ମନୋରଞ୍ଜନ
ଓଡ଼ିଶା
ସେପ୍ଟେମ୍ବର ୨୭ରେ ସ୍ବତନ୍ତ୍ର OTET ପରୀକ୍ଷା, ଏହି ଦିନ ୱେବସାଇଟରେ ମିଳିବ ଆଡ୍ମିଟ୍ କାର୍ଡ
କଟକ : ସେପ୍ଟେମ୍ବର ୨୭ରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା। ଦୁଇଟି ସିଟିଂରେ ପେପର-୧ ଓ ପେପର-୨ ପରୀକ୍ଷା ହେବ। ପୂର୍ବାହ୍ନ ୯ ଟାରୁ ୧୧ଟା ୩୦ ଯାଏଁ ପ୍ରଥମ ପତ୍ର ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ନ ୨ ଟାରୁ ୪ଟା ୩୦ ଯାଏଁ ଦ୍ବିତୀୟ ପତ୍ର ପରୀକ୍ଷା ହେବ। ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି। ଏଥି ସହିତ ୧୭ ସେପ୍ଟେମ୍ବରରୁ ବୋର୍ଡ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ। […]
କଟକ : ସେପ୍ଟେମ୍ବର ୨୭ରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା। ଦୁଇଟି ସିଟିଂରେ ପେପର-୧ ଓ ପେପର-୨ ପରୀକ୍ଷା ହେବ। ପୂର୍ବାହ୍ନ ୯ ଟାରୁ ୧୧ଟା ୩୦ ଯାଏଁ ପ୍ରଥମ ପତ୍ର ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ନ ୨ ଟାରୁ ୪ଟା ୩୦ ଯାଏଁ ଦ୍ବିତୀୟ ପତ୍ର ପରୀକ୍ଷା ହେବ। ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି।
ଆହୁରି ପଢ଼ନ୍ତୁ: ଗୁଗଲ୍ର ଚେତାବନୀ: ୧୦୦ କୋଟି ଫୋନ୍ରୁ ଡାଟା ଚୋରି ଭୟ

ଏଥି ସହିତ ୧୭ ସେପ୍ଟେମ୍ବରରୁ ବୋର୍ଡ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ। ବୋର୍ଡ ୱେବସାଇଟ www.bseodisha.ac.in ରେ ସେପ୍ଟେମ୍ବର ୧୭ ରୁ ଆଡମିଟ୍ କାର୍ଡ ପରିକ୍ଷାର୍ଥୀମାନେ ଡାଉନଲୋଡ କରିପାରିବେ।
ସୂଚନାଯୋଗ୍ୟ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପରେ ପରୀକ୍ଷା ବାତିଲ କରାଯାଇଥିଲା। ଏହାପରେ ତରବରିଆ ଭାବେ ପୁଣିଥିରେ ଅଗଷ୍ଟ ୩୧ରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ନେଇ ଘୋଷଣା ହୋଇଥିଲା। ଏହାପରେ ପୁଣିଥରେ ପରୀକ୍ଷାକୁ ବାତିଲ କରାଯାଇଥିଲା।





