ଏମ୍ଏସ୍ଏମ୍ଇକୁ ଋଣ ପ୍ରଦାନରେ ଉଲ୍ଲେଖନୀୟ ସଫଳତା : ଉଦ୍ୟୋଗୀଙ୍କୁ ମିଳିଛି ୩୪୧୭ କୋଟି କୋଭିଡ୍‌ ଋଣ

The Sakala Picture
Published On

ଭୁବନେଶ୍ବର :  ରାଜ୍ୟର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଚଳଚଞ୍ଚଳ କରିବାକୁ ନିଆଯାଇଥିବା ପଦକ୍ଷେପ ସ୍ଵରୂପ ଉଦ୍ୟୋଗଗୁଡ଼ିକୁ ଋଣ ପ୍ରଦାନରେ ରାଜ୍ୟ ସରକାର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଇସିଏଲ୍‌ଜିଏସ୍ (କୋଭିଡ଼ ରଣ) ଅଧୀନରେ ଉଦ୍ୟୋଗୀମାନଙ୍କୁ ୩୪ ୧୭.୦୨ କୋଟି ଟଙ୍କା ଋଣ ପ୍ରଦାନ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ସୁଦ୍ଧା ସେଥିରୁ ୩୫୦୮.୬୯ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି । ତନ୍ମଧ୍ୟରୁ ୩୧୦୭.୮୨ କୋଟି ଟଙ୍କା ଉଦ୍ୟୋଗୀମାନଙ୍କୁ ପ୍ରଦାନ କରାଯାଇସାରିଛି। ପୂର୍ବରୁ ଏତେ ପରିମାଣରେ ରଣ ପ୍ରଦାନ କେବେ […]

ଭୁବନେଶ୍ବର :  ରାଜ୍ୟର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଚଳଚଞ୍ଚଳ କରିବାକୁ ନିଆଯାଇଥିବା ପଦକ୍ଷେପ ସ୍ଵରୂପ ଉଦ୍ୟୋଗଗୁଡ଼ିକୁ ଋଣ ପ୍ରଦାନରେ ରାଜ୍ୟ ସରକାର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଇସିଏଲ୍‌ଜିଏସ୍ (କୋଭିଡ଼ ରଣ) ଅଧୀନରେ ଉଦ୍ୟୋଗୀମାନଙ୍କୁ ୩୪ ୧୭.୦୨ କୋଟି ଟଙ୍କା ଋଣ ପ୍ରଦାନ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ସୁଦ୍ଧା ସେଥିରୁ ୩୫୦୮.୬୯ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି । ତନ୍ମଧ୍ୟରୁ ୩୧୦୭.୮୨ କୋଟି ଟଙ୍କା ଉଦ୍ୟୋଗୀମାନଙ୍କୁ ପ୍ରଦାନ କରାଯାଇସାରିଛି। ପୂର୍ବରୁ ଏତେ ପରିମାଣରେ ରଣ ପ୍ରଦାନ କେବେ କରାଯାଇ ପାରି ନ ଥିଲା । ପିଏମ୍ଇଜିପି ଯୋଜନା ଅଧୀନରେ ସର୍ବମୋଟ ୪୩୫୮ଟି ଉଦ୍ୟୋଗ ମଧ୍ୟରୁ ୩୬୯୪ଟି ଉଦ୍ୟୋଗକୁ ପ୍ରାୟ ୧୧୫ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ସେହିପରି ପିଏମ୍ଏଫ୍ଏମ୍ଇ ଅଧୀନରେ ୨୦୨୦ – ୨୧ ଆର୍ଥିକବର୍ଷ ପାଇଁ ୨୮୧୪ ଜଣ ସ୍ଵୟଂ ସହାୟିକା ଗୋଷ୍ଠୀ(ଏସଏଚ୍‌ଜି)ର ସଦସ୍ୟଙ୍କୁ ୪୦ ହଜାର ଟଙ୍କା ହିସାବରେ ସିଡ୍‌ମନି ଭାବେ ପ୍ରାୟ ୭୭୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଆହୁରି ପଢ଼ନ୍ତୁ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଏହାଛଡ଼ା ୨୧ଟି ଏସ୍‌ଏଚ୍‌ଏଜିକୁ ମୋଟ ୫୩.୯୬ ଲକ୍ଷ ଟଙ୍କାର ସବ୍‌ସିଡି ବାବଦ ରିଆତି ଅର୍ଥ ପ୍ରଦାନ କରାଯାଇଛି। ୩ଟି ଏଫ୍‌ପିଓକୁ ରିଆତି ଅର୍ଥ ପ୍ରଦାନ ନିମନ୍ତେ ପ୍ରସ୍ତାବ ମଞ୍ଜୁରୀ ସକାଶେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିବା ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ କୁହାଯାଇଛି।
ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡାଠାରେ ମଧ୍ୟ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ରଖି ସାଧାରଣ ଇକ୍ୟୁବେସନ୍ କେନ୍ଦ୍ର ସ୍ଥାପନ ସକାଶେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)କୁ ୧୬୩ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ଉପଯୁକ୍ତ ପ୍ୟାକେଜିଂର ବିକାଶ ଓ ଓଡ଼ିଶାର ଉତ୍ପାଦିତ ଖାଦ୍ୟ ସାମଗ୍ରୀର ବ୍ରାଣ୍ଡ୍‌ ସୃଷ୍ଟି କରିବାକୁ ଓରମାସ୍‌କୁ ୮.୫୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି।

ତାଛଡ଼ା ଅତିବେଶୀରେ ୧୦ ଲକ୍ଷ ଟଙ୍କା ରିଆତି ପ୍ରାବଧାନ ସହ ବ୍ୟକ୍ତିଗତ ଅଣୁ ଉଦ୍ୟୋଗଗୁଡ଼ିକୁ ରଣ ମଞ୍ଜୁର କରିବା ଓ ୫୦ ପ୍ରତିଶତ ରିଆତି ଦେବା ନିମନ୍ତେ ୩୮୩ଟି ଆବେଦନକୁ ବିଭିନ୍ନ ବ୍ୟାଙ୍କକୁ ପଠାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ୨୮୯ କୋଟି ଟଙ୍କା କେଭି ସହାୟତା ପ୍ୟାକେଜ୍‌ର ଆକର୍ଷଣୀୟ ରିହାତି ବ୍ୟବସ୍ଥା ଯୋଗୁଁ ଋଣ ଯୋଗାଣରେ ଏହି ରେକର୍ଡ ସୃଷ୍ଟି ହୋଇପାରିଛି । କୋଭିଡ୍‌ ମହାମାରୀ ସମୟରେ ଏହି ସଫଳତା କ୍ଷେତ୍ର କର୍ମଚାରୀ ଓ ସର୍ବୋପରି ବ୍ୟାଙ୍କଗୁଡ଼ିକର ସହଯୋଗ ପାଇଁ ସମ୍ଭବ ହୋଇପାରିଥିବା ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ପୁଅର ଟାଙ୍ଗିଆ ଚୋଟରେ ବାପା ଗୁରୁତର, ଛଡ଼ାଇବାକୁ ଆସି ଯୁବକ ଆହତ

03 Apr 2021 By The Sakala

ଏମ୍ଏସ୍ଏମ୍ଇକୁ ଋଣ ପ୍ରଦାନରେ ଉଲ୍ଲେଖନୀୟ ସଫଳତା : ଉଦ୍ୟୋଗୀଙ୍କୁ ମିଳିଛି ୩୪୧୭ କୋଟି କୋଭିଡ୍‌ ଋଣ

ଭୁବନେଶ୍ବର :  ରାଜ୍ୟର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଚଳଚଞ୍ଚଳ କରିବାକୁ ନିଆଯାଇଥିବା ପଦକ୍ଷେପ ସ୍ଵରୂପ ଉଦ୍ୟୋଗଗୁଡ଼ିକୁ ଋଣ ପ୍ରଦାନରେ ରାଜ୍ୟ ସରକାର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଇସିଏଲ୍‌ଜିଏସ୍ (କୋଭିଡ଼ ରଣ) ଅଧୀନରେ ଉଦ୍ୟୋଗୀମାନଙ୍କୁ ୩୪ ୧୭.୦୨ କୋଟି ଟଙ୍କା ଋଣ ପ୍ରଦାନ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ସୁଦ୍ଧା ସେଥିରୁ ୩୫୦୮.୬୯ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି । ତନ୍ମଧ୍ୟରୁ ୩୧୦୭.୮୨ କୋଟି ଟଙ୍କା ଉଦ୍ୟୋଗୀମାନଙ୍କୁ ପ୍ରଦାନ କରାଯାଇସାରିଛି। ପୂର୍ବରୁ ଏତେ ପରିମାଣରେ ରଣ ପ୍ରଦାନ କେବେ କରାଯାଇ ପାରି ନ ଥିଲା । ପିଏମ୍ଇଜିପି ଯୋଜନା ଅଧୀନରେ ସର୍ବମୋଟ ୪୩୫୮ଟି ଉଦ୍ୟୋଗ ମଧ୍ୟରୁ ୩୬୯୪ଟି ଉଦ୍ୟୋଗକୁ ପ୍ରାୟ ୧୧୫ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ସେହିପରି ପିଏମ୍ଏଫ୍ଏମ୍ଇ ଅଧୀନରେ ୨୦୨୦ – ୨୧ ଆର୍ଥିକବର୍ଷ ପାଇଁ ୨୮୧୪ ଜଣ ସ୍ଵୟଂ ସହାୟିକା ଗୋଷ୍ଠୀ(ଏସଏଚ୍‌ଜି)ର ସଦସ୍ୟଙ୍କୁ ୪୦ ହଜାର ଟଙ୍କା ହିସାବରେ ସିଡ୍‌ମନି ଭାବେ ପ୍ରାୟ ୭୭୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଏହାଛଡ଼ା ୨୧ଟି ଏସ୍‌ଏଚ୍‌ଏଜିକୁ ମୋଟ ୫୩.୯୬ ଲକ୍ଷ ଟଙ୍କାର ସବ୍‌ସିଡି ବାବଦ ରିଆତି ଅର୍ଥ ପ୍ରଦାନ କରାଯାଇଛି। ୩ଟି ଏଫ୍‌ପିଓକୁ ରିଆତି ଅର୍ଥ ପ୍ରଦାନ ନିମନ୍ତେ ପ୍ରସ୍ତାବ ମଞ୍ଜୁରୀ ସକାଶେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିବା ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ କୁହାଯାଇଛି।
ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡାଠାରେ ମଧ୍ୟ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ରଖି ସାଧାରଣ ଇକ୍ୟୁବେସନ୍ କେନ୍ଦ୍ର ସ୍ଥାପନ ସକାଶେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)କୁ ୧୬୩ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ଉପଯୁକ୍ତ ପ୍ୟାକେଜିଂର ବିକାଶ ଓ ଓଡ଼ିଶାର ଉତ୍ପାଦିତ ଖାଦ୍ୟ ସାମଗ୍ରୀର ବ୍ରାଣ୍ଡ୍‌ ସୃଷ୍ଟି କରିବାକୁ ଓରମାସ୍‌କୁ ୮.୫୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି।

ତାଛଡ଼ା ଅତିବେଶୀରେ ୧୦ ଲକ୍ଷ ଟଙ୍କା ରିଆତି ପ୍ରାବଧାନ ସହ ବ୍ୟକ୍ତିଗତ ଅଣୁ ଉଦ୍ୟୋଗଗୁଡ଼ିକୁ ରଣ ମଞ୍ଜୁର କରିବା ଓ ୫୦ ପ୍ରତିଶତ ରିଆତି ଦେବା ନିମନ୍ତେ ୩୮୩ଟି ଆବେଦନକୁ ବିଭିନ୍ନ ବ୍ୟାଙ୍କକୁ ପଠାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ୨୮୯ କୋଟି ଟଙ୍କା କେଭି ସହାୟତା ପ୍ୟାକେଜ୍‌ର ଆକର୍ଷଣୀୟ ରିହାତି ବ୍ୟବସ୍ଥା ଯୋଗୁଁ ଋଣ ଯୋଗାଣରେ ଏହି ରେକର୍ଡ ସୃଷ୍ଟି ହୋଇପାରିଛି । କୋଭିଡ୍‌ ମହାମାରୀ ସମୟରେ ଏହି ସଫଳତା କ୍ଷେତ୍ର କର୍ମଚାରୀ ଓ ସର୍ବୋପରି ବ୍ୟାଙ୍କଗୁଡ଼ିକର ସହଯୋଗ ପାଇଁ ସମ୍ଭବ ହୋଇପାରିଥିବା ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର