OSSTET-୨୦୨୬ ପରୀକ୍ଷା ସ୍ଥଗିତ ହୋଇନାହିଁ, ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତାକାଲି ଅନୁଷ୍ଠିତ ହେବ: ବୋର୍ଡ ସଭାପତି

Madhusudan Das Picture
Published On

ଭୁବନେଶ୍ୱର: OSSTET-2026 ସ୍ଥଗିତ ହେବା ନେଇ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଗୁଜବକୁ ଖଣ୍ଡନ କରିଛି ମାଧ୍ୟମିକ ଶିକ୍ଷା ପରିଷଦ (BSE)। ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପରୀକ୍ଷା ସ୍ଥଗିତ ହୋଇନାହିଁ ଏବଂ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୩୦ ତାରିଖରେ ହିଁ ଏହା ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ପୁରୀରେ ହେବ ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ, ୨୦୨୮ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ଟାର୍ଗେଟ

ଏକ ଭିଡିଓ ବାର୍ତ୍ତା ଜରିଆରେ ବିଏସ୍ଇ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ଯେ, ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ବୋର୍ଡ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସେ କହିଛନ୍ତି, "ପୂର୍ବରୁ ସ୍ଥିର ହୋଇଥିବା ସୂଚୀ ଅନୁଯାୟୀ ଆସନ୍ତାକାଲି ଓସ୍‌ଟେଟ୍-୨୦୨୬ ପରୀକ୍ଷା କରାଯିବ। ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ମିଥ୍ୟା ଖବରକୁ ପ୍ରାର୍ଥୀମାନେ ବିଶ୍ୱାସ କରନ୍ତୁ ନାହିଁ ଏବଂ କେବଳ ନିଜ ପରୀକ୍ଷା ଉପରେ ଧ୍ୟାନ ଦିଅନ୍ତୁ।" କିଛି ଗଣମାଧ୍ୟମ ରିପୋର୍ଟ ଏବଂ ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ରାଜ୍ୟର ହଜାର ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ ବୋର୍ଡ ଏହି ସ୍ପଷ୍ଟୀକରଣ ରଖିଛି।

ଆହୁରି ପଢ଼ନ୍ତୁ: MMDR ସଂଶୋଧନ ଆଇନ ବିରୋଧରେ ବିଜେଡିର ଲଢ଼େଇ ତୀବ୍ର; ସେପ୍ଟେମ୍ବର ୨୮ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଶାଳ ପ୍ରତିବାଦ

ବୋର୍ଡ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଆସନ୍ତାକାଲିର ପରୀକ୍ଷା ପାଇଁ ସମସ୍ତ କେନ୍ଦ୍ରରେ ବ୍ୟାପକ ପ୍ରସ୍ତୁତି ସରିଛି। ପରୀକ୍ଷାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେଣୁ ପରୀକ୍ଷାର୍ଥୀମାନେ ବିନା କୌଣସି ଦ୍ୱନ୍ଦ୍ୱରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ୫ ବର୍ଷରେ ରାଜ୍ୟରୁ ୭୨,୦୯୦ ମହିଳା ନିଖୋଜ, ୫୩,୭୨୦ ଜଣଙ୍କୁ ଠାବ କରାଯାଇଛି: ମୁଖ୍ୟମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର