ମନୋରଞ୍ଜନ
ସରକାରୀ ନିଯୁକ୍ତି ଆବେଦନ ଫର୍ମରେ ତୃତୀୟଲିଙ୍ଗୀଙ୍କ ପାଇଁ ରହିବ ସ୍ୱତନ୍ତ୍ର ସ୍ଥାନ, ସବୁ ବିଭାଗକୁ ଚିଠି
ଭୁବନେଶ୍ବର : ଏଣିକି ସରକାରୀ ନିଯୁକ୍ତି ଆବେଦନ ଫର୍ମରେ ତୃତୀୟଲିଙ୍ଗୀଙ୍କ ପାଇଁ ରହିବ ସ୍ୱତନ୍ତ୍ର ସ୍ଥାନ। ଏନେଇ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ସବୁ ବିଭାଗକୁ ଚିଠି କରାଯାଇଛି। ପୁରୁଷ ଓ ମହିଳାଙ୍କ ପରି ତୃତୀୟଲିଙ୍ଗୀଙ୍କ ପାଇଁ ଆବେଦନରେ ବ୍ୟବସ୍ଥା ପ୍ରସ୍ତାବ ରହିବ। ଅଫ୍ଲାଇନ ହେଉ ବା ଅନ୍ଲାଇନ ଆବେଦନ ଫର୍ମରେ ପୁରୁଷ/ମହିଳା/ତୃତୀୟଲିଙ୍ଗୀ ପାଇଁ ବ୍ୟବସ୍ଥା ପାଇଁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ସଚିବ ଆର. ଏସ ଗୋପାଳନ ସବୁ ବିଭାଗକୁ ଚିଠି […]
ଭୁବନେଶ୍ବର : ଏଣିକି ସରକାରୀ ନିଯୁକ୍ତି ଆବେଦନ ଫର୍ମରେ ତୃତୀୟଲିଙ୍ଗୀଙ୍କ ପାଇଁ ରହିବ ସ୍ୱତନ୍ତ୍ର ସ୍ଥାନ। ଏନେଇ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ସବୁ ବିଭାଗକୁ ଚିଠି କରାଯାଇଛି। ପୁରୁଷ ଓ ମହିଳାଙ୍କ ପରି ତୃତୀୟଲିଙ୍ଗୀଙ୍କ ପାଇଁ ଆବେଦନରେ ବ୍ୟବସ୍ଥା ପ୍ରସ୍ତାବ ରହିବ। ଅଫ୍ଲାଇନ ହେଉ ବା ଅନ୍ଲାଇନ ଆବେଦନ ଫର୍ମରେ ପୁରୁଷ/ମହିଳା/ତୃତୀୟଲିଙ୍ଗୀ ପାଇଁ ବ୍ୟବସ୍ଥା ପାଇଁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ସଚିବ ଆର. ଏସ ଗୋପାଳନ ସବୁ ବିଭାଗକୁ ଚିଠି ଲେଖି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିଚ୍ ରାସ୍ତାରେ ଯୁବକକୁ ଗୁଳିକରି ହତ୍ୟା, ଦୁର୍ବୁର୍ତ୍ତ ଫେରାର
ଏହାପୂର୍ବରୁ ପୂର୍ବ ସରକାର ୨୦୨୧ରେ ଦେଶରେ ପ୍ରଥମ ରାଜ୍ୟ ଭାବେ ତୃତୀୟଲିଙ୍ଗୀଙ୍କୁ ସମାନତା ଅଧିକାର ପ୍ରଦାନ କରିଥିଲା। କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମାନ ସୁଯୋଗ ନୀତି ଆଣିଥିଲେ। ବିଭିନ୍ନ କ୍ଷେତ୍ର ଯଥା ହୋଲ୍ଡିଂ ଟିକସ ଓ ପାର୍କିଂ ଫି ଭଳି କାର୍ଯ୍ୟରେ ନିୟୋଜିତ କରି ତୃତୀୟଲିଙ୍ଗୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଉଛି।






