ସାମ୍ବାଦିକ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନର ମୁଖ୍ୟ ନାୟକ ସାଜିଥିଲେ ମାନସ ମଙ୍ଗରାଜ

The Sakala Picture
Published On

ଭୁବନେଶ୍ବର: ଶକ୍ତ କଲମକୁ ଅସ୍ତ୍ର କରି ଆରମ୍ଭ କରିଥିଲେ ଖବର ଲେଖା । ଦୈନଦିନ ଲୋକଙ୍କ ଖବରକୁ ଲୋକଲୋଚନକୁ ଆଣିପାରିଥିଲେ । ସାଧାରଣ ସମସ୍ୟାକୁ ସରକାର ନିକଟରେ ପହଁଚାଉଥିଲେ । ସାମ୍ବାଦିକତାର ଅସ୍ତ୍ରରେ ସାଧାରଣ ଲୋକର ସମସ୍ୟାକୁ ଦୂର କରିବାକୁ ସେ କରିଥିଲେ ପଣ । ଅତି ନିକଟରୁ ଖବରକୁ ତୋଳି ଧରିବାରେ ସେ ଥିଲେ ସିଦ୍ଧ ହସ୍ତ। ସାମ୍ବାଦିକ ଭାବେ କାର୍ଯ୍ଯ କରିବା ସମୟରେ ମଧ୍ୟ ଜନତାଙ୍କ ଭିତରେ ପ୍ରିୟ ଭାଜନ ହୋଇପାରିଥିଲେ । ସାମ୍ବାଦିକତାରୁ […]

ଭୁବନେଶ୍ବର: ଶକ୍ତ କଲମକୁ ଅସ୍ତ୍ର କରି ଆରମ୍ଭ କରିଥିଲେ ଖବର ଲେଖା । ଦୈନଦିନ ଲୋକଙ୍କ ଖବରକୁ ଲୋକଲୋଚନକୁ ଆଣିପାରିଥିଲେ । ସାଧାରଣ ସମସ୍ୟାକୁ ସରକାର ନିକଟରେ ପହଁଚାଉଥିଲେ । ସାମ୍ବାଦିକତାର ଅସ୍ତ୍ରରେ ସାଧାରଣ ଲୋକର ସମସ୍ୟାକୁ ଦୂର କରିବାକୁ ସେ କରିଥିଲେ ପଣ । ଅତି ନିକଟରୁ ଖବରକୁ ତୋଳି ଧରିବାରେ ସେ ଥିଲେ ସିଦ୍ଧ ହସ୍ତ। ସାମ୍ବାଦିକ ଭାବେ କାର୍ଯ୍ଯ କରିବା ସମୟରେ ମଧ୍ୟ ଜନତାଙ୍କ ଭିତରେ ପ୍ରିୟ ଭାଜନ ହୋଇପାରିଥିଲେ ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ସାମ୍ବାଦିକତାରୁ ସଫଳ ରାଜନେତା ସାଜିଛନ୍ତି ମାନସ ମଙ୍ଗରାଜ । ସାମ୍ବାଦିକତାରେ ଯେତିକି ଚର୍ଚ୍ଚିତ ଥିଲେ, ରାଜନୀତିରେ ମଧ୍ୟ ସେତିକି ପ୍ରଭାବୀ । ୨୦୧୮ ମସିହାରେ ମାନସ ବିଜୁ ଜନତା ଦଳରେ ଯୋଗ ଦିଅନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ତାଙ୍କୁ ଅନୁପ୍ରାଣିତ କରେ । ରାଜ୍ୟର ବିକାଶ ପ୍ରକ୍ରିୟାରେ ନିମିତ୍ତ ସହଯୋଗ ନିମନ୍ତେ ବିଜେଡିର ସଦସ୍ୟତା ପଦ ଗ୍ରହଣ କରନ୍ତି । ପରବର୍ତ୍ତୀ ସମୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜେଡିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରନ୍ତି ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଦୀର୍ଘଦିନ ଧରି ଦଳରେ ସଚ୍ଚୋଟତାର ସହ କାର୍ଯ୍ଯ କରିଚାଲନ୍ତି ମାନସ । ରାଜନୈତିକ ଜୀବନ ଭିତରେ ସେ ଅନେକ ସଫଳତାର ପାହାଚ ଅତିକ୍ରମ କରିଆସିଛନ୍ତି । ଦଳର ବିଭିନ୍ନ କାର୍ଯ୍ଯକ୍ରମ, ସାଙ୍ଗଠନିକ ପକ୍ରିୟା, ନିର୍ବାଚନ ପକ୍ରିୟା ଆଦିରେ କାର୍ଯ୍ଯକରି ପ୍ରଶଂସା ସାଉଁଟନ୍ତି । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ପାଣ୍ଠି ଠାରୁ ଆରମ୍ଭ କରି ରାଜ୍ୟରେ ବର୍ଷ ବର୍ଷ ଧରି ଖବର କାଗଜ ଯୋଗାଉଥିବା ହକରଙ୍କୁ ସମ୍ମାନର ସହ ବଞ୍ଚିବା ନିମନ୍ତେ ଜୀବନ ବୀମା ଏବଂ ଆର୍ଥିକ ସହାୟତା ପ୍ରଦାନ କରିବାରେ ସେ ସାଜିଥିଲେ ମୁଖ୍ୟ ନାୟକ । ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ସବୁ ସମୟରେ ସବୁ ବର୍ଗଙ୍କ ଲାଗି ପ୍ରତିନିଧିତ୍ବ କରିଆସିଛନ୍ତି ମାନସ ମଙ୍ଗରାଜ। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ପୁନଶ୍ଚ ମାନସଙ୍କୁ ପୁରସ୍କାର ସ୍ୱରୂପ ପ୍ରଦାନ କରିଛନ୍ତି ରାଜ୍ୟସଭା ସଦସ୍ୟ ପଦ। ୨୦୨୨ ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳ ସାମ୍ବାଦିକରୁ କ୍ୟାରିୟର ଆରମ୍ଭ କରିଥିବା ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି। ସୁଦକ୍ଷ ନେତୃତ୍ୱ, ଓଡ଼ିଶାର ବିଭିନ୍ନ ସମସ୍ୟା ସହ ଜଡିତ ମାନସ ଆଗାମୀ ଦିନରେ ଉଚ୍ଚ ସଦନରେ ରାଜ୍ୟର ସ୍ୱାର୍ଥ ଜନିତ ଖବରକୁ ଉତଥାପନ କରିବେ । ସାଂସଦ ଭାବେ ନିର୍ବାଚିତ ହୋଇ ଓଡିଶାର ସମସ୍ୟାକୁ ଉପସ୍ଥାପନ କରି ହକ ଛଡାଇ ଆଣିବାରେ ମାଧ୍ୟମ ସାଜିବେ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ମାନସଙ୍କ ଉପରେ କରିଛନ୍ତି ଆସ୍ଥା ପ୍ରକଟ।

29 May 2022 By The Sakala

ସାମ୍ବାଦିକ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନର ମୁଖ୍ୟ ନାୟକ ସାଜିଥିଲେ ମାନସ ମଙ୍ଗରାଜ

ଭୁବନେଶ୍ବର: ଶକ୍ତ କଲମକୁ ଅସ୍ତ୍ର କରି ଆରମ୍ଭ କରିଥିଲେ ଖବର ଲେଖା । ଦୈନଦିନ ଲୋକଙ୍କ ଖବରକୁ ଲୋକଲୋଚନକୁ ଆଣିପାରିଥିଲେ । ସାଧାରଣ ସମସ୍ୟାକୁ ସରକାର ନିକଟରେ ପହଁଚାଉଥିଲେ । ସାମ୍ବାଦିକତାର ଅସ୍ତ୍ରରେ ସାଧାରଣ ଲୋକର ସମସ୍ୟାକୁ ଦୂର କରିବାକୁ ସେ କରିଥିଲେ ପଣ । ଅତି ନିକଟରୁ ଖବରକୁ ତୋଳି ଧରିବାରେ ସେ ଥିଲେ ସିଦ୍ଧ ହସ୍ତ। ସାମ୍ବାଦିକ ଭାବେ କାର୍ଯ୍ଯ କରିବା ସମୟରେ ମଧ୍ୟ ଜନତାଙ୍କ ଭିତରେ ପ୍ରିୟ ଭାଜନ ହୋଇପାରିଥିଲେ ।

ସାମ୍ବାଦିକତାରୁ ସଫଳ ରାଜନେତା ସାଜିଛନ୍ତି ମାନସ ମଙ୍ଗରାଜ । ସାମ୍ବାଦିକତାରେ ଯେତିକି ଚର୍ଚ୍ଚିତ ଥିଲେ, ରାଜନୀତିରେ ମଧ୍ୟ ସେତିକି ପ୍ରଭାବୀ । ୨୦୧୮ ମସିହାରେ ମାନସ ବିଜୁ ଜନତା ଦଳରେ ଯୋଗ ଦିଅନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ତାଙ୍କୁ ଅନୁପ୍ରାଣିତ କରେ । ରାଜ୍ୟର ବିକାଶ ପ୍ରକ୍ରିୟାରେ ନିମିତ୍ତ ସହଯୋଗ ନିମନ୍ତେ ବିଜେଡିର ସଦସ୍ୟତା ପଦ ଗ୍ରହଣ କରନ୍ତି । ପରବର୍ତ୍ତୀ ସମୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜେଡିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରନ୍ତି ।

ଦୀର୍ଘଦିନ ଧରି ଦଳରେ ସଚ୍ଚୋଟତାର ସହ କାର୍ଯ୍ଯ କରିଚାଲନ୍ତି ମାନସ । ରାଜନୈତିକ ଜୀବନ ଭିତରେ ସେ ଅନେକ ସଫଳତାର ପାହାଚ ଅତିକ୍ରମ କରିଆସିଛନ୍ତି । ଦଳର ବିଭିନ୍ନ କାର୍ଯ୍ଯକ୍ରମ, ସାଙ୍ଗଠନିକ ପକ୍ରିୟା, ନିର୍ବାଚନ ପକ୍ରିୟା ଆଦିରେ କାର୍ଯ୍ଯକରି ପ୍ରଶଂସା ସାଉଁଟନ୍ତି । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ପାଣ୍ଠି ଠାରୁ ଆରମ୍ଭ କରି ରାଜ୍ୟରେ ବର୍ଷ ବର୍ଷ ଧରି ଖବର କାଗଜ ଯୋଗାଉଥିବା ହକରଙ୍କୁ ସମ୍ମାନର ସହ ବଞ୍ଚିବା ନିମନ୍ତେ ଜୀବନ ବୀମା ଏବଂ ଆର୍ଥିକ ସହାୟତା ପ୍ରଦାନ କରିବାରେ ସେ ସାଜିଥିଲେ ମୁଖ୍ୟ ନାୟକ । ।

ସବୁ ସମୟରେ ସବୁ ବର୍ଗଙ୍କ ଲାଗି ପ୍ରତିନିଧିତ୍ବ କରିଆସିଛନ୍ତି ମାନସ ମଙ୍ଗରାଜ। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ପୁନଶ୍ଚ ମାନସଙ୍କୁ ପୁରସ୍କାର ସ୍ୱରୂପ ପ୍ରଦାନ କରିଛନ୍ତି ରାଜ୍ୟସଭା ସଦସ୍ୟ ପଦ। ୨୦୨୨ ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳ ସାମ୍ବାଦିକରୁ କ୍ୟାରିୟର ଆରମ୍ଭ କରିଥିବା ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି। ସୁଦକ୍ଷ ନେତୃତ୍ୱ, ଓଡ଼ିଶାର ବିଭିନ୍ନ ସମସ୍ୟା ସହ ଜଡିତ ମାନସ ଆଗାମୀ ଦିନରେ ଉଚ୍ଚ ସଦନରେ ରାଜ୍ୟର ସ୍ୱାର୍ଥ ଜନିତ ଖବରକୁ ଉତଥାପନ କରିବେ । ସାଂସଦ ଭାବେ ନିର୍ବାଚିତ ହୋଇ ଓଡିଶାର ସମସ୍ୟାକୁ ଉପସ୍ଥାପନ କରି ହକ ଛଡାଇ ଆଣିବାରେ ମାଧ୍ୟମ ସାଜିବେ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ମାନସଙ୍କ ଉପରେ କରିଛନ୍ତି ଆସ୍ଥା ପ୍ରକଟ।

https://www.thesakala.in/latest-odisha-news/revolutionary-change-in-the-field-of-journalism-by-manas-mangaraj/article-12008
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର