ରାୟଗଡ଼ାରେ ଅମାନବୀୟତା: ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର

Tapas Ranjan Nanda Picture
Published On

ରାୟଗଡ଼ା ସହରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ନବଜାତ ଶିଶୁ ପୁତ୍ରକୁ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିବା ବେଳେ ସେଠାରୁ ତା’ର ମୃତଦେହ ଉଦ୍ଧାର କରାଯାଇଛି। ସହରର ଗୋଦାବରୀଶ ନଗର ଅଞ୍ଚଳରେ ଏହି ଅମାନବୀୟ ଘଟଣା ଘଟିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଆଜି ସକାଳୁ ଗୋଦାବରୀଶ ନଗର ଅଞ୍ଚଳର କିଛି ସ୍ଥାନୀୟ ଲୋକେ ରାସ୍ତା କଡ଼ରେ ଏକ ନବଜାତ ଶିଶୁ ପଡିଥିବାର ଦେଖିବାକୁ ପାଇଥିଲେ। ନିକଟକୁ ଯାଇ ଦେଖିବା ପରେ ଶିଶୁଟିର ମୃତ୍ୟୁ ହୋଇସାରିଥିବା ଜଣାପଡିଥିଲା। ଜନ୍ମକଲା ମାଆ ଶିଶୁଟିକୁ ଅଲୋଡ଼ା ଭାବି ଏପରି ଭାବେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଲୋକେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। 

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ନବଜାତ ଶିଶୁର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶିଶୁଟି ମୃତ ଅବସ୍ଥାରେ ଜନ୍ମ ହୋଇଥିଲା ନା ଜନ୍ମ ପରେ ତାକୁ ହତ୍ୟା କରାଯାଇଛି, ସେ ନେଇ ତଦନ୍ତ ଜାରି ରହିଛି। ଶିଶୁଟିକୁ କିଏ ଏବଂ କେଉଁ ପରିସ୍ଥିତିରେ ଏଠାରେ ଫିଙ୍ଗିଦେଇ ଗଲା, ସେ ନେଇ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

20 Feb 2026 By Tapas Ranjan Nanda

ରାୟଗଡ଼ାରେ ଅମାନବୀୟତା: ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର

ରାୟଗଡ଼ା ସହରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ନବଜାତ ଶିଶୁ ପୁତ୍ରକୁ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିବା ବେଳେ ସେଠାରୁ ତା’ର ମୃତଦେହ ଉଦ୍ଧାର କରାଯାଇଛି। ସହରର ଗୋଦାବରୀଶ ନଗର ଅଞ୍ଚଳରେ ଏହି ଅମାନବୀୟ ଘଟଣା ଘଟିଥିବା ଜଣାପଡିଛି।

ଆଜି ସକାଳୁ ଗୋଦାବରୀଶ ନଗର ଅଞ୍ଚଳର କିଛି ସ୍ଥାନୀୟ ଲୋକେ ରାସ୍ତା କଡ଼ରେ ଏକ ନବଜାତ ଶିଶୁ ପଡିଥିବାର ଦେଖିବାକୁ ପାଇଥିଲେ। ନିକଟକୁ ଯାଇ ଦେଖିବା ପରେ ଶିଶୁଟିର ମୃତ୍ୟୁ ହୋଇସାରିଥିବା ଜଣାପଡିଥିଲା। ଜନ୍ମକଲା ମାଆ ଶିଶୁଟିକୁ ଅଲୋଡ଼ା ଭାବି ଏପରି ଭାବେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଲୋକେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। 

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ନବଜାତ ଶିଶୁର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶିଶୁଟି ମୃତ ଅବସ୍ଥାରେ ଜନ୍ମ ହୋଇଥିଲା ନା ଜନ୍ମ ପରେ ତାକୁ ହତ୍ୟା କରାଯାଇଛି, ସେ ନେଇ ତଦନ୍ତ ଜାରି ରହିଛି। ଶିଶୁଟିକୁ କିଏ ଏବଂ କେଉଁ ପରିସ୍ଥିତିରେ ଏଠାରେ ଫିଙ୍ଗିଦେଇ ଗଲା, ସେ ନେଇ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି।

https://www.thesakala.in/latest-odisha-news/rayagada/rayagada-newborn-baby-found-dead-roadside/article-44843
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର