ଖୋର୍ଦ୍ଧା ବିକାଶ ନଗରରେ ସେକ୍ସ ରାକେଟ ଠାବ; କିଙ୍ଗପିନ୍ ସମେତ ୪ ଦେହଜୀବୀ, ୩ ଜଣ ଗ୍ରାହକ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ବିକାଶ ନଗରରେ ସେକ୍ସ ରାକେଟ ଠାବ । ରାଣୀ ମହୁମାଛି ସମେତ ୪ଦେହଜୀବୀ ଓ ୩ ପୁରୁଷ ଗ୍ରାହକ ଗିରଫ । ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ । ବିଶେଷ ସୂତ୍ରରୁ ଖବରପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଓ ସ୍ପେସାଲ ସ୍କ୍ୱାର୍ଡ ଟିମ୍ ଚଢ଼ଉ କରିଥିଲା । ଚଢ଼ଉ ବେଳେ କିଙ୍ଗପିନ୍ ସମେତ ୪ ଦେହଜୀବୀ, ୩ ଜଣ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ଗତ କିଛିଦିନ ଧରି ଏହି ଅଞ୍ଚଳରେ ଥିବା ଏକ ଭଡ଼ାଘରେ ସେକ୍ସ ସ୍କାଣ୍ଡାଲ ଚାଲିଥିଲା ବୋଲି ପୋଲିସ ଖବର ପାଇଥିଲା ।





