ଘରେ ପଶିଲା ମହାବଳ ବାଘ, ବାହାରୁ ତାଲା ପକାଇ ଆବଦ୍ଧ କଲେ ଗାଁ ଲୋକେ

Madhusudan Das Picture
Published On

ବାରିପଦା: ଘରେ ପଶିଗଲା ମହାବଳ ବାଘ, ବାହାରୁ ତାଲା ପକାଇ ଦେଲେ ଗାଁ ଲୋକେ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଆଶ୍ଚର୍ଯ୍ୟଜନକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ ବାଘ ପଶି ଆସିଥିବା ବେଳେ ଗ୍ରାମବାସୀ ସାହସିକତା ପ୍ରଦର୍ଶନ କରି ତାକୁ ଏକ ଘର ଭିତରେ ବନ୍ଦ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଡିଜେ ନିଷେଧ ସତ୍ତ୍ବେ ରାଜରାସ୍ତାରେ ଶବ୍ଦର ତାଣ୍ଡବ; ହାତ ଟେକି ଦେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ସୂଚନା ଅନୁଯାୟୀ, ବାଘଟି ଜଙ୍ଗଲରୁ ପଳାଇ ଆସି ଗାଁର ଏକ ଘର ଭିତରେ ପଶିଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ନହୋଇ ବୁଦ୍ଧିମତା ଦେଖାଇଥିଲେ ଏବଂ ବାଘଟି ଘର ଭିତରେ ଥିବା ସମୟରେ ତୁରନ୍ତ ବାହାରୁ କବାଟ ବନ୍ଦ କରି ତାଲା ପକାଇ ଦେଇଥିଲେ। ଏହା ଫଳରେ ଏକ ବଡ଼ ଧରଣର ବିପଦ ଟଳିଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ ଟିମ୍ ତୁରନ୍ତ ଖପରାଖାଇ ଗାଁରେ ପହଞ୍ଚିଛି। ବାଘଟିକୁ କିଭଳି କୌଣସି କ୍ଷତି ନପହଞ୍ଚାଇ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ, ସେନେଇ ବନ କର୍ମଚାରୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅନ୍ୟପଟେ ବାଘ ଆସିବା ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଉତ୍ସୁକତା ସହ ଚାପା ଉତ୍ତେଜନା ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ରେଳ ଧାରଣା ପାରି ହେଉଥିବାବେଳେ ଟ୍ରେନରେ ପିଟି ହୋଇ ଦୁଇ ମହିଳା ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର