ରାଜ୍ୟରେ କୋଭିଡ୍‌ ଗାଇଡ୍‌ ଲାଇନ୍‌ କଡାକଡି କରିବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶ

The Sakala Picture
Published On

ଭୁବନେଶ୍ବର : ପଡୋଶୀ ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଉଥିବାରୁ ସତର୍କ ହୋଇଛି ଓଡିଶା। ସତର୍କତା ଦୃଷ୍ଟିରୁ ରାଜ୍ୟରେ ପୁଣିଥରେ କରୋନା କଟକଣାକୁ କଡାକଡି କରାଯିବ । ଏନେଇ ଆଜି ରାଜ୍ୟ  ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳ, ପୌର କମିଶନର ଏବଂ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍‌ ଧୀରେ ଧୀରେ ବ୍ୟାପିଗଲାଣି । ଏଣୁ ଆମେ ଆଗୁଆ ସତର୍କତା ଦୃଷ୍ଟରୁ କରୋନା କଟକଣାକୁ […]

ଭୁବନେଶ୍ବର : ପଡୋଶୀ ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଉଥିବାରୁ ସତର୍କ ହୋଇଛି ଓଡିଶା। ସତର୍କତା ଦୃଷ୍ଟିରୁ ରାଜ୍ୟରେ ପୁଣିଥରେ କରୋନା କଟକଣାକୁ କଡାକଡି କରାଯିବ । ଏନେଇ ଆଜି ରାଜ୍ୟ  ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳ, ପୌର କମିଶନର ଏବଂ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍‌ ଧୀରେ ଧୀରେ ବ୍ୟାପିଗଲାଣି । ଏଣୁ ଆମେ ଆଗୁଆ ସତର୍କତା ଦୃଷ୍ଟରୁ କରୋନା କଟକଣାକୁ ପାଳନ କରିବାକୁ ପଡିବ ବୋଲି ଏସ୍‌ଆରସି କହିଛନ୍ତି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

ରାଜ୍ୟରେ କରୋନାର ମାତ୍ରା କମିବା ପରେ ରାଜ୍ୟ ସରକାର ଲୋକଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ସମସ୍ତ କଟକଣାକୁ କୋହଳ କରିଥିଲେ। କିନ୍ତୁ ଲୋକମାନେ ଏହି କୋହଳ କଟକଣା ମଧ୍ୟରେ କରୋନା କଟକଣାକୁ ଫୁ କରି ଉଡାଇ ଦେବାର ଦେଖାଯାଇଥିଲା। ଏହାରି ମଧ୍ୟରେ କରୋନା ଦେଶର ମହାରାଷ୍ଟ୍ର, ପଞ୍ଜାମ ଆଦି ରାଜ୍ୟରେ ପୁଣିଥରେ ବ୍ୟାପିବା ଆରମ୍ଭ କରିଥିବାରୁ ରାଜ୍ୟ ସରକାର ସତର୍କତା ଦୃଷ୍ଟିରୁ ପୁଣିଥରେ କରୋନା କଟକଣାକୁ କଡାକଡି କରିବାକୁ ପଦକ୍ଷେପ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ରାଉରକେଲା ଅବକାରୀ ଅଧୀକ୍ଷକ: ୫ ଲକ୍ଷ ଟଙ୍କାର ଲାଞ୍ଚ ଜବତ

ରାଜ୍ୟରେ ଏଣିକି ଢାବା, ରେଷ୍ଟୁରାଣ୍ଟ, ହୋଟେଲଗୁଡିକରେ ତୀକ୍ଷ୍ନ ନଜର ରଖାଯିବ । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ପରିସ୍ଥିତି ତଦାରଖ କରିବେ । ସାଧାରଣ ସ୍ଥାନରେ ଗହଳି କରି ଖାଇବା ଉପରେ ଲାଗିବ ରୋକ୍ । ନିୟମ ଉଲ୍ଲଂଘନ କଲେ ସିଲ ହେବ ବ୍ୟବସାୟିକ ପ୍ରତିଷ୍ଠାନ । ଶିକ୍ଷାନୁଷ୍ଠାନ ଉପରେ ସତର୍କ ନଜର ରଖିବାକୁ ନିର୍ଦ୍ଦେଶ । ବଜାର, ହାଟରେ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା କରାଯିବ ।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ସେହିଭଳି ଧାର୍ମିକ, କ୍ରୀଡ଼ା ଓ ମନୋରଞ୍ଜନସ୍ଥଳିରେ ଭିଡ଼ ଏଡ଼ାଇବାକୁ ନିର୍ଦ୍ଦେଶ ରହିଛି । ଅଙ୍ଗନବାଡ଼ି କେନ୍ଦ୍ରରେ ପରିଷ୍କାର, ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଆଯିବ । ଶିକ୍ଷକ ଓ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବେ । ଶିକ୍ଷାନୁଷ୍ଠାନରେ ପାଠପଢ଼ା ବ୍ୟତୀତ ଅନ୍ୟ କିଛି କାର୍ଯ୍ୟକ୍ରମ ହେବନି । ଗାଇଡଲାଇନ୍ ପାଳନ ସମ୍ପର୍କିତ ସାପ୍ତାହିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏସମସ୍ତ ଗାଇଡଲାଇନ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିଶନର ଓ ଏସପିଙ୍କୁ ଚିଠି ଲେଖି ଜଣାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର