ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

The Sakala Picture
Published On

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଭଉଣୀ ସୁଭଦ୍ରା ଭାଇଙ୍କୁ ବାନ୍ଧିବେ ରାକ୍ଷୀ । ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ପାଟରେ ନିର୍ମିତ ବିଶାଳ କାୟ ରାକ୍ଷୀ ଓ ଗୁଆ ମାଳ ପାଟରା ବିଷୋୟୀ ସେବକଙ୍କ ଘରୁ ପ୍ରଦାନ କରାଯିବ। ପ୍ରସ୍ତୁତ ୪ଟି ରାକ୍ଷୀ ଓ ଗୁଆମାଳ ଭଉଣୀ ସୁଭଦ୍ରା ବଡଭାଇ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ପିନ୍ଧାଇବାର ପରମ୍ପରା ରହିଛି। ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି ହୋଇସାରିବା ପରେ ପୁଷ୍ପାଳକ […]

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଭଉଣୀ ସୁଭଦ୍ରା ଭାଇଙ୍କୁ ବାନ୍ଧିବେ ରାକ୍ଷୀ । ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ପାଟରେ ନିର୍ମିତ ବିଶାଳ କାୟ ରାକ୍ଷୀ ଓ ଗୁଆ ମାଳ ପାଟରା ବିଷୋୟୀ ସେବକଙ୍କ ଘରୁ ପ୍ରଦାନ କରାଯିବ। ପ୍ରସ୍ତୁତ ୪ଟି ରାକ୍ଷୀ ଓ ଗୁଆମାଳ ଭଉଣୀ ସୁଭଦ୍ରା ବଡଭାଇ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ପିନ୍ଧାଇବାର ପରମ୍ପରା ରହିଛି। ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି ହୋଇସାରିବା ପରେ ପୁଷ୍ପାଳକ ସେବକ ବଡ଼ଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ସ୍ୱତନ୍ତ୍ର ଭାବେ ନିର୍ମିତ ପାଟ ରାକ୍ଷୀ ଓ ଗୁଆ ମାଳ ପିନ୍ଧାଇବାର ବ୍ୟବସ୍ଥା ରହିଛି।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନିଆରା ହୋଇଥିବା ବେଳେ ମହାପ୍ରଭୁ ମାନବୀୟ ଲୀଳା କ୍ରମରେ ଗହ୍ମାପୂର୍ଣ୍ଣମୀ ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ଭଉଣୀ ଭାଇ ହାତରେ ସ୍ନେହ ଓ ଶ୍ରଦ୍ଧାର ରାକ୍ଷୀ ବାନ୍ଧିଥାଏ । ନାଲି, ନେଳି, ହଳଦିଆ ଓ ବାଇଗଣୀ ରଙ୍ଗର ପାଟରେ ନିର୍ମିତ ବିଶାଳକାୟ ରାକ୍ଷୀ ମହାପ୍ରଭୁଙ୍କ ହାତରେ ଲାଗି ହେବାପରେ ବେଶ ଆକର୍ଷଣୀୟ ଦେଖାଯାଏ । ସେହିପରି ଆଜି ମଧ୍ୟ ବଳଭଦ୍ର ଜନ୍ମ ନୀତି ପାଳନ କରାଯାଇଥାଏ । ପରମ୍ପରା ଅନୁସାରେ ସୁଦର୍ଶନ ମହାପ୍ରଭୁଙ୍କୁ ବିଜେ କରାଯିବା ସହ ମାର୍କଣ୍ଡେୟ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମ ନୀତି ସେବାୟତ ମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

31 Aug 2023 By The Sakala

ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଭଉଣୀ ସୁଭଦ୍ରା ଭାଇଙ୍କୁ ବାନ୍ଧିବେ ରାକ୍ଷୀ । ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ପାଟରେ ନିର୍ମିତ ବିଶାଳ କାୟ ରାକ୍ଷୀ ଓ ଗୁଆ ମାଳ ପାଟରା ବିଷୋୟୀ ସେବକଙ୍କ ଘରୁ ପ୍ରଦାନ କରାଯିବ। ପ୍ରସ୍ତୁତ ୪ଟି ରାକ୍ଷୀ ଓ ଗୁଆମାଳ ଭଉଣୀ ସୁଭଦ୍ରା ବଡଭାଇ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ପିନ୍ଧାଇବାର ପରମ୍ପରା ରହିଛି। ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି ହୋଇସାରିବା ପରେ ପୁଷ୍ପାଳକ ସେବକ ବଡ଼ଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ସ୍ୱତନ୍ତ୍ର ଭାବେ ନିର୍ମିତ ପାଟ ରାକ୍ଷୀ ଓ ଗୁଆ ମାଳ ପିନ୍ଧାଇବାର ବ୍ୟବସ୍ଥା ରହିଛି।

ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନିଆରା ହୋଇଥିବା ବେଳେ ମହାପ୍ରଭୁ ମାନବୀୟ ଲୀଳା କ୍ରମରେ ଗହ୍ମାପୂର୍ଣ୍ଣମୀ ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ଭଉଣୀ ଭାଇ ହାତରେ ସ୍ନେହ ଓ ଶ୍ରଦ୍ଧାର ରାକ୍ଷୀ ବାନ୍ଧିଥାଏ । ନାଲି, ନେଳି, ହଳଦିଆ ଓ ବାଇଗଣୀ ରଙ୍ଗର ପାଟରେ ନିର୍ମିତ ବିଶାଳକାୟ ରାକ୍ଷୀ ମହାପ୍ରଭୁଙ୍କ ହାତରେ ଲାଗି ହେବାପରେ ବେଶ ଆକର୍ଷଣୀୟ ଦେଖାଯାଏ । ସେହିପରି ଆଜି ମଧ୍ୟ ବଳଭଦ୍ର ଜନ୍ମ ନୀତି ପାଳନ କରାଯାଇଥାଏ । ପରମ୍ପରା ଅନୁସାରେ ସୁଦର୍ଶନ ମହାପ୍ରଭୁଙ୍କୁ ବିଜେ କରାଯିବା ସହ ମାର୍କଣ୍ଡେୟ ପୁଷ୍କରିଣୀ ଠାରେ ବଳଭଦ୍ରଙ୍କ ଜନ୍ମ ନୀତି ସେବାୟତ ମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ।

https://www.thesakala.in/latest-odisha-news/puri/today-is-the-holy-gahma-purnima-celebrated-in-the-temple-sister-subhadra-will-tie-rakshi-on-the-hands-of-2-brothers/article-24962
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର