ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ଏବଂ ବିଭିନ୍ନ କ୍ଷେତ୍ରରେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇ ବିଜେପି ହତାଶ ହୋଇପଡ଼ିଛି। ନିଜର ବିଫଳତାକୁ ସ୍ୱୀକାର କରିବା ଓ ଲୋକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ବିଜେପି ବର୍ତ୍ତମାନ ବରିଷ୍ଠ ରାଜନୈତିକ ନେତାମାନଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ଷେପ ଓ ଅନୁଚିତ ମନ୍ତବ୍ୟ ଦେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଓ ଆର୍‌ଏସ୍‌ଏସ୍‌ ମୁଖ୍ୟ ନବୀନଙ୍କ ଠାରୁ ମାତ୍ର ତିନି ବର୍ଷ ସାନ। ତାଙ୍କ ବୟସକୁ ନେଇ ଆକ୍ଷେପକୁ ବିଜେପି ସହ୍ୟ କରିପାରିବ କି ବୋଲ ପ୍ରଶ୍ନ କରିଛନ୍ତି ବିଜେଡି ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି। 

ଆହୁରି ପଢ଼ନ୍ତୁ: ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଓଡ଼ିଶାର ବିଜେପି ନେତାଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ପୂଜ୍ୟପୂଜା କଥା କହୁଥିବା ବିଜେପି ନେତାମାନେ ବରିଷ୍ଠ ନେତାଙ୍କୁ ସମ୍ମାନ ଦେବା ଶିଖିବା ଉଚିତ। ଗଣତନ୍ତ୍ରରେ କୌଣସି ରାଜନୈତିକ ନେତାଙ୍କ ମତ ବା ନିଷ୍ପତ୍ତି ସହ ଅସହମତ ହେବା ସ୍ୱାଭାବିକ। କିନ୍ତୁ ବାରମ୍ୱାର ଜଣେ ନେତାଙ୍କ ବୟସକୁ ଆଧାର କରି ତାଙ୍କୁ ଟାର୍ଗେଟ କରିବା ରାଜନୈତିକ ପରିପକ୍ୱତା କିମ୍ୱା ସୁସ୍ଥ ଗଣତାନ୍ତ୍ରିକ ସଂସ୍କୃତିର ପରିଚୟ ନୁହେଁ। ରାଜନୈତିକ ମତଭେଦ କେବେହେଲେ ବ୍ୟକ୍ତିଗତ ଆକ୍ଷେପ କିମ୍ୱା ବରିଷ୍ଠ ନେତାଙ୍କ ପ୍ରତି ଅସମ୍ମାନର କାରଣ ହେବା ଉଚିତ ନୁହେଁ।  ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ଅନ୍ୟ ବିଜେପି ନେତାମାନେ ଜନନେତା ଶ୍ରୀ ପଟ୍ଟନାୟକଙ୍କ ବୟସକୁ ନେଇ ପ୍ରତିକ୍ରିୟା ଦେବା ଦୁର୍ଭାଗ୍ୟଜନକ ଏବଂ ଅସହିଷ୍ଣୁତାର ପରିଚୟ। ଦାୟିତ୍ୱପୂର୍ଣ୍ଣ ସାର୍ବଜନୀନ ପଦବୀରେ ଥିବା ବ୍ୟକ୍ତିଙ୍କ ପକ୍ଷରୁ ଏଭଳି ମନ୍ତବ୍ୟ ଆଦୌ ଶୋଭନୀୟ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆରଏସଏସ ମୁଖ୍ୟ ମୋହନ ଭାଗବତ, ନବୀନ ପଟ୍ଟନାୟକ, ନୀତିଶ କୁମାର, ଚନ୍ଦ୍ରବାବୁ ନାଇଡ଼ୁ ଓ ଦେଶର ଅନେକ ବରିଷ୍ଠ ନେତା ନବୀନଙ୍କ ସମବୟସ୍କ। ଏମାନଙ୍କ ମଧ୍ୟରୁ ଅନେକ ନବୀନଙ୍କ ବୟସରୁ ବଡ଼ଙ୍କଠାରୁ ପ୍ରଧାନମନ୍ତ୍ରୀ ଓ ଆର୍‌ଏସ୍‌ଏସ୍‌ ପ୍ରମୁଖ ନବୀନଙ୍କଠାରୁ ୩ ବର୍ଷ ସାନ। ଯଦି ବିଜେଡି ପ୍ରଧାନମନ୍ତ୍ରୀ ଏବଂ ଆରଏସ୍‌ଏସ୍‌ ମୁଖ୍ୟଙ୍କ ବୟସକୁ ନେଇ ପ୍ରଶ୍ନ ଉଠାଇବ, ତେବେ ବିଜେପି ଏହାକୁ ଉଚିତ ବୋଲି ଗ୍ରହଣ କରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପିର ଚକ୍ରାନ୍ତ ଜେନ ଜିଙ୍କୁ ଅଟକାଇ ପାରିଲାନି, ଛାତ୍ର ସଂସଦ ନିର୍ବାଚନ ଫଳାଫଳ କେବଳ ଆରମ୍ଭ ମାତ୍ର: ବିଜେଡି

ସେ କହିଛନ୍ତି ଯେ ବିକାଶ ପୁରୁଷ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗରେ ନିଜର ମତ ରଖି ଜଣେ ପ୍ରକୃତ ରାଷ୍ଟ୍ରନାୟକଙ୍କ ସାହସ ଓ ଦୃଢ଼ତାର ପରିଚୟ ଦେଇଛନ୍ତି। ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ନ୍ୟାୟିକ ହାଜତ ପ୍ରସଙ୍ଗରେ ନବୀନ ବାବୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ନ୍ୟାୟିକ ହାଜତର ସମୀକ୍ଷା କରାଯିବା ଆବଶ୍ୟକ ଏବଂ ସେମାନଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ। ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବ୍ୟକ୍ତିର ଅଧିକାରର ସୁରକ୍ଷା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଲକ୍ଷ ଲକ୍ଷ ଭାରତୀୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସମର୍ଥନ କରିଥିଲେ। ଶ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ୨୪ ଘଣ୍ଟା ମଧ୍ୟରେ ଉଭୟ ଯୁବ ନେତା ମୁକ୍ତ ହୋଇଥିଲେ। ଏହି ଘଟଣା ବିଜେଡି ସଭାପତି ଉଠାଇଥିବା ପ୍ରସଙ୍ଗର ଗୁରୁତ୍ୱ ଏବଂ ତାଙ୍କ ଆହ୍ୱାନ ଦ୍ୱାରା ସୃଷ୍ଟି ହୋଇଥିବା ବ୍ୟାପକ ଜନଆକ୍ରୋଶକୁ ପ୍ରତିଫଳିତ କରୁଛି। 

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଭୟ: ଓଡ଼ିଶା ମୁହାଁ ହେବ କି ଘୂର୍ଣ୍ଣିବଳୟ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର