ଅନ୍‍ଲାଇନରେ ଚାଲୁଛି ସେକ୍ସ ରାକେଟ୍‍ : ହ୍ୱାଟ୍ସଆପରେ ମିଳୁଛି ଫଟୋ ଓ ଠିକଣା

The Sakala Picture
Published On

ଭୁବନେଶ୍ୱର : ପୂଜା ମାହୋଲରେ ରାଜଧାନୀରେ ସକ୍ରିୟ ରୂପଜୀବୀ। ଏବେ ଠାରୁ ସହରରେ ରୂପଜୀବୀ ଡେରା ପକାଇଲେଣି। ଦଲାଲମାନେ ବଙ୍ଗୀୟ ରୂପଜୀବୀଙ୍କୁ ଆଣି ଏଠାରେ ଅନୈତିକ କାର୍ଯ୍ୟକଳାପରେ ଲଗାଉଛନ୍ତି। କରୋନା ମହାମାରୀରେ କଟକଣା ଲାଗି ୨ ବର୍ଷ ହେବ ପାର୍ବଣ ଫିକା ପଡ଼ିଥିବା ବେଳେ ଏଥର ମହାଆଡ଼ମ୍ବରେ କରିବା ଲାଗି ପାଗ ଭିଡ଼ା ହେଲାଣି। ଏଣୁ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ଲୋକେ ଆସିବେ। ଏହାକୁ ଦୃଷ୍ଟିରେ ରଖି ରୂପଜୀବୀମାନେ ଏବେଠାରୁ ଭୁବନେଶ୍ୱରରେ ଡେରା ପକାଇଲେଣି। […]

ଭୁବନେଶ୍ୱର : ପୂଜା ମାହୋଲରେ ରାଜଧାନୀରେ ସକ୍ରିୟ ରୂପଜୀବୀ। ଏବେ ଠାରୁ ସହରରେ ରୂପଜୀବୀ ଡେରା ପକାଇଲେଣି। ଦଲାଲମାନେ ବଙ୍ଗୀୟ ରୂପଜୀବୀଙ୍କୁ ଆଣି ଏଠାରେ ଅନୈତିକ କାର୍ଯ୍ୟକଳାପରେ ଲଗାଉଛନ୍ତି। କରୋନା ମହାମାରୀରେ କଟକଣା ଲାଗି ୨ ବର୍ଷ ହେବ ପାର୍ବଣ ଫିକା ପଡ଼ିଥିବା ବେଳେ ଏଥର ମହାଆଡ଼ମ୍ବରେ କରିବା ଲାଗି ପାଗ ଭିଡ଼ା ହେଲାଣି। ଏଣୁ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ଲୋକେ ଆସିବେ। ଏହାକୁ ଦୃଷ୍ଟିରେ ରଖି ରୂପଜୀବୀମାନେ ଏବେଠାରୁ ଭୁବନେଶ୍ୱରରେ ଡେରା ପକାଇଲେଣି। ଦଲାଲମାନେ କୋଲକାତାରୁ ଯୁବତୀଙ୍କୁ ଆଣି ଭୁବନେଶ୍ୱର ଅଞ୍ଚଳର କିଛି ଭଡ଼ା ଘର କିମ୍ବା ହୋଟେଲରେ ରଖିଛନ୍ତି। ସହରର କିଛି ହୋଟେଲ୍‍ଗୁଡ଼ିକରେ ଅନୈତିକ କାରବାର ଚାଲୁଥିବା ଅଭିଯୋଗ ହୋଇଛି। ହୋଟେଲରେ ରହୁଥିବା ସମସ୍ତ ଗ୍ରାହକଙ୍କ ପରିଚୟପତ୍ର ସହ କିଛି ନିର୍ଦ୍ଦିଷ୍ଟ ଗାଇଡ୍‍ଲାଇନ୍‍ ରହିଛି। ମାତ୍ର ହୋଟେଲ୍‍ କର୍ମଚାରୀ କିଛି ହାତଗୁଞ୍ଜା ନେଇ ଜଣେ ବୁକ୍‍ କରିଥିବା ବେଳେ ସେଥିରେ ଏକାଧିକ ବ୍ୟକ୍ତି ପହଞ୍ଚି ଅନୈତିକ କାରବାର କରୁଛନ୍ତି। ସେହିପରି ସହରରେ କମିସନରେଟ ପୁଲିସର ଚଢ଼ଉ ଭୟରେ ଉପକଣ୍ଠବର୍ତ୍ତୀ ଅଞ୍ଚଳରେ ଥିବା ଭଡ଼ାଘରେ ଚଲାଇଛନ୍ତି ଦେହ କାରବାର।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ସେପଟେ ଅନ୍‍ଲାଇନରେ ଏବେ ଅନୈତିକ କାରବାର ବା ସେକ୍ସ ରାକେଟ୍‍ ଚାଲୁଛି। ଅନ୍‍ଲାଇନ୍‍କୁ ଆଧାର କରି ରୂପଜୀବୀ ଗ୍ରାହକ ଯୋଗାଡ଼ କରୁଛନ୍ତି। ଦଲାଲଙ୍କ ନମ୍ବର ମଧ୍ୟ ୱେବ୍‌ସାଇଟରେ ରହିଛି। ଦଲାଲ ସହ ଗ୍ରାହକ ଯୋଗାଯୋଗ କରିବା ପରେ ହ୍ୱାଟ୍ସଆପ୍‍ରେ ଫଟୋ ଆସିଯାଉଛି। ଗ୍ରାହକ ରୂପଜୀବୀକୁ ପସନ୍ଦ କରିବା ପରେ ଦାମ୍‍ର ମୂଲଚାଲ୍‍ ହେଉଛି। ଦାମ୍‍ ଠିକ୍‍ ହେବାପରେ ଜାଗା ଓ ସମୟ ଚୂଡ଼ାନ୍ତ ହେବା ସହ ନିର୍ଦ୍ଧାରିତ ସ୍ଥାନରେ ଦଲାଲଙ୍କ ମାଧ୍ୟମରେ ରୂପଜୀବୀ ପହଞ୍ଚି ଯାଉଛନ୍ତି। ରାଜ୍ୟ ବାହାରୁ ସେକ୍ସ ରାକେଟ୍‍ର ବାଦଶାହା କୁହାଯାଉଥିବା ସୁନୀଲ ମେହେର କଣ୍ଟ୍ରୋଲ୍‍ କରୁଥିବା କୁହାଯାଉଛି। ତା’ର କିଛି ଅନୁଗାମୀ ସହାୟତାରେ ଅନ୍‍ଲାଇନ୍‍ ଓ ହ୍ୱାଟ୍ସଆପରେ ଅପରେଟ୍‍ କରୁଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ସୁନୀଲ କୋଲକାତା କିମ୍ବା ଉତ୍ତରପୂର୍ବ ଦିଲ୍ଲୀରେ ରହୁଛି। କିଛି ମହିଳା ସହଯୋଗୀ ରାଜଧାନୀରେ ସେକ୍ସ ରାକେଟ୍‍ ବୁଝୁଥିବା ସୂଚନା ମିଳିଛି। ଅନ୍‍ଲାଇନରେ ଏହି କାରବାର ଚାଲୁଥିବାରୁ ପୁଲିସ କିମ୍ବା ଅନ୍ୟ ତଦନ୍ତକାରୀ ସଂସ୍ଥା ଏହି ରାକେଟ୍‌ ବିଷୟରେ ତଥ୍ୟ ପାଇପାରୁ ନାହିଁ। ଅନ୍ୟପକ୍ଷରେ ପୂଜାରେ ପୁଲିସ ସ୍ୱତନ୍ତ୍ର ଧରପଗଡ଼ କରିବବ ବୋଲି କମିସନରେଟ୍‍ ପୁଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ସହରରେ ବଙ୍ଗୀୟ ତରୁଣୀ

କୋଲକାତାରୁ ଦଲାଲ ଯୁବତୀଙ୍କୁ ଆଣି ସହରରେ ଅନୈତିକ କାର୍ଯ୍ୟକଳାପରେ ଲଗାଉଛନ୍ତି। କିଛିଦିନ ତଳେ ଭରତପୁର ଥାନା ପୁଲିସ ଏକ ହୋଟେଲରେ ଚଢ଼ଉକରି ୮ ବଙ୍ଗୀୟ ଯୁବତୀଙ୍କୁ ଠାବ କରିବା ସହ ଲକ୍ଷ୍ମୀସାଗର ଥାନା ପୁଲିସ ମଧ୍ୟ ଅନ୍ୟ ଦୁଇ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସେଭଳି ଲକ୍ଷ୍ମୀସାଗର ଅଞ୍ଚଳର ଏକ ହୋଟେଲରେ ହାଇପ୍ରୋଫାଇଲ ଜୁଆଆଡ୍ଡା ଠାବ କରିବା ସହ ଦୁଇ ନେପାଳୀ ଯୁବତୀଙ୍କୁ ଠାବ କରାଯାଇଥିଲା। ବାଂଲାଦେଶୀ ଓ କୋଲକାତାରୁ ଡ୍ୟାନ୍ସ ବାର୍‍ରେ କାମ କରିବାକୁ କହି ଆଣିଥିବା ଯୁବତୀଙ୍କୁ ଦଲାଲମାନେ ଅନୈତିକ କାର୍ଯ୍ୟକଳାପରେ ଲଗାଯାଉଥିବା କୁହାଯାଉଛି।

ପୂର୍ବରୁ ଧରାପଡ଼ିଥିବା ବାଂଲାଦେଶୀମାନେ ମଧ୍ୟ ସମାନ୍‍ ଅଭିଯୋଗ ପୁଲିସ ଆଗରେ କହିଥିଲେ। ସେମାନଙ୍କୁ ଡ୍ୟାନ୍ସ ବାର୍‍ରେ କାମ କରିବା ସହ ମାସକୁ ୩୦ହଜାର ଟଙ୍କାର ପ୍ରଲୋଭନ ଦେଖାଇ ଦଲାଲ୍‍ ଓଡ଼ଶା ଆଣି ସେକ୍ସ ରାକେଟରେ ଲଗାଉଥିଲେ ବୋଲି ସେମାନେ ଅଭିଯୋଗ କରିଥିଲେ। ସେହିପରି ହୋଟେଲଗୁଡ଼ିକ ଉପରେ ପୁଲିସ କଡ଼ା ନଜର ରଖିଥିବାରୁ ଦେହ ଦଲାଲମାନେ ନୂଆ ତରିକା ଆପଣାଇଛନ୍ତି। ଆଗରୁ ରାଜଧାନୀରେ ଥାଇଲାଣ୍ଡ ଯୁବତୀ ଦେହ କାରବାର କରୁଥିଲେ। କମିସନରେଟ ପୁଲିସ ଚଢ଼ଉ କରି କେବଳ ଥାଇଲାଣ୍ଡ୍‍ ଓ ଋଷିଆ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏପରି ୧୦ ଥାଇଲାଣ୍ଡ୍‍ ଓ ଋଷିଆ ଯୁବତୀଙ୍କୁ ଉଦ୍ଧାର କରି ସୁଧାରଗୃହରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ୮ଜଣଙ୍କୁ ଏକ ବିମାନଯୋଗେ ନିଜ ଦେଶକୁ ଫେରାଇ ଦିଆଯାଇଥିଲା।

ଦବ୍‍ଦବା ଦେଖାଇଲେଣି ଖସିଯାଇଥିବା ବାଂଲାଦେଶୀ

୨୦୨୦ ଜାନୁଆରୀ ୨୧ରେ ପୁରୁଣା ଭୁବନେଶ୍ୱର ଓ ପିପିଲି ଅଞ୍ଚଳରେ ସ୍ପେଶାଲ ଟାସ୍କଫୋର୍ସ (ଏସ୍‍ଟିଏଫ୍‍) ଚଢ଼ଉକରି ରାଣୀ ମହୁମାଛି ଅଞ୍ଜଳି ଦିଦି ଓ ତାଙ୍କ ସ୍ୱାମୀ ଆବ୍ରାହିମକୁ ଗିରଫ କରାଯାଇଥିଲା। ପୁରୁଣା ଭୁବନେଶ୍ୱରରେ ଏକ ଭଡ଼ାଘରେ ଚଢ଼ଉ କରି ୬ଜଣ ବାଂଲାଦେଶୀ ରୂପଜୀବୀଙ୍କୁ ଗିରଫ କରାଯାଇଥିଲା। ଦମ୍ପତିକୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିବା ବେଳେ ୬ଜଣ ବାଂଲାଦେଶର ରୂପଜୀବୀଙ୍କ ଯାଁଳାରେ ଥିବା ଏକ ସୁଧାରଗୃହକୁ ପଠାଇ ଦିଆଯାଇଥିଲା। ସେଠାରେ ଦେଢ଼ ବର୍ଷ ରହିବା ପରେ ଗ୍ରିଲ ତାଡ଼ି ଖସିଯାଇଥିଲେ।

ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ପୁଲିସ ସେମାନଙ୍କୁ ଠାବ କରିପାରି ନ ଥିଲା। ପରେ ସେମାନେ ରାଜଧାନୀରେ ଆତ୍ମଗୋପନ କରିବା ସହ ଦଲାଲଙ୍କ ଜରିଆରେ ଅନୈତିକ କାର୍ଯ୍ୟକଳାପରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଅଧିକ ବାଂଲାଦେଶୀ ଓ ନେପାଳୀ ଯୁବତୀ ଲିପ୍ତ ରହୁଛନ୍ତି। ସେମାନେ ଓଡ଼ିଶାକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଉ ନ ଥିବାରୁ ଏଠାରେ ସୁରକ୍ଷିତ ଭାବେ ରହୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର