ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ଯାଏଁ ବର୍ଷା, ୧୬ ସୁଦ୍ଧା ବିଦାୟ ନେବ ମୌସୁମୀ...

Deviprasad Mohanty Picture
Published On

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଆଶଙ୍କା ରହିଛି। ଏହି ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣ ବଙ୍ଗଲାଦେଶ ନିକଟରେ ରହିଛି। ଧୀରେ ଧୀରେ ଏହା ଓଡ଼ିଶା ନିକଟବର୍ତ୍ତୀ ହେବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଛି। ବର୍ଷାର ପ୍ରଭାବ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ଅଧିକ ରହିବା ନେଇ ଆଶଙ୍କା କରାଯାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ବର୍ଷା ଜନିତ ଆଲର୍ଟ ଜାରି କରାଯାଇଛି। ଶୁକ୍ରବାର ବିଶେଷ କରି ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଓ ମୟୂରଭଞ୍ଜରେ ଅଧିକ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଅନ୍ୟପଟେ ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ନେଇ ଆଶଙ୍କା କରାଯାଇଛି। ଏହି ଲଘୁଚାପ ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ପ୍ରାକ୍‌ ଆକଳନ କରାଯାଉଛି। ଯେହେତୁ ଏହି ସମୟ ସୁଦ୍ଧା ଦେଶକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସରି ଯାଇଥିବା ନେଇ ପୂର୍ବାନୁମାନ କରାଯାଉଛି, ତେଣୁ ଏହି ଲଘୁଚାପ ଘନୀଭୂତ ହେବାକୁ ପାଣିପାଗ ସୁହାଇବ ଓ ଏହା ଅଧିକ ଶକ୍ତିଶାଳୀ ହେବା ନେଇ ଆକଳନ କରାଯାଉଛି।  

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ସେହିପରି ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଅପସାରଣ ନେଇ ପାଗ ଅନୁକୂଳ ହେବାରେ ଲାଗିଛି। ଗୁରୁବାର ଆଇଏମ୍‌ଡି ବିସ୍ତାରିତ ପରିସର ଆକଳନରେ ସୂଚନା ଦେଇଛି ଯେ ଦେଶର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ରହିଛି। ତେଣୁ ୧୬ ତାରିଖ ମଧ୍ୟରେ ମୌସୁମୀ ବିଦାୟ ନେବାର ପୂର୍ବାନୁମାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରୁ ୧୪ ତାରିଖ ସୁଦ୍ଧା ମୌସୁମୀ ବିଦାୟ ନେଇପାରେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ସହ ଦକ୍ଷିଣ ଉପଦ୍ୱୀପୀୟ ଭାରତ, ଦକ୍ଷିଣ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ପୂର୍ବାଳୀ ଓ ଉତ୍ତରା-ପୂର୍ବାଳୀ ବାୟୁ  ପ୍ରବେଶ କରିବ। ଏଥିପାଇଁ ଦକ୍ଷିଣ-ପୂର୍ବ ଉପଦ୍ୱୀପ ଅଞ୍ଚଳରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର