ପୋଖରୀରେ ଗାଧୋଇବା ହେଲା କାଳ; ପାଣିରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

Madhusudan Das Picture
Published On

ଖୋର୍ଦ୍ଧା/ନିରାକାରପୁର: ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସମୟରେ ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଖରୀ ପାଣିରେ ବୁଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି), ଭାକରସାହିର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସହପାଠୀ ଗୁରୁତର ହୋଇଛନ୍ତି। ମୃତ ଛାତ୍ର ଜଣକ ହେଲେ ବାଲିପାଟଣା ବ୍ଲକ ବାରିଲୋ ଗ୍ରାମର ମନୋଜ କୁମାର ସାହୁଙ୍କ ୧୫ ବର୍ଷୀୟ ଏକମାତ୍ର ପୁଅ ଅର୍ଣ୍ଣବ ସାହୁ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସଷ୍ଟାଣ୍ଡରେ ଅପହରଣ ଆତଙ୍କ ! ଚଳନ୍ତା ଅଟୋରେ ଯୁବତୀଙ୍କ ଚିତ୍କାରକୁ ନେଇ ହଟଚମଟ

ସୂଚନା ଅନୁସାରେ, ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଞ୍ଚାୟତସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେବା ପାଇଁ ଅର୍ଣ୍ଣବ ଅନ୍ୟ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଦୁଇଦିନ ତଳେ ଖୋର୍ଦ୍ଧା ଆସିଥିଲେ। ମଙ୍ଗଳବାର ସକାଳେ ଅର୍ଣ୍ଣବ ଓ ବାଲିଅନ୍ତା ଅଞ୍ଚଳର ଆଉ ଜଣେ ଛାତ୍ର ବିଦ୍ୟାଳୟ ନିକଟସ୍ଥ ଭୋଗପୁର ଗ୍ରାମରେ ଥିବା ଏକ ଗଭୀର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ସମୟରେ ଉଭୟେ ଗଭୀର ପାଣିକୁ ଖସିପଡ଼ି ବୁଡ଼ିଯାଇଥିଲେ। ସ୍ଥାନୀୟ ଗ୍ରାମବାସୀ ଏହା ଦେଖି ତୁରନ୍ତ ଉଭୟଙ୍କୁ ପାଣିରୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଅର୍ଣ୍ଣବଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି। ଏହି ଆକସ୍ମିକ ଦୁର୍ଘଟଣା ପରେ କ୍ରୀଡ଼ା ପ୍ରତିଯୋଗିତାକୁ ତୁରନ୍ତ ସ୍ଥଗିତ ରଖାଯାଇଛି। 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅଁଳା ନବମୀ: ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଅପରପକ୍ଷରେ, ଛାତ୍ରମାନଙ୍କ ସୁରକ୍ଷା ଓ ତଦାରଖ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍କୁଲ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଉପସ୍ଥିତି ସତ୍ତ୍ୱେ ଛାତ୍ରମାନେ କିପରି ବିପଦପୂର୍ଣ୍ଣ ଗଭୀର ପୋଖରୀ ପାଖକୁ ଗଲେ ଏବଂ ଏ ନେଇ କର୍ତ୍ତୃପକ୍ଷ କିପରି ଅବଗତ ହୋଇପାରିଲେ ନାହିଁ, ତାହାକୁ ନେଇ ସ୍ଥାନୀୟ ଲୋକେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିଜର ଏକମାତ୍ର ପୁଅକୁ ହରାଇ ମନୋଜ ସାହୁଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଛାତ୍ରଙ୍କ ସୁରକ୍ଷାରେ ଅବହେଳା କରିଥିବା ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ପୋଲିସ କ୍ୱାର୍ଟର୍ସରୁ ମହିଳା ସବ୍-ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ବଢୁଛି ରହସ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର