କେନ୍ଦ୍ରାପଡ଼ା ଶୁଭଶ୍ରୀ ମୃତ୍ୟୁ ରହସ୍ୟ: ଏଯାଏଁ ମିଳିଲାନି ମୃତଦେହ, ୫ ଜଣଙ୍କୁ ଅଟକ ରଖି ପୋଲିସର ଖୋଳତାଡ଼

Madhusudan Das Picture
Published On

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ରାଜପୁର ଗାଁର ଯୁବତୀ ଶୁଭଶ୍ରୀ ଦାସଙ୍କ ମୃତ୍ୟୁ ରହସ୍ୟ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ତାଙ୍କ ମୃତଦେହ ଉଦ୍ଧାର ହୋଇପାରି ନାହିଁ। ଶବକୁ ଖୋଜିବା ପାଇଁ ପୋଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଅଭିଯାନ ଲଗାତାର ଜାରି ରହିଛି।

ଆହୁରି ପଢ଼ନ୍ତୁ: ଘରୋଇ ଡାକ୍ତରଖାନା ପରିସରରୁ ମହିଳା କର୍ମଚାରୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହଇରାଣ ନେଇ ପରିବାରର ଅଭିଯୋଗ

ଅଭିଯୋଗ ଅନୁଯାୟୀ, ହତ୍ୟାକାରୀମାନେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଶୁଭଶ୍ରୀଙ୍କ ମୃତଦେହରେ ଏକ ଓଜନିଆ ପଥର ବାନ୍ଧି ନଦୀକୁ ଫିଙ୍ଗି ଦେଇଛନ୍ତି। ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଅଟକ ରଖି ଜେରା କରୁଛି। ଏହି ସନ୍ଦିଗ୍ଧମାନଙ୍କ ମଧ୍ୟରେ ଉଭୟ ଶୁଭଶ୍ରୀଙ୍କ ପରିବାର ଲୋକ ଓ ଜଣେ ଡଙ୍ଗା ଚାଳକ ଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବରଗଡ଼ର ପିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

ଶୁଭଶ୍ରୀଙ୍କ ହତ୍ୟା ପଛର ପ୍ରକୃତ ଉଦ୍ଦେଶ୍ୟ କ'ଣ ଏବଂ ତାଙ୍କ ମୃତଦେହ କେଉଁଠାରେ ଅଛି, ତାହା ଖୋଜି ବାହାର କରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଛି। ଇତିମଧ୍ୟରେ, ସୋସିଆଲ ମିଡିଆରେ ଗୋଟିଏ ମୃତଦେହର ଫଟୋ ଘୂରି ବୁଲୁଛି। ତେବେ ସେହି ଭାଇରାଲ ଫଟୋଟି ପ୍ରକୃତରେ ଶୁଭଶ୍ରୀଙ୍କର କି ନୁହେଁ, ସେ ନେଇ ସନ୍ଦେହ ଲାଗି ରହିବା ସହ ପୋଲିସ ପକ୍ଷରୁ ତାହାର ସତ୍ୟାସତ୍ୟ ଯାଞ୍ଚ କରାଯାଉଛି।

ଆହୁରି ପଢ଼ନ୍ତୁ: ଲୋକପ୍ରିୟ ସମ୍ବଲପୁରୀ ଅଭିନେତ୍ରୀ ଜସ୍ମିନ୍ ମାଝୀଙ୍କ ପରଲୋକ, ଏସିଡ୍ ପିଇ ଆତ୍ମହତ୍ୟା ସନ୍ଦେହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର