକ କାରଣ ରହିଥିବାରୁ ସବୁ ସୋର୍ସକୁ ବିଶୋଧନ ପାଇଁ ବ୍ୟବସ୍ଥା ନିଆଯାଉଛି। ଲୋକଙ୍କୁ ସଚେତନ ପାଇଁ ଗାଁ ଗାଁରେ ମାଇକ ଯୋଗେ ପ୍ରଚାର ଚାଲିଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏଭଳି ପ୍ରକ୍ରିୟା ଜାରି ରଖିବାକୁ ନିର୍ଦ୍ଦେଶ ରହିଛି। ପ୍ରତିଦିନ ରାଜ୍ୟ ସ୍ତରୀୟ ସମୀକ୍ଷା କରାଯିବ।କେନ୍ଦ୍ରୀୟ ଟିମ ଏବେବି ଅଛନ୍ତି, ଅନୁଧ୍ୟାନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଆସନ୍ତାକାଲି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବେ। ଲୋକେ ତରବରିଆ ଭାବେ ହସ୍ପିଟାଲରୁ ଡିସଚାର୍ଜ ନେଇ ଯାଉଥିଲେ। ଯେଉଁଥିପାଇଁ ଦ୍ୱିତୀୟ ଥର ହସ୍ପିଟାଲକୁ ଆସିବା ବେଲକୁ ସ୍ୱାସ୍ଥ୍ୟ ବିଗିଡି ଯାଉଥିଲା। ଯେଉଁ ବ୍ୟକ୍ତିମାନେ ହସ୍ପିଟାଲ ଆସୁଛନ୍ତି ସେମାନଙ୍କୁ ୨୪ ଘଣ୍ଟା ନିରିକ୍ଷଣରେ ରଖିବାକୁ ନିର୍ଦ୍ଦେଶ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର